Advertisment

ଅମାନିଆକୁ ଖେଦିଲା ଦନ୍ତା

ବିଲ ଭିତରେ ଦନ୍ତାକୁ ବିରକ୍ତ କରାଉଥିଲେ କିଛି ଯୁବକ। ହଠାତ୍‌ ରାଗିଯାଇ ମାଡ଼ି ଆସିଲା ଦନ୍ତା । ଆଉ ତା’ପରେ..

author-image
Otv Khabar Bureau
Elephant Attack

Elephant Attack

ବିଲ ମଝିରେ ଦନ୍ତାକୁ ବିରକ୍ତ କରୁଛି ଯୁବକ। ଦନ୍ତାହାତୀ ପାଖକୁ ଯାଇ ତା ସାମ୍ନାରେ ହାତ ହଲାଇ ନାଚୁଛନ୍ତି ଯୁବକମାନେ। ଆଉ ଜଙ୍ଗଲୀ ହାତୀ ମଧ୍ୟ ସେମାନଙ୍କର ଏମିତି ହରକତକୁ ସହଜରେ ଗ୍ରହଣ କରିପାରୁନି । ସେଥିପାଇଁ ତାଙ୍କ ପାଖକୁ ଖେଦି ଯାଉଛି ଦନ୍ତା । 

Advertisment

ଜଙ୍ଗଲରୁ ବିଲ ଭିତରକୁ ପଳାଇ ଆସି ବୁଲିଛି ହାତୀ । ଆଉ ହାତୀ ଦେଖିବା ପାଇଁ ଗାଁର ସମସ୍ତେ ପଡ଼ିଆକୁ ଧାଇଁ ଆସିଛନ୍ତି । କିନ୍ତୁ ବିଲ ହିଡ଼ ଡେଇଁ ହାତୀ ପାଖକୁ ଯିବାକୁ କିଛି ଯୁବକ ଚେଷ୍ଟା କରିଥିଲେ । ଆଉ ହାତୀ ରାଗିଯାଇ ସେମାନଙ୍କ ପାଖକୁ ଆକ୍ରମଣାତ୍ମକ ହୋଇ ଦୌଡ଼ି ପଳାଇ ଆସିଥିଲା।

ତେବେ ମୟୁରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଛାତନା ପଞ୍ଚାୟତର ରାଇପାଳ ଗାଁରେ ଗତକାଲି ସକାଳୁ ଜଣେ ମହିଳା ପାଣି ଆଣିବାକୁ ଘର ପାଖ ନଳକୂପ ପାଖକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ଦଳିଦେବାରୁ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ମହିଳାଙ୍କୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

Advertisment

ଝାରଖଣ୍ଡ ଅଞ୍ଚଳରୁ କିଛି ହାତୀ ଓଡ଼ିଶା ପ୍ରବେଶ କରି ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବୁଲୁଥିବା ଦେଖିବାକୁ ମିଳିଛି । ତେବେ ହାତୀ ସହ ଖେଳ ଏମାନଙ୍କ ପାଇଁ କାଳ ଯେ ନହେବ ତାହା କିଏ କହିବ?

ରିପୋର୍ଟର- ମାନିକଲାଲ ପାଣି

Mayurbhanj Elephant Attack
Advertisment
Advertisment