Advertisment

ଦୁଇ ଥରରେ ଆସିଲା ୬୦ ଲକ୍ଷ, ତଥାପି ବ୍ରିଜ୍‌ କାମ୍‌ ଶେଷହେଲାନି, ଏବେ କାଠ ପୋଲ ହିଁ ଭରସା

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଏଠି ଦୀର୍ଘ ୧୦ ବର୍ଷ ଧରି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ୫ଟି ପଞ୍ଚାୟତର ଗ୍ରାମବାସୀ ଯିବାଆସିବା କରୁଛନ୍ତି।

author-image
Prangyan Parimita
ଅଦ୍ୟତନ ହୋଇଛି
Special Story

Special Story

ଟଙ୍କା ଆସିଥିଲା, ହେଲେ ବ୍ରିଜ୍‌ ହୋଇ ପାରିଲାନି । ଗାଁ ଲୋକଙ୍କୁ ଏବେ କାଠ ପୋଲ ହିଁ ଭରସା । ପିଲାଙ୍କ ସ୍କୁଲ୍, କଲେଜ୍, ହାଟ ବଜାର, ଡାକ୍ତରଖାନା… ଯେଉଁଠିକୁ ବି ଯିବାକୁ ହେଉ, କାଠ ପୋଲ ଦେଇ ଯିବାକୁ ହୁଏ । ଦୀର୍ଘ ୩୦୦ ଫୁଟର ଲମ୍ବା ପୋଲ ଆଜିକୁ ୧୦ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡ଼ିଛି। ଆଉ ଲୋକେ ୟା ଉପରେ ଏମିତି କାଠ ପକେଇ ଯାଆ ଆସ କରୁଛନ୍ତି। ଦୁଇ ଚକିଆ ଯାନ ଟିଏ ଗଲେ ଧଡ଼ଧଡ଼ ହେଉଛି। ଏଠି ପାଦେ ପାଦେ ବିପଦ।

Advertisment

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ମୋଟୁହନୁମାନ ଗାଁ ଦେଇ ଯାଇଛି ସମୀଯ ନାଳ। ୨୦୦୯-୧୦ ମସିହାରୁ ଏଠି ବ୍ରିଜ ନିର୍ମାଣ ହେବ ବୋଲି ବ୍ଲକରୁ ୨୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ସେ ସମୟରେ ଯେଉଁ ଠିକାଦାର ଏ କାମ ନେଇଥିଲେ, ତାକୁ ସମ୍ପୂର୍ଣ୍ଣ ନ କରି ଅଧାପନ୍ତରିଆ କରିବା ସହ ଟଙ୍କା ହେରଫେର କରିଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଖାଲି ସେତିକି ନୁହେଁ, ୨୦୧୨-୨୦୧୩ ମସିହାରେ ପୁଣି ଥରେ ସେହି ବ୍ରିଜ୍ ପାଇଁ ୩୫ ଲକ୍ଷ ଟଙ୍କା ଆସିଥିଲା। ସେଥିରେ ମଧ୍ୟ ପୋଲ ନିର୍ମାଣ ହୋଇ ପାରିଲା ନାହିଁ । ଏହାରି ଭିତରେ ଏ ସମଗ୍ର ଘଟଣାକୁ ପ୍ରାୟ ୧୦ ବର୍ଷ ବିତିଗଲାଣି । ହେଲେ କାମ ଶେଷ ହୋଇପାରୁନି, ଗାଁ ଲୋକେ ସେମିତି ହନ୍ତସନ୍ତ ହେଉଛନ୍ତି।

ଦୀର୍ଘ ବର୍ଷ ଅପେକ୍ଷା କରି କରି କେହି ଯେତେବେଳେ ଶୁଣିଲେନି, ଶେଷରେ ଗାଁ ଲୋକେ ଏକ ଅସ୍ଥାୟୀ କାଠ ପୋଲ ତିଆରି କରିଛନ୍ତି । ଆଉ ସେହି ପୋଲ ଉପରେ ପାଞ୍ଚଟି ଗାଁ ଲୋକ ନିର୍ଭର କରୁଛନ୍ତି। କାଠ ପୋଲ କରି ଲୋକେ ଯେମିତି ସେମିତି କାମ ସିନା ଚଳେଇ ଦେଉଛନ୍ତି, ହେଲେ ବର୍ଷା ଦିନ ଆସିଲେ କାଠ ପୋଲ ସମ୍ପୂର୍ଣ୍ଣ ବୁଡି ଯାଉଯାଉଛି । ଫଳରେ ୧୨ କିଲୋମିଟର ବୁଲିବୁଲି ଅନ୍ୟ ପଟେ ଗ୍ରାମବାସୀ ଯା ଆସ କରନ୍ତି ।

Advertisment

ତେବେ ଏଇଠି ପ୍ରଶ୍ନ ଉଠୁଛି ପୋଲ ନିର୍ମାଣ ପାଇଁ ଦୁଇ ଥରରେ ଆସିଥିବା ପାଖାପାଖି ୬୦ ଲକ୍ଷ ଟଙ୍କା ଗଲା କୁଆଡ଼େ? ସେ ଟଙ୍କା କେଉଁ କାମରେ ଲାଗିଲା ନା ଚକ୍ରାନ୍ତ କରି କିଏ ଖାଇଗଲା ? ଆଜି ଦିନରେ ବି ଗାଁକୁ ଗୋଟେ ପୋଲ ତିଆରି କରିବା ପାଇଁ ଯଦି ଲୋକଙ୍କୁ ୧୦ ବର୍ଷ ଅପେକ୍ଷା କରିବାକୁ ପଡ଼ୁଛି , ତେବେ ଏଠି ସରକାରୀ ବାବୁ କି କାମ କରୁଛନ୍ତି ବେସ୍ ବାରି ହେଉଛି।

(ରିପୋର୍ଟ-ସୁନୀଲ ପଣ୍ଡା, କୋଇଡା)

Wooden Bridge
Advertisment
Advertisment