Advertisment

ଆକାଶରୁ ବର୍ଷିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ, ଖୁସିରେ ନାଚିଲେ ଜନତା

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପ୍ରବଳ ବର୍ଷା ହେଉଥିଲା..ଆଉ ଆକାଶରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ବର୍ଷୁଥିଲା। ଏତେ ଗୁଡ଼ାଏ ମାଛ ପାଇ ଖୁସି ହେଲେ ଲୋକେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

author-image
Otv Khabar Bureau
Rain of Fish

Rain of Fish

ଆକାଶରୁ ବର୍ଷା ହେଲା ମାଛ । ଖୁସିରେ ନାଚିଲେ ଜନତା । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ । ପ୍ରବଳ ବର୍ଷା ହେଲା, ଆକାଶରୁ ମାଛ ଖସିଲା। ହୁଏତ ଏହି ଘଟଣା ଜାଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ କି ଆକାଶରୁ ମାଛ ବର୍ଷା ହେଲା କେମିତି? ଆକାଶରୁ ବର୍ଷା ହେଲେ କୁଆପଥର ପଡ଼େ। ହେଲେ ମାଛ ପଡ଼ିଲା କେମିତି? ଆଜ୍ଞା ହଁ, ତେଲେଙ୍ଗାନାରେ ପ୍ରବଳ ବର୍ଷା ହେବା ବେଳେ ଆକାଶରୁ ପ୍ରବଳ ମାତ୍ରାରେ ମାଛ ପଡ଼ିଥିଲେ ଯାହାକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି।

Advertisment

ତେଲେଙ୍ଗାନା ଆକାଶରେ ଦେଖିବାକୁ ମିଳିଲା ଏହି ନିଆରା ଘଟଣା। ପ୍ରବଳ ବର୍ଷା ହେବା ସମୟରେ ଆକାଶରୁ ବର୍ଷିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ । ତେଲେଙ୍ଗାନାର ଜଗତିୟଲ ସହରରେ ଆକାଶରୁ ବର୍ଷା ସାଥୀରେ ମାଛ ପଡୁଥିବାର ଦେଖିବାକୁ ମିଳିଛି । ରାସ୍ତା, ଘର, ଛାତ ଏବଂ ଗଳି ଗଳିରେ ମାଛ ଏମିତି ମାତ୍ରାରେ ପଡ଼ିଥିଲା ଯେ, ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମାଛ ବର୍ଷାର ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ହେଲେ କେଉଁ ପରିସ୍ଥିତିରେ ମାଛ ପଡ଼ିଲା ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି।

ସେପଟେ ଆକାଶରୁ ମାଛ ବର୍ଷା ହେବା ନେଇ ବୈଜ୍ଞାନିକମାନେ ମଧ୍ୟ ମତ ରଖିଛନ୍ତି । ସେମାନଙ୍କ କହିବା ଅନୁସାରେ, ଯେତେବେଳେ ଛୋଟ ଛୋଟ ଜଳୀୟ ଜୀବ ଯେପରିକି ବେଙ୍ଗ, କଙ୍କଡ଼ା, ମାଛ ଆଦି ୱାଟର୍‌ ସ୍ପାଉଟ୍‌ରେ ଉପରକୁ ପଳାନ୍ତି । ଏହି ୱାଟର୍‌ ସ୍ପାଉଟର୍‌କୁ ବୈଜ୍ଞାନିକ ଭାଷାରେ ଜଳ ବାଉଣ୍ଡର୍‌ ବୋଲି କୁହାଯାଏ। ତେବେ ଯେଉଁ ସ୍ଥାନରେ ପ୍ରବଳ ବର୍ଷା ହୁଏ ସେହି ସ୍ଥାନରେ ବାଉଣ୍ଡର ସୃଷ୍ଟି ହୁଏ। ଯାହାଦ୍ୱାରା ମାଛମାନେ ଆକାଶକୁ ଉଠିଯାଆନ୍ତି। ଆଉ ବାଉଣ୍ଡର୍ ହାଲ୍‌କା ହେବା ପରେ ଜୀବଗୁଡ଼ିକ ତଳକୁ ଖସିପଡ଼ନ୍ତି।

Advertisment

ଗତବର୍ଷ ଆମେରିକାର ଟେକ୍ସାସ୍‌ରେ ଏପରି ଘଟଣା ଘଟିଥିଲା । ସେଠାରେ ବି ମାଛ ବର୍ଷା ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ମାଛ ବର୍ଷାର ଭିଡ଼ିଓ କିନ୍ତୁ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି। 

Special Story Rain Of Fish
Advertisment
Advertisment