Advertisment

ପୁଅର ଜୀବନ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ବାପା-ମା

ଅସାଧ୍ୟ ରୋଗରେ ପଡ଼ିଛି ପୁଅ। ଚିକିତ୍ସା କରାଇବା ପାଇଁ ବାପା-ମାଆଙ୍କ ପାଖରେ ପଇସା ନାହିଁ। କେମିତି ପୁଅକୁ ବଂଚାଇବେ ସେନେଇ ଅନେକ ସଂଘର୍ଷ କରୁଛନ୍ତି। ହେଲେ ଉପାୟ କିଛି ମିଳୁନି। ଶେଷରେ ବାଧ୍ୟ ହୋଇ ଏମିତି ଭିକ ମାଗୁଛନ୍ତି ବାପା-ମାଆ। ଦୋକାନ ଦୋକାନ ବୁଲୁଛନ୍ତି, ପୁଅ ପାଇଁ ଟଙ୍କା ଯୋଗାଡ଼ କରୁଛନ୍ତି...ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ.

author-image
Otv Khabar Bureau
Parents Resort to Begging

Parents Resort to Begging

ପୁଅର ଜୀବନ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ସାହାଯ୍ୟ ମାଗୁଛି ମାଆ। ଯାହାକୁ ୧୦ ମାସ ଗର୍ଭରେ ରଖି ଜନ୍ମ କରିଥିଲା ଆଜି ସିଏ ମରଣ ସହ ସଂଘର୍ଷ କରୁଛି। ଆଉ ଏ ଦୁଃଖକୁ କେମିତି ସହ୍ୟ କରିବ ମାଆ। ସେଥିପାଇଁ ପୁଅ ପାଇଁ ଭିକ୍ଷା ଥାଳ ଧରି ଟଙ୍କା ମାଗୁଛନ୍ତି ବାପା-ମାଆ । ଆଖିରେ ଆଖିଏ ଲୁହ , ହାତରେ ଭିକ୍ଷା ଥାଳ, ଆଉ ମନରେ ପୁଅକୁ ବଞ୍ଚାଇବାକୁ ସଂଘର୍ଷ।

Advertisment

ପୁଅ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ବାପା ମାଆ। ମାଛମାରି ଯୋଉ ଦୁଇ ପଇସା ରୋଜଗାର ହେଉଥିଲା ସେତିକିରେ କଷ୍ଟେ ମଷ୍ଟେ ପରିବାର ଚଳୁଥିଲା। ଆଉ ଏହାରି ମଧ୍ୟରେ ପୁଅକୁ ଏମିତି ଅସାଧ୍ୟ ରୋଗ ଗ୍ରାସ କଲା କି ଟଙ୍କା ପାଇଁ ଏମିତି ଭିକ୍ଷା ମାଗିବାକୁ ପଡ଼ୁଛି ବାପା-ମାଆଙ୍କୁ। ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପଥରା ଗ୍ରାମ ମଝି ସାହିରେ । ଏହି ଗ୍ରାମର ଲକ୍ଷ୍ମଣ ସାଧବ ଓ ସଞ୍ଜୁତା ସାଧବଙ୍କ ମଝିଆ ପୁଅ ନିରକାର ସାଧବ କିଡିନି ରୋଗରେ ଆକ୍ରାନ୍ତ । ବାପା-ମାଆଙ୍କ ପୋଷିବା ପାଇଁ ବିଦେଶ ଯାଇଥିଲା ପୁଅ ନିରାକାର। ହେଲେ ସେଠାରେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ବାରମ୍ବାର ମେଡ଼ିକାଲରେ ଦେଖାଇବା ପରେ ବି କୌଣସି ଲାଭ ମିଳୁନି।

ବିଜୁ ସ୍ୱାସ୍ଥ୍ୟ କାର୍ଡ ସାହାଯ୍ୟରେ କିଛି ସହାୟତା ନିରାକାରକୁ ମିଳିଥିବା ବେଳେ ଘରେ ଥିବା ସଞ୍ଚିତ ଟଙ୍କା ଓ ସୁନା ଗହଣା ବିକ୍ରି କରି ପୁଅର ଚିକିତ୍ସା କରାଇଥିଲେ । ବର୍ତ୍ତମାନ ସୁଦ୍ଧା ପୁଅର ଚିକିତ୍ସା ପାଇଁ ପାଖାପାଖି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରତି ସପ୍ତାହ କୁ ୩ଥର ଡାଇଲେସିସ ପାଇଁ ଆବଶ୍ୟକ ପଡୁଛି ଯାହାର ମୂଲ୍ୟ ୧୫ ହଜାର ଟଙ୍କା । ତେବେ ସ୍ୱାସ୍ଥ୍ୟ କାର୍ଡରୁ ପ୍ରତି ଡାଇଲେସିସ ପାଇଁ ୧୫ ଶହ ଟଙ୍କା ମିଳୁଛି । ତେବେ ଅନ୍ୟାନ୍ୟ ଅବଶ୍ୟକ ଟଙ୍କା ଯୋଗାଡ କରିବା ପାଇଁ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ବାପା ଲକ୍ଷ୍ମଣ ଓ ମା ସଞ୍ଜୁତା ।

Advertisment

ଆଉ ଏହି କାମରେ ଉଭୟଙ୍କୁ ସାଥ୍‌ ଦେଉଛନ୍ତି ପଡ଼ୋଶୀ। ନିରାକାର ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ପୁଅର କିଡନୀ ପ୍ରତିରୋପଣ କରିବା ପାଇଁ ଡାକ୍ତର କହିଛନ୍ତି । ତେବେ କିଡିନି ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ରହିଥିବ ବେଳେ ଆବଶ୍ୟକ ଟଙ୍କା ଯୋଗାଡ ହୋଇପାରୁନି ।

ନିରାକାରଙ୍କ ଜୀବନ ବଞ୍ଚାଇବାକୁ ହେଲେ କିଡନୀ ପ୍ରତିରୋପଣ ଏକ ମାତ୍ର ବାଟ ହୋଇ ଥିବାବେଳେ ପୁଅକୁ ବଞ୍ଚାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ବାପା-ମା । ତେବେ ସରକାର କିମ୍ବା କୌଣସି ସଂଗଠନ କି କୌଣସି ବଦାନ୍ୟ ବ୍ୟକ୍ତି ନିରାକାରଙ୍କୁ ସାହାଯ୍ୟ କଲେ ପୁଣି ନୂଆ ଜୀବନ ସିଏ ଫେରିପାଆନ୍ତେ ।

ରିପୋର୍ଟର- ସିଲୁ ବିଶ୍ୱାଳ

Special Story Parents Resort To Begging Son’s Treatment
Advertisment
Advertisment