Advertisment

ମୁସଲିମ୍‌ ଭକ୍ତଙ୍କ ମୁହଁରେ ଜଗନ୍ନାଥ ଭଜନ

ଇଏ ବି ଜଣେ ସାଲବେଗ। ମହାପ୍ରଭୁ ଜଗନ୍ନାଥଙ୍କ ଏମିତି ଭଜନ ଗାଉଛନ୍ତି ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା। ବିନା କୌଣସି ତାଲିମରେ ଜଗାର ଭଜନ ଗାଉଛନ୍ତି ମେହେରବାନ୍‌।

ଅଦ୍ୟତନ ହୋଇଛି
Muslim Man Sings Jagannath Bhajan

Muslim Devotee

Advertisment

‘ନୀଳାଚଳ ଧାମ ଯାଇ ମୁଁ ପାରୁନି, ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି’ । ଏ ଲୋକ ପ୍ରିୟ ଭଜନ କିଏ ବା ନଶୁଣିଛି? ଖାଲି ଏତିକି ନୁହେଁ ବରଂ ‘ବାଲି ରଥ ତୋଳିଛି ମୁଁ’ ଓ ଜଗନ୍ନାଥଙ୍କର ଅନେକ ଲୋକପ୍ରିୟ ଗୀତ ଗାଇ ଏବେ ଚର୍ଚ୍ଚାରେ ମୁସଲିମ୍‌ ସଙ୍ଗୀତକାର ମେହେରବାନ ଖାନ। ହିନ୍ଦୁ ହୋଇ ନଥିଲେ ବି କାଳିଆ ସାଆନ୍ତର ଗୀତକୁ ଏମିତି ଭାବର ସହ ଗାଉଛନ୍ତି ଯେ ଯିଏ ଶୁଣୁଛି ସିଏ କହୁଛି ବାଃ ବାଃ। 

Advertisment

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ସଙ୍ଗୀତରେ ସେ କୌଣସି ଶିକ୍ଷା ନେଇନାହାନ୍ତି । ହେଲେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ତାଙ୍କୁ ଜଣେ ଭଜନ ଗାୟକ ଭାବରେ ପରିଚୟ ଦେଇପାରିଛି । କଟକ ଜିଲ୍ଲା ସାଲେପୁର ବ୍ଲକ ସାଇଁପଡା ଗାଁର ମେହେରବାନ ଚାଷ କାମ କରି ପରିବାର ପ୍ରତିପୋଷଣ କରନ୍ତି । ଆଉ ସମୟ ପାଇଲେ ଜଗନ୍ନାଥଙ୍କ ଗୀତ ଗାଆନ୍ତି । ଖାଲି ଏତିକି ନୁହେଁ ବରଂ ଦିନରାତି ଜଗନ୍ନାଥଙ୍କ ଭଜନ ନଗାଇଲେ ତାଙ୍କୁ ଭଲ ବି ଲାଗେନି ।

ମେହେରବାନ କହନ୍ତି, ଭଗବାନ ଏକ । କେବଳ ତାଙ୍କ ନାଁ ଯାହା ଅଲଗା ଅଲଗା । ଆଉ ତାଙ୍କ ପାଖରେ ପହଞ୍ଚିବାକୁ ହେଲେ କେବଳ ଭକ୍ତି ଓ ଭାବ ଦରକାର । ସେଇଥି ପାଇଁ ତ ଭାବ ଓ ଭକ୍ତିରେ ଗାଉଛନ୍ତି ଜଗନ୍ନାଥଙ୍କ ଭଜନ । ମେହେରବାନଙ୍କୁ ଆଖପାଖର ବିଭିନ୍ନ ଭଜନ କାର୍ଯ୍ୟକ୍ରମରେ ବହୁ ଅନୁଷ୍ଠାନ ଗୀତ ଗାଇବାକୁ ଡାକନ୍ତି। । ଆଉ ଭକ୍ତିର ସହ ସିଏ ଯେଉଁ ଜଗନ୍ନାଥଙ୍କ ଭଜନ ଗାଆନ୍ତି ତାହା ସମସ୍ତଙ୍କ ମନକୁ ବିମୋହିତ କରେ। ଆଉ ବାରମ୍ବାର ଜଗାର ଗୀତ ଗାଇବାକୁ ଅନୁରୋଧ କରନ୍ତି ପ୍ରଂଶସକ ଓ ଦର୍ଶକ।

Advertisment

ସତରେ ଜଣେ ମୁସଲିମ୍‌ ହୋଇ ମଧ୍ୟ ଜଗନ୍ନାଥଙ୍କ ପାଇଁ ଏମିତି ଭକ୍ତିର ସହ ଗୀତ ଗାଇବା ନିହାତି ପକ୍ଷରେ ପ୍ରେରଣାଦାୟକ।

(ରିପୋର୍ଟ- ମନୋଜ ଆଚାର୍ଯ୍ୟ,ସାଲେପୁର)

Special Story Muslim Devotee Lord Jagannath Bhajan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ