Advertisment

ଲୁହଲହୂ ଏକାକରି ପାଳିଥିବା ମା’କୁ ପାଇଖାନାରେ ଶୁଆଇଦେଲେ ଦୁଇ ପୁଅ

ପୁଅ-ବୋହୂ ପଚାରୁନାହାନ୍ତି...୭୦ ବର୍ଷ ବୟସରେ କାମ କରି ଖାଇବାକୁ ଅଂଟାରେ ଆଉ ବଳ ବି ନାହିଁ। ଭାତ ସାଙ୍ଗରେ କଷ୍ଟେମଷ୍ଟେ ଖାଉଛନ୍ତି ଶାଗ। ଘରନାହିଁ କି ଦୁଆର ନାହିଁ...୮ ଫୁଟିଆ ପାଇଖାନାରେ ବିତୁଛି ଜୀବନ..

author-image
Manoranjan Behera
undefined

Old Lady Live In Toilet

୮ ଫୁଟ୍‌ ଉଚ୍ଚ, ୪ ଫୁଟ ଚଉଡା ହେବ କି ନାହିଁ ପାଇଖାନା । କିନ୍ତୁ ସେହି ପାଇଖାନା ଭିତରେ ରହୁଛନ୍ତି ଜଣେ ବୃଦ୍ଧା । ହୁଏତ ଆପଣଙ୍କୁ ବିଶ୍ୱାସ ହୋଇନପାରେ ଆଉ ପ୍ରଶ୍ନ ବି କରିପାରନ୍ତି ପାଇଖାନାରେ କେମିତି ରହୁଛନ୍ତି ବୃଦ୍ଧା? ଆଜ୍ଞା ହଁ ସେ ନିଜ ଇଚ୍ଛାରେ ନୁହେଁ ବରଂ ପରିସ୍ଥିତିର ଦାସ ସାଜି ପାଇଖାନା ଭିତରେ କାଟୁଛନ୍ତି ଜୀବନ।

Advertisment

ବୟସ ୭୦ ଟପିଲାଣି । ପୁଅ-ବୋହୂ ସମସ୍ତେ ଅଛନ୍ତି । ହେଲେ ବୁଢୀ ମାଆକୁ କେହି ପଚାରୁନାହାନ୍ତି । ପାଇଟି କରି ଖାଇବାକୁ ଅଂଟାରେ ବି ଆଉ ଜୋର୍‌ ନାହିଁ। ବର୍ଷାରେ ଓଦା ହୋଇ ରହିବା ପରେ ଘର ଖଣ୍ଡିଏ ପାଇଁ ବଡବାବୁ ଆଉ ନେତାଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେଣି । କିନ୍ତୁ ଦୁଃଖ କେହି ଶୁଣୁନାହାନ୍ତି । ମୟୂରଭଂଜ ଉଦଳାରୁ ଆସିଥିବା ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଜକାଇ ଆସିବ ।

ଦୁଇ ପୁଅ ଅଛନ୍ତି ହେଲେ ବୁଢୀ ମାଆକୁ କେହି ପଚାରୁନାହାନ୍ତି । ସେଇଥି ପାଇଁ ଜାକିମାକି ହୋଇ କୁନି ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି ବୃଦ୍ଧା ବାସୀ ବେବା। ସରକାର ଦେଉଥିବା ଗଣ୍ଡାଏ ଚାଉଳ ଏବେ ତାଙ୍କ ବଞ୍ଚିବାର ରାହା ପାଲଟିଛି । ଭତ୍ତା ବାବଦକୁ ଯେଉଁ ଟଙ୍କା ପାଉଛନ୍ତି ସେଥିରେ ତେଲ ଲୁଣ କିଣି ପେଟ ପାଇଁ ଗଣ୍ଡେ ଦାନା ଯୋଗାଡ କରୁଛନ୍ତି । ଏ ବୟସରେ ଭଲମନ୍ଦ ଖାଇବାକୁ ଇଚ୍ଛା ଥିଲେ ବି ଟଙ୍କା ନଥିବାରୁ ସଜନା ଶାଗ ଖରଡି ଭାତ ଗୁଣ୍ଡାଏ ଖାଉଛନ୍ତି ବାସୀ।

Advertisment

ସେପଟେ ମାଆଙ୍କୁ ଏହି ବୟସରେ କାହିଁକି ହତାଦାର କରୁଛନ୍ତି ପୁଅ? ସେନେଇ ଆମେ ତାଙ୍କୁ ପ୍ରଶ୍ନ କରିବାରୁ ସେ ଏହାକୁ ଏଡାଇ ଦେବା ସହ ତାଙ୍କ କଥା ବୁଝୁଥିବା ସେ କହିଛନ୍ତି। ଏପଟେ ଉଦଳା ବିଧାୟକ କହିଛନ୍ତି, ଖୁବଶୀଘ୍ର ବୁଢୀ ମାଆକୁ ଘର ଦେବା ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦେଖିବାକୁ ବାକି ରହିଲା କେତେ ପ୍ରତିଶ୍ରୁତି ପାଳନ କରୁଛନ୍ତି ବିଧାୟକ ।

ରିପୋର୍ଟର- ଉଦଳାରୁ ମାନସ ପାଣି

Special Story Old Lady Live In Toilet
Advertisment
Advertisment