Advertisment

ପୁଅ ଝିଅ ସମାନ ; ପଡ଼ିଆରେ ଧୂଳି ଉଡ଼ାଇ ପୁରୁଷଙ୍କୁ କଡ୍ଡା ଟକ୍କର ଦେଲେ ମହିଳା ହକି ଖେଳାଳି

ମଫସଲରୁ ସାମ୍ନାକୁ ଆସିଲା ମହାନ ବାର୍ତ୍ତା। ହକି ଗ୍ରାଉଣ୍ଡରେ ଏକାଠି ଖେଳିଲେ ପୁରୁଷ-ମହିଳା ଖେଳାଳୀ..ପରସ୍ପରକୁ ସାମ୍ନା କଲେ, ଗୋଲ୍‌ ବି ଦେଲେ। ପଡ଼ିଆରେ ଉଡ଼ାଇ ଦେଲେ ଧୂଳି..ଖେଳ ଦେଖିବାକୁ ଦର୍ଶକଙ୍କ ଜମିଥିଲା ପ୍ରବଳ ଗହଳି

author-image
Otv Khabar Bureau
Hockey

Hockey

ଏ ଦୃଶ୍ୟକୁ ଟିକିଏ ଭଲରେ ଦେଖନ୍ତୁ। କେମିତି ଏକାଠି ସାଙ୍ଗ ହୋଇ ହକି ଖେଳରେ ବ୍ୟସ୍ତ ଅଛନ୍ତି ଏମାନେ। ପୁଅ-ଝିଅ ମଧ୍ୟରେ କୌଣସି ଫରକ ନାହିଁ କି ଭେଦଭାବ ନାହିଁ। ଗୋଲ୍‌ ଦେବାରେ ଉଭୟ ପକ୍ଷ ବ୍ୟସ୍ତ ଅଛନ୍ତି। ଏମାନେ ଏତେ ମାତ୍ରାରେ ଖେଳରେ ମଜି ଯାଇଛନ୍ତି ଯେ, ପୂରା ପଡ଼ିଆରେ ଧୂଳି ଉଡ଼ିଲାଣି।

Advertisment

କଥାରେ ଅଛି ହକିର ଏନ୍ତୁଡ଼ିଶାଳ ହେଉଛି ସୁନ୍ଦରଗଡ଼। ହକିକୁ ନେଇ ସାରା ଦେଶରେ ସୁନ୍ଦରଗଡ଼ର ଏକ ଭିନ୍ନ ପରିଚୟ ରହିଛି। ଆଉ କେମିତି ହକି ଖେଳାଳୀଙ୍କୁ ଅଧିକ ପ୍ରୋତ୍ସାହନ ମିଳିବ, କେମିତି ସାଙ୍ଗ ହୋଇ ପୁଅ-ଝିଅ ମାନେ ଏକତ୍ରୀତ ହୋଇ ଖେଳି ଦେଶର ନାଁ ରଖିବେ ସେନେଇ ୟାଠୁ ବଳି ଆଉ କଣ ଅଧିକ କରାଯାଇପାରିବ?

ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ୍‌ ଗାଇବିରା ମଫସଲ ଗାଁ ରୁ ସାମ୍ନାକୁ ଆସିଲା ମହତ୍ତ ବାର୍ତ୍ତା। ସମୟ ବଦଳିଛି, ମଣିଷ ସ୍ୱଭାବ ବି ବଦଳିଛି। ହେଲେ ଏବେବି ପୁଅ-ଝିଅଙ୍କ ମଧ୍ୟରେ ଅନେକ ଫରକ ଥିବା ଆମ ଭିତରୁ ଅନେକ କହନ୍ତି। ଏହାକୁ ଭୁଲ ପ୍ରମାଣିତ କରିବା ସହ ପୁଅ-ଝିଅଙ୍କ ମଧ୍ୟରେ କୌଣସି ଫରକ ନଥିବା ଦେଖାଇବାକୁ ଚେଷ୍ଟା କରିଛନ୍ତି ଏହି ସ୍ୱେଚ୍ଛାସେବୀ ସଂଗଠନ।

Advertisment

ସାଧାରଣ ଭାବରେ ହକି ମ୍ୟାଚ୍‌ରେ ପୁରୁଷ ଓ ମହିଳାଙ୍କ ଭିନ୍ନ ଭିନ୍ନ ଦଳ ରହିଥାଏ। ଆଉ ପୁରୁଷ ମାନେ ପୁରୁଷଙ୍କ ସହ ଏବଂ ମହିଳାମାନେ ମହିଳାଙ୍କ ସହ ମୁହାଁମୁହିଁ ହୁଅନ୍ତି। ହେଲେ ଏଠାରେ ମହିଳା ପୁରୁଷଙ୍କୁ ଓ ପୁରୁଷ ମହିଳାଙ୍କୁ ସାମ୍ନା କରୁଛନ୍ତି। ଆଉ ଏହି ଖେଳକୁ ଦେଖିବା ପାଇଁ ପଡ଼ିଆରେ ମଧ୍ୟ ବେଶ୍ ଭିଡ ଜମିଛି ।

ସୁନ୍ଦରଗଡ଼ ଭଳି ଏକ ଆଦିବାସୀ ଜିଲ୍ଲାର ଆଦିବାସୀ ମହିଳା ମଞ୍ଚ ଓଡ଼ିଶା, ମହିଳା ସଂଗ୍ରାମ ସମିତି ଏବଂ ସାମାଜିକ ସେବା ସଦନ ମିଳିତ ଭାବରେ ଆରମ୍ଭ କରିଥିବା ଏହି ପ୍ରୟାସକୁ ଅଞ୍ଚଳର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

ରିପୋର୍ଟର- ବିଜୟ ବରୁଆ

Hockey Special Story
Advertisment
Advertisment