Advertisment

୪୫ ଲକ୍ଷ ଟଙ୍କାର ସ୍ମାର୍ଟସ୍କୁଲ, ହେଲେ ସାମ୍ନାରେ ପଡ଼ିଛି କୁଢ଼ କୁଢ଼ ଅଳିଆ

ଏଇଟା ସ୍କୁଲ ଗେଟ୍‌ ନାଁ ଅଳିଆ ଗଦା? ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍କୁଲ ଚକାଚକ୍‌ ହେଲା...କିନ୍ତୁ ଗେଟ୍‌ ସାମ୍ନା ଦେଖିଲେ ଆପଣଙ୍କୁ ଭିତରକୁ ଯିବାକୁ ହେବନି ଇଚ୍ଛା। ଏତେ ମାତ୍ରାରେ ସେଠି ଅଳିଆ ପଡ଼ିଛି ଯେ, ପଚାଗନ୍ଧରେ ସ୍କୁଲରେ ପାଠ ପଢିବା ପ୍ରଭାବିତ ହେଉଛି। ବାରମ୍ବାର ଅନୁରୋଧ ପରେ ବି କେହି ଶୁଣୁନାହାନ୍ତି..

author-image
Otv Khabar Bureau
ଅଦ୍ୟତନ ହୋଇଛି
Garbage dump in school

Garbage dump in school

ସ୍କୁଲ ଗେଟ୍‌ ଯେତେ ଚକ୍‌ଚକ୍‌ ଦିଶୁଛି, ସାମ୍ନାପଟ୍ଟ ସେତିକି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି । ସ୍ଥିତି ଏମିତି ହେଲାଣି ଯେ ସ୍କୁଲ ଗେଟ୍‌ ଦେଇ ସ୍କୁଲକୁ ପଶିବାକୁ ନାରାଜ ହେଉଛନ୍ତି ପିଲାମାନେ । ସ୍କୁଲ ସାମ୍ନାରେ ପ୍ରବଳ ମାତ୍ରାରେ କୁଢ କୁଢ ଅଳିଆ ପଡ଼ିଛି । ଏଠାରେ କିଏ ପକାଇଲା ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Advertisment

ରଙ୍ଗ ହେଲା ପରେ ସ୍କୁଲ୍‌ ଗେଟ୍‌ ଚକ୍‌ଚକ୍‌ ଦିଶୁଛି । ଖାଲି ଗେଟ୍‌ କାହିଁକି? ସ୍କୁଲ ଭିତରର ଦୃଶ୍ୟ ଯିଏ ବି ଦେଖିବ ନାକ ଟେକିବ। କାରଣ ସ୍କୁଲ ସାମ୍ନାରେ ଯେତେ ପରିମାଣରେ କୁଢକୁଢ ଅଳିଆ ପଡ଼ିଛି ଆଉ ସେଥିରୁ ବାହାରୁଥିବା ଦୁର୍ଗନ୍ଧରେ ଆକ୍ତାମାକ୍ତ ହେଲେଣି ସ୍କୁଲ ପିଲା ଓ ସ୍ଥାନୀୟ ଅଂଚଳର ଲୋକ।

କନ୍ଧମାଳ ଜିଲ୍ଲା ରାଇକିଆ ବିଜୟ ହାଇସ୍କୁଲ ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଏହି ସ୍ମାର୍ଟ ସ୍କୁଲର ଉନ୍ନତି ପାଇଁ ପାଖାପାଖି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଭିତର ଯେତେ ଚିକ୍କଣ ବାହାର ପରିବେଶ ସେତେ ଅରୁଚିକର ହୋଇ ପଡ଼ିଛି । ତେବେ ସ୍କୁଲ ସାମ୍ନାରେ ପଡ଼ିଥିବା ଏହି ଅଳିଆ ପାଇଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ଯାହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Advertisment

ସ୍ମାର୍ଟ ସ୍କୁଲ ରୂପାନ୍ତର ପ୍ରକ୍ରିୟା ସରିବା ପରେ ବେଶ୍‌ ଯାକଜମକରେ ଉଦଘାଟନ କରାଯାଇଥିଲା । ଏବେ କିନ୍ତୁ ସ୍ମାର୍ଟ ସ୍କୁଲ ଅଳିଆ ସ୍କୁଲରେ ପରିଣତ ହୋଇଛି । ସ୍କୁଲ ସାମ୍ନାରେ ଅଳିଆ ଆର୍ବଜନା ନ ପକାଇବା ଲାଗି ପ୍ରଧାନ ଶିକ୍ଷକ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଏହି ସମସ୍ୟାର ସମାଧାନ କରୁଛି ପ୍ରଶାସନ ।

ରିପୋର୍ଟର- ଅଜିତ ନାୟକ

Special Story Garbage Dump School Premises
Advertisment
Advertisment