Advertisment

ଭୋକରେ ଆଉଟୁ ପାଉଟୁ ସ୍କୁଲ୍‌ ପିଲା; ମଧ୍ୟାହ୍ନ ଭୋଜନ ବଦଳରେ ୫ ଟଙ୍କିଆ ବିସ୍କୁଟ ଦେଇ ଶିକ୍ଷକ ଛୁ...

ବାଃ ବାଃରେ ସରକାରୀ ସ୍କୁଲ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ, ଡାଲମା ଓ ଅଣ୍ଡା ବଦଳରେ ମିଳୁଛି ୫ ଟଙ୍କିଆ ବିସ୍କୁଟ। ଅଧାଦିନ ଖାଇବା ପାଇଁ ବି ମିଳୁନି। ଖରାବେଳେ ସ୍କୁଲରେ ତାଲା ଠୁଙ୍କି ପଳାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ।

ଅଦ୍ୟତନ ହୋଇଛି
mid day meal

mid day meal

Advertisment

ବିଦ୍ୟାଳୟ ଆଗରେ ତାଲା ଝୁଲୁଛି। ବାହାରେ ମଧ୍ୟାହ୍ନ ଭୋଜନ ଖାଇବାକୁ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ l ହେଲେ କାହାର ଦେଖାନାହିଁ । ପିଲାମାନେ ଭୋକରେ ଆଉଟୁପାଉଟୁ ହେଉଛନ୍ତି କିନ୍ତୁ ସ୍କୁଲ କର୍ତ୍ତୁପକ୍ଷଙ୍କ ଦେଖା ନାହିଁ । ବେଳେବେଳେ ମଧ୍ୟାହ୍ନ ଭୋଜନ ହୋଇନପାରୁଥିବାରୁ ପିଲାଙ୍କୁ ଖରାବେଳେ ୫ ଟଙ୍କିଆ ବିସ୍କୁଟ ଦିଆଯାଉଥିବା ବେଳେ ଗାଏବ ହୋଇଯାଉଛନ୍ତି ଶିକ୍ଷକ ।

Advertisment

ମଧ୍ୟାହ୍ନ ଭୋଜନର ସମୟ ହୋଇଯାଇଥିଲେ ମଧ୍ୟ ପିଲାଙ୍କୁ ମିଳିପାରିନଥିଲା ଖାଇବା । ତେଣୁ ଭୋକରେ ପିଲାମାନେ ଇଆଡେ ସିଆଡେ ବୁଲୁଥିବାର ଦେଖିବାକୁ ମିଳିଥିଲା । ତେବେ ବାରମ୍ବାର ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ବିସ୍କୁଟ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ରଘୁନାଥ ପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ।

ସ୍କୁଲରେ ପାଖାପାଖି ୪୫ ରୁ ଉର୍ଦ୍ଧ୍ୱ ପିଲା ପାଠ ପଢୁଛନ୍ତି । ଆଉ ପାଠ ପଢାଇବା ପାଇଁ ଜଣେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ନିୟୋଜିତ ଅଛନ୍ତି । ସରକାର ଏମାନଙ୍କୁ ମୋଟା ଅଙ୍କର ଦରମା ଦେଉଛନ୍ତି, ହେଲେ ଏମାନେ ନିଜ କାମକୁ ଠିକ୍‌ରେ କରୁହାନାନ୍ତି । ଅନେକ ସମୟରେ ପିଲାଙ୍କୁ ଖାଇବାକୁ ନଦେଇ ସ୍କୁଲରେ ତାଲା ଠୁଙ୍କି ଶିକ୍ଷକ ଓ ଶିକ୍ଷୟିତ୍ରୀ ପଳାଉଥିବା ମଧ୍ୟ ଅଭିଯୋଗ ଆସିଛି । ସେପଟେ ସ୍କୁଲ ଅବ୍ୟବସ୍ଥାକୁ କିଛିକାଂଶରେ ସ୍ୱୀକାର କରିଛନ୍ତି ଶିକ୍ଷକ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମଧ୍ୟାହ୍ନ ଭୋଜ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରକୃତରେ ପିଲାଙ୍କ ପାଖରେ ଭାତ ବଦଳରେ ପହଞ୍ଚୁଛି ୫ ଟଙ୍କିଆ ବିସ୍କୁଟ୍‌ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖାଲି ଏତିକି ନୁହେଁ ବରଂ କାହିଁକି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉନାହିଁ, ସେନେଇ ତଦନ୍ତ ହେବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଜୋର ଧରିଛି। ସେପଟେ ଘଟଣାର ତଦନ୍ତ ହୋଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଷ୍ଣୁପ୍ରିୟା ନାୟକ ।

(ରିପୋର୍ଟ- ଗଂଜାମ ଆସିକାରୁ ମନୋଜ ମୁନୀ)

Mid-day Meals Special Story Mid Day Meal Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ