Advertisment

ହଜିଗଲା ସାନ ଭାଇ, ପାଗଳ ପରି ଖୋଜୁଛି ବଡ଼ ଭାଇ

ଅସୁସ୍ଥ ଥିଲା ସାନ ଭାଇ। ଧାର୍ମିକ କାର୍ଯ୍ୟକ୍ରମରେ ଭାଇକୁ ଭଲ କରିବାକୁ ନେଇଥିଲେ ପରିବାର । କିନ୍ତୁ ସେଇଠି ହଜିଗଲା ଅସୁସ୍ଥ ସାନଭାଇ। ପାଗଳଙ୍କ ପରି ସାନଭାଇକୁ ଖୋଜୁଛି ବଡ଼ଭାଇ, ହେଲେ ମିଳୁନି। ଏବେ ଲଜ୍‌ରେ ଭଡ଼ା ନେଇ ଭାଇକୁ ଖୋଜୁଛି । ଆଉ ହାତ ଯୋଡ଼ି କହୁଛି ସନ୍ଧାନ ପାଇଲେ ଆମକୁ ଖବର ଦିଅ ।

author-image
Otv Khabar Bureau
Brother pleads for Help

Brother pleads for Help

କଥାରେ ଅଛି, ଭାଇ ଥିବ ଯାହାର ତାକୁ ଡର ନଥିବ ଆଉ କାହାର। ପ୍ରତି ବିପଦ ଆପଦରେ ଭାଇ ହିଁ ବଢାଏ ସାହାଯ୍ୟର ହାତ। ଆଉ ଯେତେବେଳେ ଜଣକ ଭାଇ କୁଆଡ଼େ ହଜିଯାଇଥିବ ତେବେ ଆପଣ ଅନୁଭବ କରନ୍ତୁ ତାକୁ କେତେ କଷ୍ଟ ହେଉଥିବ? ଏମିତି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ସହରରୁ। ଧାର୍ମିକ କାର୍ଯ୍ୟକ୍ରମକୁ ଯାଇ ନିଖୋଜ ହୋଇଯାଇଛନ୍ତି ଯୁବକ । ଆଉ ଭାଇକୁ ପାଗଳଙ୍କ ପରି ଖୋଜୁଛି ଭାଇ। କେଉଁଠି ଖୋଜିବ କେମିତି ଖୋଜିବ? ସେନେଇ ମୁଣ୍ଡରେ କିଛି ପଶୁନି। ସେଥିପାଇଁ ଲଜ୍‌ରେ ଭଡ଼ା ନେଇ ଭାଇକୁ ଖୋଜିବାରେ ଲାଗିଛି ଭାଇ।

Advertisment

ଗତ ମାସ ୨୬ ଏବଂ ୨୭ ତାରିଖ ଦୁଇଦିନ ଧରି ବଲାଙ୍ଗିର ସହର ଉପକଣ୍ଠ ପଥରଚେପା ପଡିଆଠାରେ ପାଦ୍ରୀ ବିଜେନ୍ଦ୍ର ସିଂଙ୍କ ଧାର୍ମିକ କାର୍ଯ୍ୟକ୍ରମ ହେଉଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ରୋଗ ଉପସମ କରୁଥିବାର ଦାବୀ କରାଯାଉଥିଲା । ତେଣୁ ଗଜପତି ଜିଲ୍ଲା ମୋହନା ଥାନା ବନ୍ଧଗୁଡା ଗାଁ ହରିଜନ ସାହିର ରିଙ୍କୁ ନାୟକ ପରିବାର ଲୋକଙ୍କ ସହିତ ପଥରଚେପାକୁ ଆସିଥିଲେ । ରିଙ୍କୁଙ୍କ ମସ୍ତିସ୍କ ବିକୃତ ଥିବାରୁ ରୋଗ ଭଲ ହେବ ଭାବି ତାଙ୍କୁ ତାଙ୍କ ଭାଉଜ ପାଦ୍ରିଙ୍କ କାର୍ଯ୍ୟକ୍ରମକୁ ଆଣିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ୨୭ ତାରିଖ ସକାଳୁ ରିଙ୍କୁ ନିଖୋଜ ହୋଇଯାଇଥିଲେ ।

ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ରିଙ୍କୁକୁ ପାଇନଥିଲେ । ଯାହା ଫଳରେ ପରିବାର ଲୋକେ ସଦର ଥାନାରେ ରିଙ୍କୁ ନିଖୋଜ ନେଇ ଲିଖିତ ଭାବରେ ଜଣାଇଛନ୍ତି । ସେପଟେ ରିଙ୍କୁଙ୍କ ବଡ ଭାଇ କୁମାର ସାନୁ ନାୟକ ନାୟକ ଗତ ୨୭ ତାରିଖରୁ ବଲାଙ୍ଗିର ଆସି ଏକ ଲଜରେ ଘର ଭଡା ନେଇ ରହୁଛନ୍ତି । ପ୍ରତିଦିନ ପୋଲିସ ଅଫିସଠୁ ଆରମ୍ଭ କରି ସହର ସାରା ଭାଇକୁ ଖୋଜୁଛନ୍ତି । କିନ୍ତୁ ରିଙ୍କୁଙ୍କ କୌଣସି ଖୋଜ ଖବର ମିଳୁନି । ସେପଟେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

ରିପୋର୍ଟର- ଘଟେଶ୍ୱର ମିଶ୍ର

Special Story Brother Pleads For Help
Advertisment
Advertisment