Advertisment

ପରିବାର କେମିତି ଚଳିବ, ସେହି ଚିନ୍ତାରେ ହାଟରେ ଶାଗ ବିକୁଛନ୍ତି ବିସିଏ ଛାତ୍ର

ଯେବେ ପରିବାର ପୋଷିବାର ଥାଏ ଚିନ୍ତା..ହାଟରେ ଶାଗ ବିକ୍ରି କରୁଛନ୍ତି ବିସିଏ ଛାତ୍ର। ଅଧ ରାତିରୁ ଉଠୁଛନ୍ତି..ସାଇକେଲ ଧରି ହାଟରେ ଶାଗ ବିକ୍ରି କରୁଛନ୍ତି..ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳିବା ସହିତ ନିଜ ପଢା ଖର୍ଚ୍ଚ ଉଠାଉଛନ୍ତି ଡମ୍ବୁରୁଧର

ଅଦ୍ୟତନ ହୋଇଛି
BCA Student

BCA Student

Advertisment

ହାଟରେ ବସିଛି ଛନଛନିଆ ଶାଗ । ଯିଏ ଆସୁଛି ସିଏ ଘଡିଏ ଚାହୁଁଛି । ଆଉ ଶାଗ ବିଡାଏ ବେଗ୍‌ରେ ପୂରେଇ ନେଉଛି । କୋଶଳା, ପାଳଙ୍ଗ, ସୋରିଷ ଓ ମେଥି ପରି ବିଭିନ୍ନ ପ୍ରକାର ଶାଗର ମେଲିଛି ପସରା । ଆଉ ଯିଏ ଶାଗ ବିକୁଛନ୍ତି ତାଙ୍କ ବିଷୟରେ ଜାଣିଲେ ଆପଣ ବି ଚମକି ପଡିବେ । କାରଣ ଶାଗ ବେପାରୀ ଜଣକ ହେଉଛନ୍ତି ଜଣେ ବିସିଏ ଛାତ୍ର । ଯିଏ କି କଲେଜ୍‌ରେ ପାଠ ପଢିବା ସହିତ ହାଟରେ ବିକ୍ରି କରୁଛନ୍ତି ଶାଗ । ଆଉ ସେଥିରୁ ଯେଉଁ ଦୁଇ ପଇସା ରୋଜଗାର ହେଉଛି ସେଥିରେ ନିଜେ ପାଠ ପଢିବା ସହିତ ପରିବାର ଚଳାଉଛନ୍ତି ବିସିଏ ଛାତ୍ର ଡମ୍ବୁରଧର ମାଳି ।

Advertisment

ବାଡିରେ ଫଳିଛି ମେଞ୍ଚା ମେଞ୍ଚା ଶାଗ । ଆଉ ତାହାକୁ ହାଟରେ ବିକ୍ରି କରୁଛନ୍ତି ଡମ୍ବୁରୁ । ଶାଗ ବିକ୍ରିକରି ସେ ନିଜେ ସ୍ୱାବଲମ୍ବୀ ହେବା ସହିତ ପରିବାରକୁ ବଢାଇଛନ୍ତି ସହାୟତାର ହାତ । ନବରଙ୍ଗପୁର କୋଷାଗୁମୁଡା ଆସଙ୍ଗା ଗାଁରେ ଡମ୍ବରୁଧରଙ୍କ ଘର । ଡମ୍ବୁରୁ ଜୟପୁର ବିକ୍ରମ ଦେବ କଲେଜରେ ସେ ବିସିଏ କରୁଛନ୍ତି । ଏବେ କଲେଜ୍‌ରେ ଆଉ ଗୋଟିଏ ସେମିଷ୍ଟାର ବାକି ଥିବା ବେଳେ କେମିତି ଚାକିରି କରି ଦୁଇ ପଇସା ରୋଜଗାର କରିବେ ସେଇ ଚିନ୍ତାରେ ଥିଲେ ଡମ୍ବୁରୁ ।

ଅଧିକ ପଢ଼ନ୍ତୁ: ଚାକିରିରୁ ପାଉଥିଲେ ୧୬ ହଜାର, ଏବେ ଚାଷରୁ ମାସିକ ରୋଜଗାର ୭୦ ହଜାର

ଟଙ୍କା ରୋଜଗାର କରିବା କଥା ଚିନ୍ତା କରୁ କରୁ ବାଡିରେ ଯେତିକି ଶାଗ ରହିଛି, ସେତିକିରୁ କେମିତି ରୋଜଗାର କରିହେବ ସେଇ ଚିନ୍ତା କଲେ ଡମ୍ବୁରୁ । ଆଉ ଉପାୟ ଖଟାଇ ଶାଗକୁ ନେଇ ବଜାରରେ କଲେ ବିକ୍ରି ଆଉ ରୋଜଗାର କଲେ ଟଙ୍କା । ନିଇତି ସକାଳ ହେଲେ ଘରଠୁ ୨୩ କିମି ଦୂରରେ ଚାଲୁଥିବା ହାଟରେ ପହଞ୍ଚି ଶାଗ ବେପାର କରନ୍ତି ଡମ୍ବୁରୁ । ଆଉ ଦିନକୁ ରୋଜଗାର କରୁଛନ୍ତି ୫ରୁ ୭ ଟଙ୍କା ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାତି ୩ଟାରୁ ଉଠି ଘଣ୍ଟେ ପାଠ ପଢନ୍ତି । ଏହାପରେ ୨୩ କିମି ରାସ୍ତା ଯାଇ ଶାଗ ବିକୁଛନ୍ତି । ଅପରାହ୍ନ ୧୨ଟା ସୁଦ୍ଧା ବେପାର ସରିବା ପରେ ଘରକୁ ଫେରନ୍ତି ଡମ୍ବୁରୁ । ପାଠ ପଢିବା ସହିତ ଶାଗ ବେପାର କରି ନିଜେ ଖାଲି ପାଠ ପଢୁଛନ୍ତି ତାହା ନୁହେଁ ବରଂ ଘର ପାଖରେ ଥିବା ପିଲାଙ୍କୁ ସଂଧ୍ୟାରେ ପଢାନ୍ତି ପାଠ ।

ତେବେ ଯେଉଁ ବୟସରେ ପିଲାମାନେ ମଉଜ ମଜଲିସ୍‌ କରିବାର କଥା, ସେହି ବୟସରେ ଶାଗ ବିକ୍ରି କରି ପରିବାର ଚଲାଉଛନ୍ତି ଡମ୍ବୁରୁ । ହେଲେ ପାଠପଢା ସରିବା ପରେ ଯଦି ସରକାରୀ ଚାକିରି ଖଣ୍ଡିଏ ତାଙ୍କୁ ମିଳନ୍ତା, ତେବେ ଦୁଃଖ ଦୂର ହୁଅନ୍ତି ବୋଲି କହିଛନ୍ତି ଡମ୍ବୁରୁ । ସତରେ ଜଣେ ବିସିଏ ଛାତ୍ର ପାଠ ପଢିବା ସହିତ ବଜାରରେ ଶାଗ ବିକ୍ରି କରି ପରିବାର ଚଳାଇବା ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

Advertisment

(ରିପୋର୍ଟର- ନବରଙ୍ଗପୁରରୁ ନବଘନ ବିଷୋୟୀ)

Farming Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ