Advertisment

ପାଣି ଆଣିବୁ କେମିତି, ବାଟରେ ବାଘ ଜଗିକି ବସିଛି!!

ଚୁଆରୁ ପାଣି ଆଣିଲେ ଘରେ ଚୁଲି ଜଳିବ। ହେଲେ ବିନା ସାଙ୍ଗରେ ବଣକୁ ଯିବା ଅସମ୍ଭବ...ବାଟରେ ବାଘ, ଭାଲୁ ସହ ବୁଲୁଛି ହାତୀ...ଟିକିଏ ଅସାବଧାନ ହେଲେ ଜୀବନ ଯିବା ଥୟ

ଅଦ୍ୟତନ ହୋଇଛି
Basic Amenities

Basic Amenities

Advertisment

ମୁଣ୍ଡରେ ହାଣ୍ଡି, କାଖରେ ଗରା ଆଉ ହାତରେ ବଡବଡ ବାଲ୍‌ଟି । ପୂରୁବ ଆକାଶରେ ସୂର୍ଯ୍ୟ ଉଇଁଲେ ଗାଁ ସ୍ତ୍ରୀଲୋକମାନେ ଏମିତି ଧାଡି ହୋଇ ବଣକୁ ଯାଆନ୍ତି। ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, କେମିତି ସଂଗ୍ରହ କରିବେ ପିଇବା ପାଣି ମୁନ୍ଦେ । କାରଣ ଜଙ୍ଗଲ ଭିତରୁ ଚୁଆ ପାଣି ଆଣିଲେ ଘରେ ଚୁଲି ଜଳିବ ଆଉ ଶୋଷ ମେଣ୍ଟିବ।

Advertisment

ଏହା ଖାଲି ସକାଳ ବେଳାର ଦୃଶ୍ୟ ନୁହେଁ ବରଂ ଯାହାର ଯେତେବେଳେ ପାଣି ଦରକାର ହେବ, ସିଏ ସେତେବେଳେ ସାଙ୍ଗ ହୋଇ ଏମିତି ବଣକୁ ଯିବ । ଆଉ ଯଦି ସାଙ୍ଗ ନମିଳିଲା ସେଦିନ ସବୁ ଗଲା । ଘରେ ଚୁଲିଜଳିବନି କି ପେଟକୁ ଦାନା ଦେବ ନାହିଁ । କାରଣ ବଣୁଆ ରାସ୍ତାରେ ପାଣି ଆଣିଯିବ ଏକପ୍ରକାର ଅସମ୍ଭବ। ବଣୁଆ ଅଙ୍କାବଙ୍କା ରାସ୍ତାଟି ଗଛଲତାରେ ଭର୍ତ୍ତି ନିର୍ଜନ ସ୍ଥାନ। ଏହାସାଙ୍ଗକୁ ବନ୍ୟଜନ୍ତୁଙ୍କର ବି ଡର ରହିଛି । ତେଣୁ ଏକା ଯିବାକୁ ସାହସ ଜୁଟାଇ ପାରୁନାହାନ୍ତି ଗାଁ ଲୋକେ ।

ଏ ଦୃଶ୍ୟ ହେଉଛି ସୁନ୍ଦରଗଡ କୋଇଡା ବ୍ଲକ ବାହାମ୍ବା ଗାଁର। ଟୋପେ ପିଇବା ପାଣି ପାଇଁ ପ୍ରଶାସନ ପାଖରେ ଗୁହାରି କରି କରି ଥକିଗଲେଣି । ହେଲେ ନିଦାବିଷ୍ଣୁ ସାଜିଥିବା ପ୍ରଶାସନ ପାଖରେ ସତେ ଯେମିତି ଏମାନଙ୍କ ଦୁଃଖ ଶୁଣିବା ପାଇଁ ସମୟ ନାହିଁ। ତେଣୁ ବାଧ୍ୟ ହୋଇ ଏଇ ଜଙ୍ଗଲ ଚୁଆ ଉପରେ ନିର୍ଭର କରି ଚଳୁଛନ୍ତି ୧୫ ପରିବାର।

Advertisment

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଇଏ ଏମିତି ଏକ ଗାଁ ଯେଉଁଠି ପିଇବା ପାଣି ନାହିଁ , ବିଜୁଳି ନାହିଁ କି ଯିବା ଆସିବାକୁ ଭଲ ରାସ୍ତା ଟିଏ ନାହିଁ। ତେଣୁ ବନବାସ ପରି ଜୀବନ ବିତାଉଛନ୍ତି ଏଠିକା ଲୋକ । ଦୁଃଖ ଏତିକିରେ ସରିନି । ଅନ୍ଧାର ରାତିର ସୁଯୋଗ ନେଇ ଗାଁରେ ପଶୁଛନ୍ତି ହାତୀପଲ । କେତେବେଳେ କ’ଣ ଦୁର୍ଘଟଣା ଘଟିବ, ତାହା କେହି ବି କହିପାରିବେ ନାହିଁ। ତେଣୁ ତୁରନ୍ତ ଏହି ଗାଁରେ ପାଣି ସହିତ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ଗାଁ ଲୋକ। ସେପଟେ ବିଡିଓ କହୁଛନ୍ତି, ସମସ୍ୟା ନେଇ ଆମେ ଅବଗତ ଅଛୁ । ବିକାଶ ପାଇଁ ପଦକ୍ଷେପ ନିଆଯାଉଛି, ଖୁବଶୀଘ୍ର ମୌଳିକ ସୁବିଧା ମିଳିବ ।

(ରିପୋର୍ଟ- ସୁନ୍ଦରଗଡ କୋଇଡାରୁ ସୁନୀଲ ପଣ୍ଡା)

Special Story Basic Amenities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ