Advertisment

ଏମିତି ବାହାଘର ଦେଖିନଥିବେ; ହୁଇଲ୍ ଚେୟାର୍‌ରେ ବସି କନିଆଁ ନେଉଛି ସାତଫେରା

ଇଏ ହିଁ ପ୍ରକୃତ ପ୍ରେମ। ବେଦୀରେ ବର ବସିଛି, ହ୍ୱିଲ ଚେୟାରରେ କନିଆଁ ବସିଛି। ହୁତୁହୁତୁ ହୋଇ ଜଳିଲା ହୋମକୁଣ୍ଡ..ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଦିବ୍ୟାଙ୍ଗ ପ୍ରେମିକାର ହାତ ଧରିଲେ ପ୍ରେମିକ..ସବୁଠି ଏଇ ବାହାଘରକୁ ନେଇ ଚାଲିଛି ଚର୍ଚ୍ଚା

ଅଦ୍ୟତନ ହୋଇଛି
Balasore's Unique Love Story

Love Story

Advertisment

ଆପଣ କେବେ କାହାକୁ ପ୍ରେମ କରିଛନ୍ତି କି? ଯଦି କରିଛନ୍ତି, କେବେ କରିଛନ୍ତି ଆଉ କେଉଁଠୁ ଆପଣଙ୍କ ପ୍ରେମ ହୋଇଛି ? ପ୍ରେମର କଥା ପଚାରିବାରୁ ଆପଣ ଟିକିଏ ଆଶ୍ଚର୍ଯ୍ୟ ହୋଇଯାଉଥିବେ, ଆଉ ମନରେ ପ୍ରଶ୍ନ ଆସୁଥିବ ହଠାତ୍‌ ଆମେ ପ୍ରେମର କଥା କାହିଁକି ପଚାରିଲୁ? ହଁ...ଆମେ ପ୍ରେମର କଥା ଏଇଥି ପାଇଁ କହୁଛୁ କାରଣ ପ୍ରେମ କେତେ ସାଶ୍ୱତ ତାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାରି ଜୋରରେ ଭାଇରାଲ ହେଉଛି ।

Advertisment

‘ପ୍ରେମ’ ଶବ୍ଦ ଆସିଲେ ଆମେ ସମସ୍ତେ ଟିକିଏ ମିଛ କୁହନ୍ତି ଆଉ ଲାଜେଇ ଯାଆନ୍ତି । କାରଣ ପ୍ରତି ମୁହୂର୍ତ୍ତରେ ଆମ ସହ ପ୍ରେମ ହୁଏ, ହେଲେ ତାକୁ ଆମେ ପରିପ୍ରକାଶ ଭଲରେ କରିପାରୁନା । ଖାଲି ଏତିକି ନୁହେଁ କଥାରେ ଅଛି ପ୍ରେମ ଅଢେଇ ଅକ୍ଷର । ଆଉ ଥରେ ଯିଏ ପ୍ରେମ କରିଛି ସିଏ ଜାଣିଛି ପ୍ରେମର ମଜା ।

ପ୍ରେମ ଶବ୍ଦଟି ଯେତେ ମଧୁର, ସେତିକି ମହାନ୍‌ ମଧ୍ୟ । ପ୍ରେମ ହେବା ପରେ ସମସ୍ତେ କୁହନ୍ତି ଲଭ୍‌ ପାଇଁ କୁଛ୍‌ ବି କରେଗା। ହେଲେ ପ୍ରକୃତରେ ପ୍ରେମ ପାଇଁ କେତେ ତ୍ୟାଗ କରିବାକୁ ପଡେ ତାହା ଏହି ଭିଡିଓ ହିଁ ବୟାନ୍‌ କରୁଛି। ଭାଇରାଲ ହେଉଥିବା ଭିଡିଓରେ  କେମିତି ହ୍ୱିଲ ଚେୟାରରେ ବସି ସାତଫେରା ନେଉଛନ୍ତି ପ୍ରେମିକା ଜଣକ । ଆଉ ହୋମ କୁଣ୍ଡରେ ହୁତୁହୁତୁ ନିଆଁ ଜଳୁଛି, ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ ପୂରା ଅଞ୍ଚଳ କମ୍ପୁଛି । ଖାଲି ଏତିକି ନୁହେଁ ସେହି ହ୍ୱିଲ ଚେୟାରରେ ବସି ବରଣମାଳା ବି ଅଦଳବଦଳ ହେଉଛି।

Advertisment

ବାହା ହେଉଥିବା ଦମ୍ପତି ହେଉଛନ୍ତି ବାଲେଶ୍ୱରର ଦେବସ୍ମିତା ଓ ଶୁଭ୍ରାଶୁଂ । ଉଭୟଙ୍କ ମଧ୍ୟରେ ୭ ବର୍ଷ ହେଲାଣି ଗଢିଉଠିଥିଲା ପ୍ରେମ ସମ୍ପର୍କ । ପରିବାରଙ୍କ ସହମତି ବିବାହ ଡେଟ୍‌ ବି ଫାଇନାଲ ହେଲା । ସେଦିନ ଥିଲା ୨୦୧୯ ମସିହା, ବାହାଘର ପାଇଁ ଫାଇନାଲ ହେଲା ତାରିଖ । କିନ୍ତୁ ଦୈବ ଦୁର୍ଘଟଣାରେ ତାରିଖ ଧାର୍ଯ୍ୟ ହେବା ପରଦିନ ହଠାତ୍‌ ଦେବସ୍ମିତାଙ୍କ ସ୍ନାୟୁରୋଗରେ ଦୁଇଟି ଯାକ ଗୋଡ ବନ୍ଦ ହୋଇଗଲା । ଆଉ ଏହି ଖବର ଶୁଭ୍ରାଶୁଂଙ୍କ ପାଖରେ ପହଞ୍ଚିବା ପରେ ସେ ଜମାରୁ ବ୍ୟତିବ୍ୟସ୍ତ ହେଲେନି ବରଂ ବିବାହ କରିବା ପାଇଁ ସହମତି ଦେଲେ ।

ଦେବସ୍ମିତାଙ୍କ ଗୋଡ ଖରାପ ହେବା ପରେ ବି ଉଭୟଙ୍କ ସମ୍ପର୍କରେ ଟିକିଏ ବି ଫାଟ ସୃ।ଅଟି ହୋଇନଥିଲା । ବାହାଘର ପାଇଁ ତାରିଖ ଧାର୍ଯ୍ୟ ହେଲା, ଆଉ ବାହାଘର ବି ହେଲା । ଆଉ ବାହାଘର ଦିନ ଦୁଲହନ ବେଶରେ ସଜେଇ ହୋଇ ବେଦୀକୁ ଆସିଥିଲେ ଦେବସ୍ମିତା । ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କ ବାହାଘର ବି ହେଲା । ଗତ ୪ ତାରିଖରେ ଶୁଭ୍ରାଶୁଂ ଓ ଦେବସ୍ମିତାଙ୍କ ମଧ୍ୟରେ ବାହାଘର ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଉଭୟଙ୍କ ବାହାଘରର ଭିଡିଓ ଭାଇରାଲ ହେଉଛି । ସତରେ ଏମିତି ପ୍ରେମକୁ ଶହେ ସଲାମ୍‌ ।

Advertisment

(ରିପୋର୍ଟର- ବାଲେଶ୍ୱରରୁ ରଂଶ୍ମିରଂଜନ ଦାସ)

Love Story Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ