• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚକା ଚକ ସ୍କୁଲ । ବାଉଣ୍ଡରୀରେ ସୁନ୍ଦର ରଙ୍ଗ ସହ ପୁଣି ଅଙ୍କାଯାଇଛି ମହାପୁରୁଷଙ୍କ ଫଟୋ ଏବଂ ସୁନ୍ଦର ଭାବେ ଲେଖାଯାଇଛି 5T Transparencyର କଥା । ବାହାରୁ ପୁରା ଆକର୍ଷଣୀୟ ହୋଇଛି ସ୍କୁଲ କୋଠା । ହେଲେ ଭିତର ବାରଣ୍ଡା ସ୍ଥିତି ବେଶ୍‌ ଦୟନୀୟ । ଅନେକ ସ୍ଥାନରେ ଭାଙ୍ଗିଗଲାଣି ନୁଆଁକରି ବିଛା ଚାଲିଥିବା ଟାଇଲ୍ସ । ଏପଟେ କାମ ସରିନଥିବାବେଳେ ସେପଟେ କେମିତି ଭାଙ୍ଗିଗଲାଣି ଟାଇଲ ସବୁ ।

ଏହି ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା କଂ ଟାମାଳ ବ୍ଲକ ଲମ୍ବଶରୀ ଉଚ୍ଚ ବିଦ୍ୟାଳୟର । ସରକାରଙ୍କ ୫T ଯୋଜନାରେ ବିଦ୍ୟାଳୟକୁ ଅନ୍ତର୍ଭକ୍ତ କଲାପରେ ଏବେ ଚାଲିଛି ଉଚ୍ଚ ବିଦ୍ୟାଳୟର ରୁପାନ୍ତରିକରଣ କାର୍ଯ୍ୟ । ଖୋଦ ବିଭାଗୀୟ ଜେଇଙ୍କ ଉପସ୍ଥିତିରେ ଚାଲିଛି ଏଭଳି କାମ । ଆଉ ଏନେଇ ପଚାରିଲେ କ୍ୟାମେରା ସାମ୍ନାରେ କିଛି କହିବାକୁ ଅମଙ୍ଗ ହେଉଛନ୍ତି ଜେଇ । ଠିକାଦାରଠୁ ଜେଇ ଓ ଅନ୍ୟ ଅଧିକାରୀ ସମସ୍ତଙ୍କ ମିଲ ଭଗତରେ ଯୋଜନା ନାଁରେ ଅର୍ଥ ହରିଲୁଟ ହେଉଥିବା ଅଭିଯୋଗ ହୋଇଛି ।

କେବଳ ଟାଇଲ କାମ ନୁହେଁ ଫାଟିଯାଇଥିବା କାନ୍ଥକୁ କିଭଳି ରଂଗ ମାରି ନୂଆ ରୂପ ଦିଆଯାଉଛି । ପୁରୁଣା ଘର ଓ କାନ୍ଥକୁ କେବଳ ରଙ୍ଗମାରି ନୁଆ ଭଳି ଦେଖାଇବାର ଉଦ୍ୟମ ହୋଇଛି । ରାଜ୍ୟ ସରକାରଙ୍କ ୫T ଯୋଜନାରେ ଏହି ବିଦ୍ୟାଳୟକୁ ସାମିଲ କଲାପରେ ଏହାର ରୁପାନ୍ତରିଣକରଣ କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ଏହାରି ଭିତରେ ୪ ମାସ ବିତିଯାଇଥିଲେ ବି କାମ ଅସମ୍ପୁର୍ଣ୍ଣ ରହିଥିବାବେଳେ ନିମ୍ନମାନର କାମ ଯୋଗୁଁ କେଉଁଠି କାନ୍ଥରେ ଫାଟ ଦେଲାଣି ତ ଆଉ କେଉଁଠି ଭାଙ୍ଗିଗଲାଣି ଟାଇଲ ।

ଏହି ସ୍କୁଲ ପିଲାଙ୍କୁ ଉନ୍ନତମାନର ଶିକ୍ଷା ଦେବାରେ କେତେ ସହାୟକ ହେବ ବୋଲି ଲୋକେ ଏବେ ପ୍ରଶ୍ନ କରୁଛନ୍ତି । ସେପଟେ ଏନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ହୋଇନାହିଁ ଏବଂ ଅଭିଯୋଗ ଆସିଲେ ତଦନ୍ତ କରିବେବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର

ରିପୋର୍ଟର- ରବିନ୍ଦ୍ର ହୋତା

OTV is now on Whatsapp

Join and get latest news update delivered to you via whatsapp

Join Now