Advertisment

ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ

୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର । ଫେବ୍ରୁଆରୀ ୨୮ ଅର୍ଥାତ ଦିନକ ପରେ ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ, ମାର୍ଚ୍ଚ ୧ରେ ନୂଆ ଚିଫ୍ ସେକ୍ରେଟାରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ।

undefined

Pradeep Jena

Advertisment

ଉନ୍ନୟନ କମିଶନର ତଥା SRC ପ୍ରଦୀପ କୁମାର ଜେନା ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ଆସନ୍ତା ୨୮ ତାରିଖରେ ବର୍ତ୍ତମାନର ଚିଫ୍ ସେକ୍ରେଟାରୀ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ, ମାର୍ଚ୍ଚ ୧ରେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ବରିଷ୍ଠ IAS ଅନୁ ଗର୍ଗ ହେବାକୁ ଯାଉଛନ୍ତି ନୂଆ ଉନ୍ନୟନ କମିଶନର ।

Advertisment

ବାତ୍ୟା ବିପର୍ଯ୍ୟୟ ହେଉ, ଅବା କରୋନା ମହାମାରୀ । ୪ ବର୍ଷ ହେଲା ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ବିଭିନ୍ନ ସଂକଟ ସ୍ଥିତିର ସୁପରିଚାଳନା କରି, ରାଜ୍ୟ ସରକାରଙ୍କ ଭରସା ସାଉଁଟିଥିବା ଏହି ବରିଷ୍ଠ ବ୍ୟୁରୋକ୍ରାଟ୍‌ଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଇଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ଭଳି ଗୁରୁ ଦାୟିତ୍ୱ ।

୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର । ଫେବ୍ରୁଆରୀ ୨୮ ଅର୍ଥାତ ଦିନକ ପରେ ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ, ମାର୍ଚ୍ଚ ୧ରେ ନୂଆ ଚିଫ୍ ସେକ୍ରେଟାରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ।

Advertisment

୧୯୬୪ ମସିହା ଜାନୁଆରୀ ୧ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ, ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ ।

ଓଡ଼ିଶା ପ୍ରଶାସନିକ ସେବାରେ ରହିଛି ପି.କେ.ଙ୍କ ଲମ୍ବା ଅଭିଜ୍ଞତା ଓ ଉପଲବ୍ଧି । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର, ଯୋଜନା ଓ ସମନ୍ୱୟ ସଚିବ, କୃଷି ଉତ୍ପାଦନ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଆଦିକୁ ସେ ସୁଚାରୁ ରୂପେ ତୁଲାଇ ସାରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଦେଇଛନ୍ତି ନିଜ କାର୍ଯ୍ୟ ଦକ୍ଷତାର ପ୍ରମାଣ ।

Advertisment

ତେବେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରହିଛି ତାଙ୍କର ବିଶେଷ ଅଭିଜ୍ଞତା । ୧୯୯୯ ମହାବାତ୍ୟା ବେଳେ କଟକ ଜିଲ୍ଲାପାଳ ଥିଲେ ପ୍ରଦୀପ । ୨୦୧୯ରୁ ସେ ସ୍ୱତନ୍ତ୍ର ରିଲିଫ କମିଶନର ପଦବୀରେ ରହିଛନ୍ତି । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପ୍ରଦୀପଙ୍କ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ରହିବ।

ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୨୦୨୦ ଡିସେମ୍ବରରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ୨୦୨୨ରେ ତାଙ୍କର କାର୍ଯ୍ୟକାଳ ସରୁଥିଲା । ହେଲେ ତାଙ୍କର ୨ ଥର କାର୍ଯ୍ୟକାଳ ବଢ଼ାଇଥିଲେ ରାଜ୍ୟ ସରକାର । ତାଙ୍କ ପରେ ନୂଆ ସିଏସ୍ ଭାବେ ରେସରେ ସବା ଆଗରେ ରହିଥିଲା ପ୍ରଦୀପ ଜେନାଙ୍କ ନାଁ । ତେଣେ ୧୯୯୧ ବ୍ୟାଚ୍ ଆଇଏଏସ୍ ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ପରବର୍ତ୍ତୀ ଉନ୍ନୟନ କମିଶନର ଭାବେ ନିଯୁକ୍ତ କରାଯାଇଛି।

Naveen Patnaik Odisha Govt Chief Secretary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ