Advertisment

ଗାଡ଼ି ଚଳାଇ ପାରିବେନି ସ୍କୁଲ ପିଲା; ଆଜିଠୁ ସ୍କୁଲ ଆଖପାଖରେ ହେବ କଡ଼ାକଡ଼ି ଚେକିଂ

ଏଣିକି ଗାଡ଼ି ଚଳାଇ ପାରିବେନି ନାବାଳକ ଓ ନାବାଳିକା ସ୍କୁଲ ପିଲା । ସ୍କୁଲ ଓ କଲେଜ ଆଖପାଖରେ ହେବ କଡ଼ାକଡ଼ି ଚେକିଂ । କାଲିଠୁ ଆରମ୍ଭ ହେଉଛି ସ୍ପେସାଲ ଡ୍ରାଇଭ । ଗାଡ଼ି ଜବତ ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ବ୍ୟବସ୍ଥା ରହିଛି ।

ଅଦ୍ୟତନ ହୋଇଛି
Odisha Bans School Students From Riding Motorcycles

Odisha Bans School Students From Riding Motorcycles

Advertisment

ଏଣିକି ଆଉ ବାଇକ ଚଳାଇ ପାରିବେନି ସ୍କୁଲ ପିଲା । ଆଜିଠୁ ବିଭିନ୍ନ ସ୍କୁଲ, କଲେଜ ଆଖପାଖରେ କଡାକଡି ହେବ ଚେକିଂ । ଯଦି ପିଲାମାନେ ଗାଡି ଚଳାଉଥିବା ବେଳେ ଧରାପଡିଲେ ତେବେ ତଣ୍ଡ ଗଣିବେ ଗାଡି ମାଲିକ । ଏପଟେ ଆସନ୍ତା ମାସ ଏପ୍ରିଲ ପ୍ରଥମ ସପ୍ତାହକୁ ଜିରୋ ଫାଟାଲିଟି ୱିକ୍ ବା ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହେଉଛି ।

Advertisment

ଏଣିକି ଗାଡ଼ି ଚଳାଇ ପାରିବେନି ନାବାଳକ ଓ ନାବାଳିକା ସ୍କୁଲ ପିଲା । ସ୍କୁଲ ଓ କଲେଜ ଆଖପାଖରେ ହେବ କଡ଼ାକଡ଼ି ଚେକିଂ । କାଲିଠୁ ଆରମ୍ଭ ହେଉଛି ସ୍ପେସାଲ ଡ୍ରାଇଭ । ଗାଡି ଜବତ ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ବ୍ୟବସ୍ଥା ରହିଛି । ତାସହ ଗାଡିର ରେଜିଷ୍ଟ୍ରେସନ ବାତିଲ ହେବ । ଏମିତିକି ପିଲା ଧରାପଡ଼ିଲେ ଗାଡ଼ିମାଲିକଙ୍କୁ କରାଯିବ କୋର୍ଟ ଚାଲାଣ । ଯେଉଁ ନାବାଳକ ଓ ନାବାଳିକା ଧରାପଡିବେ, ସେମାନଙ୍କ ବାବଦରେ ତଥ୍ୟ ସାରଥୀ ଡାଟାବେସରେ ଏଣ୍ଟ୍ରି ହେବ ।

ଯାହାଦ୍ୱାରା ଭବିଷ୍ୟତରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ପିଲାଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନସ ମିଳିବନି । ଏହା କହିଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ମଙ୍ଗଳବାରଠୁ ଏପ୍ରିଲ ପ୍ରଥମ ସପ୍ତାହର ଶେଷ ଯାଏ ସ୍ପେସାଲ ଡ୍ରାଇଭ ହେବ ବୋଲି ସେ କହିଛନ୍ତି । ଏଭଳି ଅଭିଯାନକୁ ସମସ୍ତେ ସ୍ୱାଗତ କରିଛନ୍ତି । କିଛି ଦିନ ତଳେ ମଦ୍ୟପ ଡ୍ରାଇଭରଙ୍କୁ ସାବାଡ ପାଇଁ ହୋଇଥିଲା ବଡଧରଣର ଅଭିଯାନ । ଏବେ ନାବାଳକ ଓ ନାବାଳିକା ସ୍କୁଲ ପିଲାଙ୍କ ଗାଡି ଚାଳନା ଉପରେ ରୋକ ଲଗାଇବ ବିଭାଗ । ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହକୁ ଜିରୋ ଫାଟାଲିଟି ୱିକ୍ ବା ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ ହେବ ।

Advertisment

ଏହି ସପ୍ତାହରେ ଯେମିତି ରାଜ୍ୟରେ ଜଣଙ୍କର ବି ମୃତ୍ୟୁ ହେବନି, ସେନେଇ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛି ରାଜ୍ୟ ସଡକ ଓ ପରିବହନ ବିଭାଗ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପିଙ୍କୁ ଏସଓପି କିଭଳି ପାଳନ ହେବ ସେନେଇ ଧ୍ୟାନ ଦେବାକୁ ଚିଠି ଲେଖାଯାଇଛି । ଏଥିରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ବି କୁହାଯାଇଛି ।

୨୦୨୧ରେ ସଡକ ଦୁର୍ଘଟଣାରେ ରାଜ୍ୟରେ ମୋଟ ୫ ହଜାର ୮୧ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୨୨ରେ ସଡକ ଦୁର୍ଘଟଣାରେ ଯାଇଛି ୫ ହଜାର ୪୬୭ ଜଣଙ୍କ ଜୀବନ । ୨୦୨୧ରେ ୧୮ ବର୍ଷରୁ କମ ୧୩୨ ପୁଅ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ବାଳିକାଙ୍କ ମୃତ୍ୟୁ ହୋଇଛି

Advertisment

(ଭୁବନେଶ୍ୱରରୁ ଅତୁଲ୍ୟ ବାଉତ ଏବଂ କଟକରୁ ଗୌତମ ପଣ୍ଡାଙ୍କ ରିପୋର୍ଟ)

Special Drive School Students
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ