Advertisment

କର୍ମଚାରୀଙ୍କ ପାଇଁ କମ୍ପାନୀର ଦମଦାର୍ ଅଫର: ପିଲା ଜନ୍ମ କଲେ ମିଳିବ ୬୨ଲକ୍ଷ ସହ ସ୍ଥାୟୀ ଭଡ଼ା ଘର

ଚଳିତବର୍ଷ କେବଳ ୭୦ କର୍ମଚାରୀ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ପାଇଁ କମ୍ପାନୀକୁ ମୋଟ ୭ବିଲିୟନ ୱେନ୍ ଖର୍ଚ୍ଚ କରିବାକୁ ପଡିବ।

ଅଦ୍ୟତନ ହୋଇଛି
62 lakhs For Having Kids

62 lakhs For Having Kids

Advertisment

ଅନେକ ଦେଶର ବିଭିନ୍ନ ସମସ୍ୟା ଲାଗି ରହିଛି । କିଛି ଦେଶ ଅର୍ଥନୈତିକ ସଂକଟ ଦେଇ ଗତି କରୁ ଥିବାବେଳେ କିଛି ଦେଶରେ ଜନସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ଆଜି ବି ଅନେକ ଦେଶ ଅଛି ଯେଉଁଠାରେ ଶିଶୁମାନଙ୍କର ଜନ୍ମ ହାରରେ ଦ୍ରୁତ ହ୍ରାସ ଦେଖାଦେଇଛି।

Advertisment

ଏହିପରି ଏକ ଦେଶର ନିର୍ମାଣକାରୀ କମ୍ପାନୀ ବୋଇଉଙ୍ଗ୍ ଗ୍ରୁପ୍ ଦକ୍ଷିଣ କୋରିଆ ଲୋକଙ୍କୁ ଭଲ ଅଫର ଦେଉଛି । ଦି ବୋଇଙ୍ଗ ଗ୍ରୁପ୍ ନାମକ ଏହି କମ୍ପାନୀ କର୍ମଚାରୀମାନଙ୍କୁ ପିଲା ଜନ୍ମ କଲେ ପୁରସ୍କାର ସ୍ୱରୂପ ଟଙ୍କା ପ୍ରଦାନ କରୁଛି । ବୋଇଙ୍ଗ ଗ୍ରୁପ୍ ଏହାର କର୍ମଚାରୀମାନଙ୍କୁ ୨୦୨୧ ପରେ ଜନ୍ମ ହୋଇଥିବା ପ୍ରତ୍ୟେକ ପିଲାଙ୍କ ପାଇଁ ୧୦୦ ମିଲିୟନ୍ ୱେନ୍ ବା ୬୨.୧୨ ଲକ୍ଷ ଟଙ୍କା ପ୍ରଦାନ କରୁଛି। କମ୍ପାନୀ ଚେୟାରମ୍ୟାନ୍ ଲି ଜଙ୍ଗ କ୍ୟୁନ୍ କହିଛନ୍ତି କହିଛନ୍ତି ଯେ ଦେଶର କମ୍ ଜନ୍ମ ହାର ବୃଦ୍ଧି କରିବାରେ ଏହା ଏକ ପ୍ରୟାସ।

ଏଥିରେ କର୍ମଚାରୀ ଏବଂ ସେମାନଙ୍କର ପରିବାର ସଦସ୍ୟଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ ପଢା ଖର୍ଚ୍ଚ ସାମିଲ କରାଯାଇଛି। ବୋଇଙ୍ଗ ଗ୍ରୁପ୍ ଚେୟାରମ୍ୟାନ୍ ଲି ଜଙ୍ଗ କ୍ୟୁନ୍ ଏକ ବୈଠକରେ କହିଛନ୍ତି ଯେ ୨୦୨୧ମସିହା ପରେ ଜନ୍ମ ହୋଇଥିବା ପ୍ରତ୍ୟେକ ପିଲାଙ୍କ ପାଇଁ କମ୍ପାନୀ କର୍ମଚାରୀଙ୍କୁ ୬୨.୧୨ ଲକ୍ଷ ଟଙ୍କା ପ୍ରଦାନ କରିବ। ଏହି ଆର୍ଥିକ ସହାୟତା କର୍ମଚାରୀମାନଙ୍କୁ ପିଲାମାନଙ୍କୁ ବଂଚାଇବାରେ ସାହାଯ୍ୟ କରିବ ଏବଂ ସେମାନଙ୍କର ଅଧିକରୁ ଅଧିକ ପିଲା ଜନ୍ମ କରିବେ ।

Advertisment

କୋରିଆ ଟାଇମ୍ସ ଅନୁଯାୟୀ, ଚଳିତବର୍ଷ କେବଳ ୭୦ କର୍ମଚାରୀ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ପାଇଁ କମ୍ପାନୀକୁ ମୋଟ ୭ବିଲିୟନ ୱେନ୍ ଖର୍ଚ୍ଚ କରିବାକୁ ପଡିବ। ଭବିଷ୍ୟତରେ ଏହି ଯୋଜନା ଜାରି ରଖିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଲି ଚେତାବନୀ ଦେଇଛନ୍ତି ଯେ ଯଦି ଜନ୍ମ ହାର ଏପରି ହ୍ରାସ ପାଏ ତେବେ ଦେଶ ୨୦ ବର୍ଷ ମଧ୍ୟରେ ଜାତୀୟ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରିବ। ଜନ୍ମ ହାର ହ୍ରାସ ପାଉଥିବାରୁ ଆମେ ଏପରି ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ ବୋଲି ସେ କହିଛନ୍ତି।

ଜାନୁଆରୀରେ ପ୍ରସବ କରିଥିବା ଜଣେ କର୍ମଚାରୀ ଏହି ନୀତି ପାଇଁ ବେଶ୍ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ ପିଲାଟିଏ ପାଳନ ନେଇ ସେ ଚିନ୍ତିତ ଥିଲେ, କିନ୍ତୁ ବୋଇଙ୍ଗ ଗ୍ରୁପ୍ ଏବଂ ଏହାର ସମର୍ଥନ ପାଇଁ ସେ କୃତଜ୍ଞ। ଏବେ ସେ ଦ୍ୱିତୀୟ ସନ୍ତାନ ପାଇଁ ମଧ୍ୟ ଯୋଜନା କରିପାରିବେ।

Advertisment

କିନ୍ତୁ ଏହି ଯୋଜନା ଅଧୀନରେ ତିନି କିମ୍ବା ଅଧିକ ପିଲା ଥିବା କର୍ମଚାରୀଙ୍କୁ ସ୍ଥାୟୀ ଭଡା ଘର ଯୋଗାଇ ଦିଆଯାଉଛି। କମ୍ପାନୀ ଏଥିପାଇଁ ୨ ଲକ୍ଷ ୭୦ ହଜାର ଘର ନିର୍ମାଣ କରିଛି ।ଏଥିସହ, ସନ୍ତାନ ପ୍ରସବକୁ ବୃଦ୍ଧି କରିବା ପାଇଁ ଲି ଟିକସମୁକ୍ତ ଦାନ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଛନ୍ତି ।

Employees Babies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ