Advertisment

ରସଗୋଲା କୋଲକାତାର ନୁହେଁ, ରସଗୋଲା ଓଡ଼ିଶାର: ସୌରଭ ଗାଙ୍ଗୁଲି

ରସଗୋଲା କୋଲକାତାର ନୁହେଁ ବୋଲି ଦାଦା ରୋକ୍‌ଠୋକ୍‌ କହିଦେଇଛନ୍ତି।

ଅଦ୍ୟତନ ହୋଇଛି
Rasagola from Odisha’

Rasagola from Odisha’

Advertisment

ରସଗୋଲା ଓଡ଼ିଶାର ନା କୋଲକାତାର? ରସଗୋଲାକୁ ନେଇ ସବୁବେଳେ ବାଦ ବିବାଦ ରହିଆସିଛି। ହେଲେ କଥାରେ କଥାରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ ଦଳର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି। ଯେଉଁ ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ଭିତରେ ବିବାଦ ରହିଆସିଛି, ସେହି ରସଗୋଲା ଉପରେ ମନ୍ତବ୍ୟ ଦେଇଛନ୍ତି ଦାଦା। ଦାଦାଙ୍କ ମୁହଁରୁ ଶୁଣିବାକୁ ମିଳିଛି, ରସଗୋଲା କାହାର। 

Advertisment

ରସଗୋଲା କୋଲକାତାର ନୁହେଁ ବୋଲି ଦାଦା ରୋକ୍‌ଠୋକ୍‌ କହିଦେଇଛନ୍ତି। ଏକ ଟିଭି ସୋରେ ଦାଦା କହିଛନ୍ତି ଯେ ସମସ୍ତେ କହୁଛନ୍ତି ଯେ ରସଗୋଲା କୋଲକାତାର, କିନ୍ତୁ ରସଗୋଲା କୋଲକାତାର ନୁହେଁ, ରସଗୋଲା ହେଉଛି ଓଡ଼ିଶାର। ମହାପ୍ରଭୁ ଜଗନ୍ନାଥଙ୍କ ସହିତ ରସଗୋଲା ଜଡିତ। ତେବେ ସୌରଭଙ୍କ ଏଇ କେଇ ପଦ କଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଭ୍ୟୁୟର୍ସ ଲାଇକ୍, କମେଣ୍ଟ ଦେବା ସହ ସେୟାର ମଧ୍ୟ କରୁଛନ୍ତି।  ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା, ସୌରଭ ଜଣେ ବେଙ୍ଗଲୀ ହୋଇ ମଧ୍ୟ ଯାହା ସତ, ତାହା କହିବାକୁ ପଛାଇନାହାନ୍ତି।  ତାଙ୍କର ଏହି ମତକୁ ଭ୍ୟୁୟର୍ସମାନେ ପ୍ରଶଂସାରେ ପୋତି ପକାଇଛନ୍ତି। 

Advertisment

ତେବେ ରସଗୋଲାକୁ ନେଇ ଚର୍ଚ୍ଚା ଓ ବିବାଦ ନୂଆ କଥା ନୁହେଁ। ଆଗରୁ ଏନେଇ ଅନେକ ପ୍ରସଙ୍ଗ ସାମନାକୁ ଆସିଛି:  

  • ଓଟିଭି ଫୋର୍‌ସାଇଟ୍‌ ୨୦୨୨ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିବା ଅବସରରେ ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେସୀ ରସଗୋଲା ଉପରେ ପ୍ରଶ୍ନ ପଚରାଯାଇଥିଲା। ରସଗୋଲା ଓଡ଼ିଶାର ନା ପଶ୍ଚିମବଙ୍ଗର ପ୍ରଶ୍ନର ଉତ୍ତରରେ ହୁମା କହିଥିଲେ ଯେ, ‘ରସଗୋଲା ସମସ୍ତଙ୍କ ହୃଦୟରେ ଅଛି, ହୃଦୟରେ ରହିବ। ତେବେ ରସଗୋଲା ଓଡ଼ିଶାର। 
  • ଇନଷ୍ଟାଗ୍ରାମ ଆକାଉଣ୍ଟରେ ରସଗୋଲା ଭିଡିଓ ଛାଡ଼ି ଟ୍ରୋଲ୍ ହୋଇଥିଲେ ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ଝିଲିକ୍ ତାଙ୍କ ପୋଷ୍ଟ ଡେସକ୍ରିପସନରେ ଲେଖିଥିଲେ, ଆମି କୋଲକାତାର ରୋସୋଗୋଲ୍ଲା ଛିଲମ୍, ଏବେ ଓଡିଶାର ରସଗୋଲା ହେଲି। ଅର୍ଥାତ ଆଗରୁ ମୁଁ କଲିକତାର ରୋସୋଗୋଲ୍ଲା ଥିଲି ଏବେ ଓଡ଼ିଶାର ରସଗୋଲା ହେଇଗଲି। ଯଦିଓ ଝିଲିକ୍ ଏହା ଲେଖି ନିଜକୁ ଦୋଷମୁକ୍ତ କରିଥିଲେ, କିନ୍ତୁ ତାଙ୍କ ରସଗୋଲା ପ୍ରିୟ ଫ୍ୟାନମାନେ ତାଙ୍କୁ ପ୍ରବଳ ଟ୍ରୋଲ୍ କରିଥିଲେ।
  • ଜୟ ଜଗନ୍ନାଥ ! ରସଗୋଲା ଆମର । ଏକ ରିୟଲିଟି ସୋରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲେ ଓଡ଼ିଆ ଝିଅ । ଜାତୀୟ ସ୍ତରର ଏକ ଘରୋଇ ଟିଭି ଚ୍ୟାନେଲର ରିୟଲିଟି ସୋରେ ଓଡ଼ିଆ ଝିଅ ସ୍ଥିତିପଦ୍ମା ଦାଶଙ୍କ ଏଭଳି ରୋକଠୋକ୍ ଜବାବ ସୋସି‌ଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।
Advertisment
BCCI Sourav Ganguly Rasagola
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ