Advertisment

Viral Video: ଜନ୍ମଦିନରେ ବାପାଙ୍କୁ ସ୍ୱପ୍ନର ବାଇକ୍ ଦେଇ ଖୁସି କଲା ପୁଅ

ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି ବାପା-ପୁଅଙ୍କ ଭଲ ପାଇବା। ଭିଡିଓରେ ବାପାଙ୍କୁ ତାଙ୍କ ସ୍ୱପ୍ନର ବାଇକ୍ ଦେଇ ପୁଅ ଏବେ ଚର୍ଚ୍ଚାରେ ରହିଛି। ଏହି ଭିଡିଓ ଏବେ ସମସ୍ତଙ୍କ ହୃଦୟ ଜିତିବାରେ ଲାଗିଛି।

ଅଦ୍ୟତନ ହୋଇଛି
Son gifts father his- dream bike on his birthday

Son gifts father his- dream bike on his birthday

Advertisment

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଭିଡିଓରେ ବାପାଙ୍କୁ ତାଙ୍କ ସ୍ୱପ୍ନର ବାଇକ୍ ଦେଇ ପୁଅ ଏବେ ଚର୍ଚ୍ଚାରେ ରହିଛି। ଏହି ଭିଡିଓ ଏବେ ସମସ୍ତଙ୍କ ହୃଦୟ ଜିତିବାରେ ଲାଗିଛି।

Advertisment

ଏହି ମୁହୂର୍ତ୍ତଟି ଅତ୍ୟନ୍ତ ଭାବପ୍ରବଣ ଥିଲା। ସ୍ୱପ୍ନର ବାଇକ୍ ଦେଖିବା ପରେ ବାପା ଯେଉଁଭଳି ପ୍ରତିକ୍ରିୟା ଦେଇଛନ୍ତି ତାହା ଆପଣଙ୍କ ହୃଦୟକୁ ତରଳେଇଦେବ। ଆମ ବାପାମାଆଙ୍କୁ ଖୁସି ଏବଂ ଗର୍ବିତ କରିବା ପାଇଁ ଏହା ହିଁ ଆମେ ବଞ୍ଚୁ। ଏହି ଭିଡିଓକୁ ଉଜ୍ଜୱଲ ସିଡନାଗ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଖବର ଲେଖାହେବା ବେଳକୁ ଏହାକୁ ୩ ମିଲିୟନ ଭିୟୁ ମିଳିସାରିଥିଲା।

ତାଙ୍କ ବାପାଙ୍କ ଜନ୍ମଦିନ ଅବସର୍ରେ ଉଜ୍ଜୱଲ୍‌ ତାଙ୍କୁ ଏକ ନୂଆ ବାଇକ୍ ଦେଇ ତାଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ଏବଂ ବାଇକ୍ ପାଇ ତାଙ୍କ ଖୁସିର ସୀମା ପାର ହୋଇଯାଇଥିଲା। ଯେତେବେଳେ ସେ ରଙ୍ଗୀନ କାଗଜରେ ଗୁଡ଼ାଯାଇଥିବା ଏକ ବାକ୍ସ ପାଇଥିଲେ ଓ ଏହାକୁ ଖୋଲିବା ପରେ ନୂଆ ବାଇକ୍‌ର ଚାବି ପାଇଲେ ସେ ଏତେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ସେ ଆନନ୍ଦରେ କାନ୍ଦିବାକୁ ଲାଗିଲେ। ତା’ପରେ ସେ ଘର ବାହାରେ ପାର୍କିଂ ହୋଇଥିବା ବାଇକ୍‌ ଦେଖିବା ପାଇଁ ନିଜ ପରିବାର ସହିତ ବାହାରକୁ ଗଲେ। ତା’ପରେ ସେ ପୁଅକୁ କୁଣ୍ଡେଇ ପକେଇଲେ ଆଉ ସ୍ୱପ୍ନର ବାଇକ୍ ସହିତ କିଛି ଫଟୋ ପାଇଁ ପୋଜ୍ ଦେବାକୁ ଲାଗିଲେ।

Advertisment

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ଆପେ ଆପେ ଗଡ଼ୁଛି ବାଇକ୍‌, ବିନା ଟେନ୍‌ସନ୍‌ରେ ଫୋନ୍‌ରେ ଗପୁଛନ୍ତି ଚାଳକ...

ଉଜ୍ଜୱଲ ଏକ ଲମ୍ବା ପୋଷ୍ଟ୍‌ରେ ଲେଖିଛନ୍ତି, “ଆପଣକୁ ପ୍ରକାଶ କରିବାକୁ କୌଣସି ଶବ୍ଦ ନାହିଁ, ତୁମେ ମୋର ସୁପରମ୍ୟାନ୍, ସୁପର ଭଗବାନ ସବୁକିଛି। ମୋ ବାପା ସର୍ବଦା ମୋ ଜେଜେବାପାଙ୍କ ବାଇକକୁ ଭଲ ପାଉଥିଲେ, ଜାହାକୁ ବିଭାଗକୁ ଫେରେଇ ଦିଆଯାଇଥାଏ। ମୋ ଜେଜେବାପା ଜଣେ ସବ୍-ଇନ୍ସପେକ୍ଟର ଥିଲେ। ପୂର୍ବରୁ ମତେ ଜଣା ନଥିଲା ଯେ ସେ ଏହି ବାଇକ୍‌କୁ କେତେ ଭଲ ପାଉଥିଲେ। ଯେତେବେଳେ ଆମେ ଏହାର ମୂଲ୍ୟ ଜାଣିବା ପାଇଁ ଶୋ’ରୁମକୁ ଯାଇଥିଲୁ, ମୋ ବାପା କହିଥିଲେ, ଆମେ ବର୍ତ୍ତମାନ ଏହାକୁ କିଣି ପାରିବୁ ନାହିଁ, ଏହା ବହୁତ ମହଙ୍ଗା ଅଟେ।”

Advertisment

ଏହି ପୋଷ୍ଟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ “କିନ୍ତୁ ସେଦିନ ମୁଁ ପ୍ରକୃତରେ ଏହି ବାଇକ୍‌ ପ୍ରତି ତାଙ୍କର ଭଲପାଇବା ଦେଖିଲି ଯେହେତୁ ସେ ଉତ୍ସାହର ସହିତ ଏହାକୁ ନେଇ ସମସ୍ତ ପ୍ରଶ୍ନ ପଚାରୁଥିଲେ! ସେ ଏହାକୁ ବହୁତ ଭଲ ପାଉଥିଲେ କାରଣ ସେହି ସେହି ବାଇକ୍ ଥିଲା ଯାହା ତାଙ୍କ ବାପା ଚଢୁଥିଲେ! ତେଣୁ ମୁଁ ଭାବିଲି ତାଙ୍କ ପାଇଁ ଏହାଠାରୁ ଭଲ ଉପହାର ଆଉ କିଛି ହୋଇପାରିବ ନାହିଁ, ଯାହା ତାଙ୍କୁ ଖୁସି କରିବ! ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ ସେ ମୋତେ ତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଶକ୍ତି ଦେଇଛନ୍ତି, ଆଜି ମୁଁ ଯାହା ବି ହୋଇପାରିଛି ଆପଣଙ୍କ ସମର୍ଥନ ହେତୁ।”

ସେ ଆହୁରି କହିଛନ୍ତି ଯେ “ମୋର ମନେ ଅଛି ଯେତେବେଳେ ମୁଁ ମୋର ଚାକିରି ଛାଡିଥିଲି ଏବଂ ଆପଣଙ୍କୁ କହିଥିଲି ଯେ ମୁଁ ମୋର ଉତ୍ସାହକୁ ଅନୁସରଣ କରିବାକୁ ଏବଂ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛି ଏବଂ ତୁମେ କହିଥିଲ, ଠିକ୍ ଅଛି, ଯାହା ତୋର ଖୁସି ତାହା କରେ, ମୁଁ ସବୁଦିନ ପାଇଁ ତୋ ସହିତ ରହିବି! ମୁଁ ଏହାଠାରୁ ଆଉ କ’ଣ ମାଗି ପାରିବି, ଏହା ମୋ ଜୀବନର ସବୁଠାରୁ ଭଲ ଦିନ।”

ଏହି ଭିଡିଓ ଉପରେ ଲୋକେ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ମନ୍ତବ୍ୟ ଦେଉଛନ୍ତି । ଜଣେ ଲେଖିଛନ୍ତି, “ଭଗବାନ ତୁମକୁ ଅନେକ ସଫଳତା ଓ ତୁମ ବାପାମାଆଙ୍କୁ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ। ଖାସ ମୋ ବାପାମାଆ ଜୀବିତ ଥାନ୍ତେ କି, ମୁଁ ବି ତାଙ୍କୁ ଏମିତି କିଛି ଜିନିଷ ଉପହାର ଦେଇଥାନ୍ତି କିନ୍ତୁ ଭାଗ୍ୟର ଆଉ କିଛି ନିଷ୍ପତ୍ତି ଥିଲା। ଏହି ଭିଡିଓ ମୋତେ ବହୁତ ଖୁସି ଦେଲା!”

Social Media Viral Video Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ