Advertisment

ପରିବାରର ୪ଜଣ ଚାଲିଗଲେ...ମା’ର ମୃତ୍ୟୁ ସହିପାରିଲାନି ପୁଅ...ଶାଢିରେ ଝୁଲିପଡି ଜୀବନ ହାରିଲା

ଗାଁରେ ଏକାକୀ ଥିବା ମାଳତୀଙ୍କ ସାନ ପୁଅ ଦ୍ରୋଣ ମହାକୁଡ଼ ମାଆକୁ ହରାଇ ମାନସିକ ଚିନ୍ତାରେ ଥିଲେ । ଆଜି ସକାଳୁ ନିଜ ମାଆଙ୍କ ଶାଢ଼ୀରେ ଝୁଲିପଡି ଘର ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
Son Suicide

Son Suicide

Advertisment

ବଲାଙ୍ଗିର ପାଟଣାଗଡ କାନୁଟଗାଁର ସିଲିଣ୍ଡର ଗ୍ୟାସ ବିସ୍ପୋରଣ ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗୋଟିଏ ପରିବାରର ୪ଜଣଙ୍କ ବିୟୋଗ ପରେ ଦୁଃଖରେ ମ୍ରିୟମାଣ ନାବାଳକ ଆତ୍ମହତ୍ୟା କରିଦେଇଛି। ବଡ଼ ହୃଦୟ ବିଦାରକ ଏ ଦୃଶ୍ୟ। ମା’କୁ ହରାଇ ପୁଅ ଏକଦମ ଭାଙ୍ଗିପଡିଥିଲା। ଶେଷରେ ମା’ର ଶାଢିରେ ଝୁଲିପଡି ଜୀବନ ହାରିଛି ପୁଅ।

Advertisment

ଜଣକ ପରେ ଜଣେ ଆରପାରିକୁ ଚାଲିଗଲେ। ଘରେ ଥିବା ନବାଳକ ପୁଅ ମା’ର ମୃତ୍ୟୁକୁ ସହି ପାରିଲାନାହିଁ। ଡାକ୍ତରଖାନାରେ ମା’ର ମୃତଦେହ ପଡିରହିଛି। ଏପରେ ଗାଁର ଯୁବକ ଭିକ୍ଷା ମାଗି ଶବ ସତ୍କାର ପାଇଁ ଟଙ୍କା ଯୋଗାଡ କରୁଛନ୍ତି। ଏହାରି ଭିତରେ ୧୭ ବର୍ଷୀୟ ପୁଅ ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ନାବାଳକ ହେଲେ ଦ୍ରୋଣ ମହାକୁଡ଼।

ଗତ ୧୦ ତାରିଖରେ କାନୁଟଗାଁର ସିଲିଣ୍ଡର ଗ୍ୟାସ ବିସ୍ପୋରଣ ହୋଇଥିଲା । ବିସ୍ପୋରଣରେ ଗୁରୁତର ୬ଜଣଙ୍କୁ ରାଉରକେଲାରେ ଭର୍ତ୍ତି କରାଯାଇଥିଲା। ଗୁରୁତରଙ୍କ ମଧ୍ୟରୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ସେହି ପରିବାରର ଆଉ ଜଣେ ମହିଳା ମାଳତୀ ମହାକୁଡ଼ଙ୍କ ମଧ୍ୟ ଜୀବନ ଚାଲିଯାଇଥିଲା।  ଏବେ ରାଉରକେଲାର ଏକ ଘରୋଇ ହସପିଟାଲରେ ମାଳତୀଙ୍କ ମୃତଦେହ ରହିଛି ।

Advertisment

ଗାଁରେ ଏକାକୀ ଥିବା ମାଳତୀଙ୍କ ସାନ ପୁଅ ଦ୍ରୋଣ ମହାକୁଡ଼ ମାଆକୁ ହରାଇ ମାନସିକ ଚିନ୍ତାରେ ଥିଲେ । ଆଜି ସକାଳୁ ନିଜ ମାଆଙ୍କ ଶାଢ଼ୀରେ ଝୁଲିପଡି ଘର ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବେଲପଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Gas Cylinder Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ