Advertisment

ନିଜ ବିବାହରେ ରକ୍ତ ଓ ଗଛ ଦାନ କରି ଚର୍ଚ୍ଚାରେ ନବ ଦମ୍ପତି

ଲୋକଙ୍କଠୁ ଉପହାର ନେବା ବଦଳରେ ଦେଉଛନ୍ତି ଉପହାର। ଆଉ ସେହି ଉପହାର ଭିତରେ ରହିଛି ବୃକ୍ଷ ଓ ରକ୍ତଦାନ। ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରତ୍ନାକର ସାହୁଙ୍କ ବିବାହ ଭୋଜିରେ।

Unique Marriage

Unique Marriage

Advertisment

ବାହାଘର ତ ଅନେକ ଦେଖିଥିବେ କିନ୍ତୁ ଆଜି ଆମେ ଯେଉଁ ବାହାଘର କଥା କହୁଛୁ ତାହା ଟିକେ ନିଆରା ଆଉ ସ୍ୱତନ୍ତ୍ର। ବାହାଘର ମାନେ ଖାଇବା, ପିଇବା, ନାଚିବା ଗାଇବା ମଉଜ କରିବା, କିନ୍ତୁ ଆମେ ଯେଉଁ ବାହାଘର କଥା କହୁଛୁ ତାହା ଟିକେ ଭିନ୍ନ । ନିଜର ଖୁସିକୁ ଅନ୍ୟମାନଙ୍କ ସହ ବାଣ୍ଟିଲେ ବଢେ, ଏଭଳି କିଛି ମହତ୍ତ୍ଵ ଉଦ୍ଦେଶ୍ୟକୁ ନେଇ ନବ ଦମ୍ପତି କରିଛନ୍ତି ଏକ ଭିନ୍ନ ପ୍ରଚେଷ୍ଟା।

Advertisment

ସେମାନେ ଲୋକଙ୍କଠୁ ଉପହାର ନେବା ବଦଳରେ ଦେଉଛନ୍ତି ଉପହାର। ଆଉ ସେହି ଉପହାର ଭିତରେ ରହିଛି ବୃକ୍ଷ ଓ ରକ୍ତଦାନ। ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରତ୍ନାକର ସାହୁଙ୍କ ବିବାହ ଭୋଜିରେ।

ରାହାଞ୍ଜ ଗ୍ରାମର ରାଜେନ୍ଦ୍ର ସାହୁ ଓ ତୋଳାତ୍ତମା ସାହୁଙ୍କ ଜ୍ୟେଷ୍ଠ ପୁଅ ରତ୍ନାକର। ନିଜର ଚତୁର୍ଥୀ ଭୋଜି ଦିନ ସକାଳେ ରକ୍ତଦାନ କରିବା ସହ ସେ ନିଜ ହାତରେ ଗଢିଥିବା ଆଶାଏଁ ଆଶ୍ରମରୁ ପିଲାଙ୍କ ହାତ ତିଆରି ଫୋଟୋଚିତ୍ର ସହ ଚାରା ଉପହାର ଦେଇଥିଲେ ରକ୍ତଦାତାଙ୍କୁ। ସନ୍ଧ୍ୟାରେ ଅତିଥିଙ୍କୁ ଉପହାରରେ ଏକ ବୃକ୍ଷଚାରା ସହ ବୃଦ୍ଧ ବୃଦ୍ଧାଙ୍କୁ ଶାଢ଼ୀ ମଧ୍ୟ ପ୍ରଦାନ କରିଥିଲେ। ଆଉ ଅତିଥିମାନେ ମଧ୍ୟ ନବ ଦମ୍ପତିଙ୍କ ଏଭଳି ନିଆରା ପ୍ରୟାସକୁ ବେଶ ପ୍ରଶଂସା କରିଛନ୍ତି।

Advertisment

ବର୍ତମାନ ସମୟରେ ନିଜ ଭାଇ ନିଜର ହୋଇପାରୁନି, ସେଠି ଅନାଥ ପିଲାଙ୍କୁ ମାଗଣା ଶିକ୍ଷା ଦେବା ସହ ସମାଜରେ ମୁଖ୍ୟସ୍ରୋତକୁ ଆଣିଛନ୍ତି ରତ୍ନାକର। ଆଉ ବାହଘରେ ବୃକ୍ଷଚାରା ଓ ରକ୍ତଦାନ କରି ସମାଜ ପ୍ରତି ଦେଖାଇଛନ୍ତି ନିଜର କର୍ତ୍ତବ୍ୟ। ରତ୍ନାକରଙ୍କ ଏଭଳି ଏକ ନିଆରା ପଦକ୍ଷେପକୁ ପରିବାର ବର୍ଗ ସହ ଆସିଥିବା ଅତିଥି ମାନେ ଖୁବ ପ୍ରଶଂସା କରିବା ସହ ନବ ଦାମ୍ପତିଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ଆଶୀର୍ବାଦ କରିଛନ୍ତି।

Unique Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ