Special story
ସୋନପୁର-ବଲାଙ୍ଗିର ବଡ଼ ବାହାଲି ନିକଟରେ ଇନ୍ସପେକଟର ସିଗ୍ଧାରାଣୀ ସୁନାଙ୍କ କାରରେ ଯେଉଁ ଦୁର୍ଘଟଣା ହୋଇଥିଲା, ତାକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ପୋଲିସ୍ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର ଚଳାଉଥିବା ଡ୍ରାଇଭର ଅଜୟଙ୍କର ଡିଏଲ୍ ନାହିଁ । ସୋନପୁର ଏସପି ଏସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିପାଇଁ ଡ୍ରାଇଭର ଅଜୟ ଜେଠୀ ନାଁରେ ମାମଲା ହୋଇଛି ।
ସେ ଗାଡ଼ି ଚଲାଉଥିବା ବେଳେ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଅଜୟ ଜେଠୀକୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି । ଏବେ ପ୍ରଶ୍ନ ଉଠୁଛି, ଯେଉଁ ବ୍ୟକ୍ତିର ଡିଏଲ୍ ନ ଥିଲା, ସେପରି ବ୍ୟକ୍ତିକୁ କିଭଳି ଡ୍ରାଇଭର ରଖିଥିଲେ ଇନ୍ସପେର ସିଗ୍ଧାରାଣୀ ସୁନା ।
ଗତ ୧୨ ତାରିଖ ପୁରୀରୁ ଫେରୁଥିବା ବେଳେ ଇନ୍ସପେକ୍ଟର ସୁନାଙ୍କ ଗାଡ଼ି ଏକ ଅଟୋକୁ ଧକ୍କା ଦେଇଥିଲା । ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ ବଲାଙ୍ଗିର ଜିଲ୍ଲା ରାଘବପାଲିରୁ ଅଟୋରେ ପରିବା ଧରି ୮ ଜଣ ବ୍ୟବସାୟୀ ସୋନ୍ପୁର ହାଟକୁ ଆସୁଥିଲେ । ସେମାନେ ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଅଟକ ଜଣେ ବାଇକ୍ ଚାଳକ ସହିତ କଥା ହେଉଥିଲେ । ଠିକ୍ ଏହି ସମୟରେ ସମ୍ମୁଖରୁ ଆସୁଥିବା କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୬ ଜଣ ଗୁରୁତର ଆହତ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)