Advertisment

ହଠାତ୍‌ ଚାକିରି ଚାଲିଯିବା ପରେ କେମିତି ମ୍ୟାନେଜ୍‌ କରିବେ EMI ?

EMI ଋଣ ସଠିକ୍‌ ଟାଇମ୍‌ରେ ନଦେଲେ ତାହା ଆପଣଙ୍କୁ ଭବିଷ୍ୟତରେ ମହଙ୍ଗା ସାବ୍ୟସ୍ତ ହୋଇପାରେ ।

ଅଦ୍ୟତନ ହୋଇଛି
EMI

EMI

Advertisment

ଯଦି ହଠାତ ଆପଣଙ୍କ ଚାକିରି ଚାଲିଯାଏ । ତେବେ କ’ଣ ଅନୁଭବ କରିବେ ? ଦୁଃଖ ତ ନିଶ୍ଚୟ ଲାଗିବ । ଆଉ ତୁରନ୍ତ ନୂଆ ଚାକିରି ଖୋଜିବା ମଧ୍ୟ ଆପଣ ଆରମ୍ଭ କରିବେ । ତେବେ ଯଦି ଆପଣ ବିବାହିତ ହୋଇଥିବେ । ଆପଣଙ୍କ ଉପରେ ପତ୍ନୀ, ପୁଅ, ଝିଅ, ବାପା ମାଆ ସମସ୍ତେ ଆପଣଙ୍କ ରୋଜଗାର ଉପରେ ନିର୍ଭର କରୁଥିବେ । ତେବେ ସେହି ସମୟରେ କେମିତି ଅନୁଭବ କରିବେ ? ଆପଣଙ୍କୁ ଲାଗିବ ସତେ ଯେମିତି ମୁଣ୍ଡରେ ଆକାଶଟା ଛିଡ଼ି ପଡ଼ିଲା । 

Advertisment

ଖାଲି ସେତିକି ନୁହେଁ, ହଠାତ୍‌ ଚାକିରି ଚାଲିଗଲେ ଆପଣଙ୍କୁ ଆହୁରି କଷ୍ଟ ଦେବ, ଯଦି ଆପଣଙ୍କ ମୁଣ୍ଡରେ ଋଣ ବା କିସ୍ତି ସୁଝିବାର ବୋଝ ରହିଥିବ । ଯାହାକୁ ପ୍ରତିମାସରେ ନିହାତି ଭାବେ ଦେବାକୁ ପଡ଼ିଥାଏ । କିସ୍ତି କିମ୍ବା EMI ଋଣ ସଠିକ୍‌ ଟାଇମ୍‌ରେ ନଦେଲେ ତାହା ଆପଣଙ୍କୁ ଭବିଷ୍ୟତରେ ମହଙ୍ଗା ସାବ୍ୟସ୍ତ ହୋଇପାରେ । ତେଣୁ ଏହା ଆପଣଙ୍କୁ ଅଧିକ କଷ୍ଟ ଦେବ ।

ତେବେ ଆପଣ ଭାବୁଥିବେ ହଠାତ୍‌ ଏସବୁ କଥା ଆମେ ଆପଣଙ୍କୁ କାହିଁକି କହୁଛୁ । ଏହା ପଛର କାରଣ ହେଉଛି, ଏବେ ସାରା ବିଶ୍ୱରେ ମାନ୍ଦାବସ୍ତା ଚାଲିଛି । ଆଉ ବଡ଼ ବଡ଼ କମ୍ପାନୀମାନେ ଛଟେଇ ଆରମ୍ଭ କରିଛନ୍ତି । ତେଣୁ ଘରୋଇ କମ୍ପାନୀରେ ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ଆମର ଏହି ଖବର ନିତ୍ୟାନ୍ତ ଜରୁରୀ । ଯଦି ହଠାତ୍‌ ଚାକିରି ଚାଲିଯାଏ ତେବେ କେମିତି EMI ଗୁଡ଼ିକୁ କରିବେ ମ୍ୟାନେଜ୍ । ବର୍ତ୍ତମାନ ସମୟରେ EMI ସବୁଠାରୁ ବଡ଼ ବୋଝ ହୋଇ ଲୋକଙ୍କ ମୁଣ୍ଡରେ ରହିଛି । କାରଣ EMI ଏକ ପ୍ରକାର ଦୁସ୍ୱପ୍ନ ।

Advertisment

କେମିତି ପାଇବେ ରକ୍ଷା ?

ଦୁର୍ଭାଗ୍ୟ ବସତଃ ଯଦି ହଠାତ୍ ଚାକିରି ଚାଲିଯାଏ, ତେବେ ତୁରନ୍ତ ବ୍ୟାଙ୍କରେ ପହଞ୍ଚି ଅନୁରୋଧ କରନ୍ତୁ ଯେ, ଆପଣଙ୍କ ଲୋନ୍‌ ସୁଝିବା ଅବଧିକୁ ବୃଦ୍ଧି କରାଯାଉ । ଏହା ଦ୍ୱାରା ଆପଣଙ୍କୁ କିଛି ଦିନ ପାଇଁ ମହଲତ ମିଳିଯିବ। ଆଉ ୟା ଭିତରେ ଆପଣ ନୂଆ ରୋଜଗାରର ବାଟ ପାଇଲେ ପୁଣି ଲୋନ୍ ସୁଝିବା ଆରମ୍ଭ କରିବେ। ଲୋନ୍ ଅବଧି ବଢ଼ିଲେ ଆପଣଙ୍କ EMIର ପରିମାଣ ମଧ୍ୟ ଆପେ କମ୍ ହୋଇଯିବ । ଯାହାଦ୍ୱାରା ଆପଣଙ୍କୁ ସୁଝିବାକୁ ସହଜ ହେବ ।

ଏହାସହ ଆପଣ ଚେଷ୍ଟା କରିବେ, ଯଦି ଭବିଷ୍ୟତରେ ଆପଣଙ୍କ ପାଖରେ ଫଣ୍ଡ ସଫିସିଏଣ୍ଟ ହୁଏ ତେବେ ତୁରନ୍ତ ଋଣ ସୁଝିଦେବେ । ନଚେତ ଅଧିକ ସୁଧ ଦେବାକୁ ପଡ଼ିପାରେ । ତେବେ ଖରାପ ସମୟରେ ଏହି ଛୋଟ ପରିମାଣର EMI ସୁଝିବା ପାଇଁ ଆପଣଙ୍କୁ ଆପଣଙ୍କର ଇମର୍ଜେନ୍ସି ଫଣ୍ଡ ବ୍ୟବହାର କରିବାକୁ ହେବ । ତେଣୁ ସମସ୍ତଙ୍କୁ ଏହା ମଧ୍ୟ ପରାମର୍ଶ ଯେ, ନିଜ ରୋଜଗାରରୁ ଖର୍ଚ୍ଚ ବାଦ୍‌ ଏକ ଇମର୍ଜେନ୍ସି ଫଣ୍ଡ ରଖନ୍ତୁ ।

Advertisment
Finance Emi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ