Advertisment

ସ୍ମାର୍ଟ ସିଟି ଭୁବନେଶ୍ୱରକୁ ମିଳିଲା ଆଉ ଏକ ପୁରସ୍କାର

ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର  । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି ।

ଅଦ୍ୟତନ ହୋଇଛି
ସ୍ମାର୍ଟ ସିଟି  ଭୁବନେଶ୍ୱରକୁ ମିଳିଲା ଆଉ ଏକ ପୁରସ୍କାର 

bhubaneswar received another award

Advertisment

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର  । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି । ଏହି ପ୍ରତିଯୋଗିତାରେ ଦେଶର ୧୦୦ଟି ସ୍ମାର୍ଟ ସିଟି ଓ ସବୁ ରାଜ୍ୟର ରାଜଧାନୀ ଅଂଶ ଗ୍ରହଣ କରିଥିଲେ॥

Advertisment

 ‘ଇଣ୍ଡିଆ ସାଇକେଲ୍‌ସ ୪ ଚେଞ୍ଜ ଚାଲେଞ୍ଜ’ କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ ହାଉସିଂ ଆଣ୍ଡ ଅର୍ବାନ ଆଫେୟାର୍ସ ପକ୍ଷରୁ ଆୟୋଜନ କରାଯାଇଥିଲା। ଏଥିରେ ଦେଶର ପ୍ରଥମ ୧୧ଟି ସ୍ମାର୍ଟ ସିଟି ମଧ୍ୟରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି।  ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟିକୁ ୧ କୋଟି ଟଙ୍କାର ଆର୍ଥିକ ରାଶି ପୁରସ୍କାର ସ୍ୱରୂପ ମିଳିବ । ସ୍ମାର୍ଟ ସିଟି ଭୁବନେଶ୍ୱର ପକ୍ଷରୁ ଏହି ସଫଳତା ପାଇଁ ଭୁବନେଶ୍ୱର ବାସିନ୍ଦାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ପ୍ରଥମ ୧୧ଟି ସହରକୁ ୧ କୋଟିର ଆର୍ଥିକ ରାଶି ପୁରସ୍କାର ମିଳିବ। 

ସେହିପରି ପ୍ରଥମ ସ୍ଥାନରେ ରହିଛି ବେଙ୍ଗାଲୁର। ଚଣ୍ଡୀଗଡ ତୃତୀୟରେ, କୋହିମା ନାଗପୁର ଚତୁର୍ଥରେ, ନିଉ ଟାଉନ କୋଲକାତା ୫ମରେ, ମହରାଷ୍ଟ୍ରର ପିମ୍ପ୍ରି ଚିଞ୍ଚୱାଦ୍‌୬ଷ୍ଠରେ, ରାଜକୋଟ ସୁରଟ ୭ମରେ, ଭଦୋଦରା ୮ମରେ ଏବଂ ୱାରାଙ୍ଗାଲ ୯ମ ସ୍ଥାନରେ ରହିଛି। 

Advertisment

ସୂଚନାଥାଉ ଥାଉ କି, ଭାରତ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଜୁନ ୨୫ରେ ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ ୨୦୨୦ ପ୍ରତିଯୋଗିତାର ଫଳ ପ୍ରକାଶ ପାଇଥିଲା। ଏଥିରେ ରାଜଧାନୀ ଭୁବନେଶ୍ୱର ୨ ଟି ପୁରସ୍କାର ଜିତିଥିଲା  । ସୋଶାଲ ସ୍ମାର୍ଟ ଭୁବନେଶ୍ୱର ଓ ମୋ ଭୁବନେଶ୍ୱର ପୋର୍ଟାଲ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଏହି ପୁରସ୍କାର ମିଳିଥିଲା।

Advertisment

ଏଥିରେ ମଧ୍ୟପ୍ରଦେଶର ଇନ୍ଦୋର ଓ ଗୁଜରାଟର ସୁରଟ ଦେଶର ସବୁଠାରୁ ସ୍ମାର୍ଟ ସହର ପୁରସ୍କାର ପାଇଥିଲେ।  କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଶ୍ରେଷ୍ଠ ତାଲିକାରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଥିଲା। ସେହିପରି  ମଧ୍ୟପ୍ରଦେଶ ଦ୍ୱିତୀୟ ଓ ତାମିଲନାଡୁ ତୃତୀୟ ସ୍ଥାନରେ ରହିଥିଲା। 

Latest Odisha News Smartcity Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ