• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର( ସଞ୍ଜୀବ ନାୟକ) : ଜେଲରେ ହେଉଛି ଛତୁ ଚାଷ । ତା’ସହିତ ତିଆରି ହେଉଛି ସାନିଟାଇଜର, ଫିନାଇଲ, ମହମବତୀ । ଜେଲରେ ଥିବା ଅନ୍ତେବାସୀଙ୍କ ପାଇଁ ନିଆରା କାର୍ଯ୍ୟକ୍ରମ । ଏଭଳି କାମ କରୁଛନ୍ତି ଯାଜପୁର ଉପକାଗାରାଗାରରେ ଥିବା ବିଚରାଧିନ ଅନ୍ତେବାସୀ । ଜେଲରୁ ମୁକୁଳିବାପରେ ନିଜକୁ ଆର୍ଥିକ କ୍ଷେତ୍ରରେ ସକ୍ଷମ କରିବା ସହ ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । କେବଳ ଏତିକି ନୁହେଁ ଅପରାଧିକ ମାନସିକତା ପରିବର୍ତ୍ତନ ପାଇଁ କରାଯାଇଛି ସଂସ୍କାର କାର୍ଯ୍ୟକ୍ରମ । କାରାଗାରରେ ନିତ୍ୟକର୍ମ ସରିଲା ପରେ ମହିଳା ଓ ପରୁଷ ଅନ୍ତେବାସୀ ମାନେ ଗୋଷ୍ଠୀ କରି ଲାଗିପଡୁଛନ୍ତି ସାନିଟାଇଜର ଫିନାଇଲ ମହମବତି ତିଆରିରେ । ଆଉ କିଛି ଲାଗି ପଡିଛନ୍ତି ଛତୁ ଚାଷରେ ।

ଯାଜପୁର ସବ ଜେଲରେ ଥିବା ବିଚାରଧୀନ ଅନ୍ତେବାସୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅନ୍ତେବାସୀଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା, ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜକୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଏପରି ପ୍ରୟାସ କରାଯାଇଛି । ଏ ନେଇ ଜେଲ ଅନ୍ତେବାସୀଙ୍କୁ ଯୋଗାଇ ଦିଆଯାଉଛି ସ୍ୱତନ୍ତ୍ର ପ୍ରଶିକ୍ଷଣ । ଜଣେ ପ୍ରଶିକ୍ଷକ ଆସି ଅନ୍ତେବାସୀଙ୍କୁ ଶିଖାଉଛନ୍ତି ବିଭିନ୍ନ ସାମଗ୍ରୀ ନିର୍ମାଣ ପଦ୍ଧତି । ଜାଣତରେ ହେଉ ବା ଅଜାଣତରେ ହେଉ ଏମାନେ ଅପରାଧ ଘଟାଇ ଏବେ ଜେଲ ଚାରିକାନ୍ଥ ଭିତରେ ।

ପିତା ମାତା ପତ୍ନୀ ସନ୍ତାନ ଓ ପରିବାର ବନ୍ଧୁ ପରିଜନଙ୍କ ଡାରୁ ବହୁ ଦୂରରେ ରହି କଟୁଛି ଏମାନଙ୍କ ଜୀବନ । ଜେଲ କର୍ତ୍ତୃପକ୍ଷଙ୍କ ସୟାହତାରେ ଏମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷକ ଦିଆଯାଇଛି । ଆଉ ପ୍ରଶିକ୍ଷଣ ପାଇ ସେମାନେ ଫିନାଇଲ, ମହମବତୀ ଓ ସାନିଟାଇଜର ତିଆରି କରିବା ସହ ଛତୁ ଚାଷ ମଧ୍ୟ କରୁଛନ୍ତି । ଜେଲରୁ ମିଳିଥିବା ଏଭଳି ସୁଯୋଗ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ପରିବାର ବିଚ୍ଛେଦ କଷ୍ଟ ଲାଘବ କରିବ ଏବଂ ସେମାନଙ୍କ ଦ୍ରବ୍ୟ ଲୋକେ କିଣିଲେ ସାମାଜିକ ପ୍ରତିଷ୍ଠା ମିଳିବ ବୋଲି କହିଛନ୍ତି ଅନ୍ତେବାସୀ ।

ଯାଜପୁର ଉପକାରାଗାର ରେ ରେ ରହୁଛନ୍ତି ୩୧୧ ଜଣ ଅନ୍ତେବାସୀ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ଜୀବିକା ମିଶନ ଓ ଷ୍ଟେଟବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ମିଳିତ ସହଯୋଗରେ ଅନ୍ତେବାସୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ପ୍ରଶିକ୍ଷକ । ଜେଲରୁ ମୁକୁଳିବାପରେ ଏପରି କର୍ମନିଯୁକ୍ତି ଅନେକ ଅନ୍ତେବାସୀଙ୍କ ଅର୍ଥନୈତିକ ବିକାଶ କରିବ । ଏପରିକି ରୋଟାରୀ କ୍ଲବ ସହାୟତାରେ ଅନ୍ତେବାସୀଙ୍କ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ କାରାଗାରେର ଖୋଲାଯାଇଛି ପାଠାଗାର ।

ତେବେ ଜେଲରେ ରହୁଥିବା ଅନ୍ତେବାସୀଙ୍କ ଅପରାଧିକ ମାନସିକତା ପରିବର୍ତ୍ତନର ଉଦ୍ଦେଶ୍ୟ ରଖି ଜେଲ ଡିଜି ଏଭଳି ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରିଥିବା କହିଛନ୍ତି ଯାଜପୁର ସବଜେଲର । ଅନ୍ତେବାସୀଙ୍କ ପାଇଁ ଜେଲ ପରିସରରେ ଏଭଳି କାମ ଶିଖାଇବା ପଦକ୍ଷେପ ପ୍ରଶଂସନୀୟ ।