Advertisment

ରାଜ୍ୟ ସରକାରଙ୍କୁ ୧୪୨ କୋଟିର ୟୁସି ଦେବାରେ କାହିଁକି ବିଫଳ ଶ୍ରୀମନ୍ଦିର ପ୍ରଶାସନ ?

ଏବେ ପ୍ରଶ୍ନ ପ୍ରାୟ ୧୮ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଖର୍ଚ୍ଚ କରିଥିବା ଏ ବିପୁଳ ଅର୍ଥର ହିସାବ କର୍ତ୍ତୃପକ୍ଷଙ୍କ ନିକଟରେ ସହି ସଲାମତ ଅଛି ତ? ଯଦି ହଁ ତେବେ ଆଇନ ବିଭାଗ ବାରମ୍ବାର ତାଗିଦ ପରେ ବି ୟୁସି ଦାଖଲରେ କାହିଁକି ବିଳମ୍ବ କରୁଛି ଶ୍ରୀମନ୍ଦିର ପ୍ରଶାସନ?

Puri Shree Mandir

Puri Shree Mandir

Advertisment

ପୁରୀ: ରାଜ୍ୟ ସରକାରଙ୍କୁ ୧୪୨ କୋଟିର ୟୁସି ଦେବାରେ କାହିଁକି ବିଫଳ ଶ୍ରୀମନ୍ଦିର ପ୍ରଶାସନ ? ଏତେ ଟଙ୍କା କୁଆଡ଼େ ଗଲା ଏବଂ କେମିତି ଖର୍ଚ୍ଚ ହେଲା, ତାର ହିସାବ କଣ ପାଇଁ ଦେଇପାରୁ ନାହାନ୍ତି ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ? ରତ୍ନଭଣ୍ଡାର ଚାବିକୁ ନେଇ ସମସ୍ୟାରୁ ମୁକୁଳିନଥିବା ବେଳେ ଏବେ ସାମ୍ନାକୁ ଆସିଛି ମନ୍ଦିର ପ୍ରଶାସନର ଆଉ ଏକ ଖାମଖିଆଲି ନୀତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରାଜ୍ୟ ଦେବୋତ୍ତର ଆୟୁକ୍ତଙ୍କୁ ଡିସେମ୍ବର ୨ରେ ଲେଖାଯାଇଥିବା ଏ ଚିଠିରେ ୨୦୦୩-୦୪ ଆର୍ଥିକ ବର୍ଷରୁ ୨୦୨୦-୨୧ ମଧ୍ୟରେ ବାକିଆ ବିନିଯୋଗ ପ୍ରମାଣପତ୍ର ଦାଖଲ କରନ୍ତୁ ଶ୍ରମନ୍ଦିର ପ୍ରଶାସନ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏଥିରେ ବିଫଳ  ହେବାରୁ ଗତ ୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ଆଉ ଏକ ଚିଠି ଲେଖିଛି ଆଇନ ବିଭାଗ।

Advertisment

ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନର ବାକିଆ ୟୁସି ପ୍ରସଙ୍ଗ ନେଇ ଆସନ୍ତା ୧୫ ତାରିଖରେ ଅର୍ଥ ବିଭାଗ OSDଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏଥିରେ ୧୪୨ କୋଟି ୮୧ ଲକ୍ଷ ୫୫ ହଜାର ୯୫୫ ଟଙ୍କାର ୟୁସିର ହିସାବ ଦେବାକୁ ଶ୍ରୀମନ୍ଦିର ପ୍ରଶାସନର ଜଣେ ଉପଯୁକ୍ତ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି। ତା ପୂର୍ବରୁ ଡିସମ୍ବେର ୧୦ ତାରିଖ ସୁଦ୍ଧା ବାକିଆ ୟୁସି ସମ୍ପର୍କୀତ ସମସ୍ତ ତଥ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ବି ରହିଛି।

ଏବେ ପ୍ରଶ୍ନ ପ୍ରାୟ ୧୮ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଖର୍ଚ୍ଚ କରିଥିବା ଏ ବିପୁଳ ଅର୍ଥର ହିସାବ କର୍ତ୍ତୃପକ୍ଷଙ୍କ ନିକଟରେ ସହି ସଲାମତ ଅଛି ତ? ଯଦି ହଁ ତେବେ ଆଇନ ବିଭାଗ ବାରମ୍ବାର ତାଗିଦ ପରେ ବି ୟୁସି ଦାଖଲରେ କାହିଁକି ବିଳମ୍ବ କରୁଛି ଶ୍ରୀମନ୍ଦିର ପ୍ରଶାସନ? ଏଣେ ଯଦି ଖର୍ଚ୍ଚର ଉପଯୁକ୍ତ ହିସାବ ନମିଳେ, କିମ୍ବା ୟୁସି ଦାଖଲରେ ଶ୍ରୀମନ୍ଦିର ପ୍ରଶାସନ ପୁଣି ବିଫଳ ହୁଅନ୍ତି, ତେବେ କି ପଦକ୍ଷେପ ନେବ ଆଇନ ବିଭାଗ। ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ, ପ୍ରତି ଆର୍ଥିକ ବର୍ଷ ଶେଷରେ ୟୁସି ଦାଖଲ ସହ ଏହାର ପ୍ରମାଣ ରହିଥିବା କହିଛନ୍ତି ଉନ୍ନୟନ ପ୍ରଶାସକ। ଏପରିକି ୟୁସି ଦାଖଲ ହୋଇନଥିବା କଥାକୁ ସେ ଭୁଲ ତଥ୍ୟ ବୋଲି କହିଛନ୍ତି।

Advertisment

ଏଣେ ଖାଲି ୟୁସି ଦାଖଲ ନୁହେଁ, ମହାପ୍ରଭୁଙ୍କ କୋଠ ଭୋଗ ପାଇଁ ରାଜ୍ୟ ସରକାର ପ୍ରତି ବର୍ଷ ୫୫ ଲକ୍ଷ ଟଙ୍କା ଲେଖାଏଁ ଦେଉଥିଲେ ବି ସେ ଅର୍ଥର ସଠିକ ବିନିଯୋଗ ହେଉଛି କି ନାହିଁ, ତାକୁ ନେଇ ଉଠିଛି ପ୍ରଶ୍ନ। କାରଣ ଗଲା କିଛି ମାସ ଧରି ଶ୍ରୀଜିଉଙ୍କ ନିକଟରେ ଲାଗି ହେଉନି କୋଠ ଭୋଗର ଅନ୍ୟତମ ପ୍ରମୁଖ ଉପାଦାନ ଖୁଆ ମାଣ୍ଡୁଅ। ଠାକୁରଙ୍କ ନିକଟରେ ଖୁଆ ମାଣ୍ଡୁଅ ଲାଗି ପରମ୍ପରା ବନ୍ଦ କଥାକୁ ବରିଷ୍ଠ ସେବାୟତ ସ୍ୱୀକାର ବି କରିଛନ୍ତି। ସେପଟେ ଏ ପରମ୍ପରା ବନ୍ଦ ଖବର ପରେ ବିଚଳିତ ହୋଇଛନ୍ତି ବହୁ ଜଗନ୍ନାଥପ୍ରେମୀ।

ରିପୋର୍ଟ: ମଧୁସୂଦନ ମିଶ୍ର

Puri Odisha Government Shree Mandir Administration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ