ପୁଣି ଲାଇନ୍‌ଚ୍ୟୁତ ମାଲ୍‌ବାହୀ ଟ୍ରେନ୍‌, ଏକାଥରକେ ୬ ବଗି ଓଲଟିଲା

କୋଇଲା ବୋଝେଇ ହୋଇ ଟ୍ରେନ୍‌ଟି ଯାଉଥିବା ବେଳେ ଏହାର ୬ଟି ବଗି ଲାଇନଚ୍ୟୁତ ହୋଇଛି ।

Train Derailed

ପୁଣି ଲାଇନ୍‌ଚ୍ୟୁତ ହେଲା ମାଲ୍‌ବାହୀ ଟ୍ରେନ୍‌ । ହେଲେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା । ଏକା ଥରକେ ୬ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ନେଇ ସୂଚନା ।ଏଭଳି ଏକ ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ଭେଜା ନିକଟରେ । କୋଇଲା ବୋଝେଇ ହୋଇ ଟ୍ରେନ୍‌ଟି ଯାଉଥିବା ବେଳେ ଏହାର ୬ଟି ବଗି ଲାଇନଚ୍ୟୁତ ହୋଇଛି ।

ଟ୍ରେନ୍‌ଟି କିରଣ୍ଡୁଲରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା । ବିଳମ୍ବିତ ରାତିରେ ମାଲବାହୀ ଟ୍ରେନଟି ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି । ଏଥିଯୋଗୁଁ କୋରାପୁଟ-ବିଶାଖାପାଟଣା ମଧ୍ୟରେ ରେଳ ଚଳାଳଚ ବନ୍ଦ ରହିଛି । କୋରାପୁଟରୁ ଉଦ୍ଧାରକାରୀ ଟିମ୍ ଘଟଣାସ୍ତଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଟ୍ରେନ୍ ଲାଇନଚ୍ୟୁତ ପରେ ବିଶାଖାପାଟଣା-କିରନଡୁଲ୍ ଏକ୍ସପ୍ରେସ ବାତିଲ୍ କରାଯାଇଛି । ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ରେଳ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।