Advertisment

ମଝି ଜଙ୍ଗଲରେ ମଣିଷ ଘର: ୧୫ ବର୍ଷ ହେଲା ଜଙ୍ଗଲ ଭିତରେ କଟୁଛି ଜୀବନ

ମୁନ୍ଦିବାହେଲି ଜଙ୍ଗଲ ପାଲଟିଛି ଫଗଣୁଙ୍କ ଆଶ୍ରୟସ୍ଥଳୀ।

ଅଦ୍ୟତନ ହୋଇଛି
Six-member Odisha family forced to live in jungle for 15 years

Six-member Odisha family forced to live in jungle for 15 years

Advertisment

ଚାରିଆଡ଼େ ଘଂଚ ଜଙ୍ଗଲ.. ତାରି ଭିତରେ ଆବଡ଼ା ଖାବଡ଼ା ପାଦ ଚଲା ରାସ୍ତା। ମଝି ଜଙ୍ଗଲରେ ରହିଛି ଛୋଟ କୁଡିଆଟିଏ। ମାଟି କାନ୍ଥରେ, କେଉଁଠି ଖପରା ତ କେଉଁଠି ଢଙ୍କା ଯାଇଛି ଛିଡା ପାଲ। ଦିନରେ ଖରା ଓ ରାତିରେ ତାରା ଦିଶୁଥିବା ଏହି ଘରେ ରହୁଛନ୍ତି ଛଅ ପ୍ରାଣୀ କୁଟୁମ୍ବ। ଘରର ମୁରବୀ ଫଗଣୁ ମାଝୀ, ଦୁଇ ପତ୍ନୀ ଓ ତିନି ପିଲା ଛୁଆ। ପନ୍ଦର ବର୍ଷ ତଳେ ନିଜ ହାତରେ ଚାଳ ଛପରର ଏହି କୁଡିଆ ତୋଳିଥିଲେ ଫଗଣୁ। ସେବେଠୁ ଏଇଠି ମୁଣ୍ଡ ଗୁଂଜିଛନ୍ତି ରାସନକାର୍ଡ ଅଛି। ହେଲେ ସେଥିରେ କେବଳ ଦୁଇ ଜଣଙ୍କ ନାଁ ରହିଛି। ଫଳରେ ଦଶ କେଜି ଚାଉଳରେ ଚଳୁଛନ୍ତି ପୁରା ପରିବାର। ପାଖରେ ପାଣି ନଥିବାରୁ ବାହାର ଗାଁକୁ ଯାଇ ଆଣୁଛନ୍ତି। ପିଲାମାନେ ପାଠ ନପଢି ଗାଈ, ଛେଳି ଚରାଉଛନ୍ତି।

Advertisment

ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ୍ ଖଇରା ଗାଁର ଫଗଣୁ ମାଝୀ ପୂର୍ବରୁ ଗାଁରେ ରହୁଥିଲେ। ଘର ଭାଙ୍ଗିଯିବାରୁ ସମ୍ପର୍କୀୟ ଜାଗା ମାଡି ବସି ତାଙ୍କୁ ତଡିଦେଇଥିଲେ। ଫଳରେ ୧୫ ବର୍ଷ ହେଲା ମୁନ୍ଦିବାହେଲି ଜଙ୍ଗଲ ପାଲଟିଛି ଫଗଣୁଙ୍କ ଆଶ୍ରୟସ୍ଥଳୀ। ଏଭିତରେ ତିନି ତିନିଟି ନିର୍ବାଚନ ଯାଇଛି। ନେତା ଆସି ପ୍ରତିଶ୍ରୁତି ଅଜାଡି ଦେଇଛନ୍ତି। କେତେବେଳେ କହିଛନ୍ତି ଆବାସ ଯୋଜନାରେ ଘର ଦେବେ ତ କେତେବେଳେ ରାସନ କାର୍ଡରେ ସାମିଲ କରିଦେବେ। ପରିବାରର ସମସ୍ତଙ୍କ ନାଁ ହେଲେ ସବୁ ସାତ ସପନ ପାଲିଟିଛି ଫଗଣୁଙ୍କ ପାଇଁ।

ସବୁ କଚ୍ଚା ଘର ପକ୍କା ହେବ, ଆବାସ ଯୋଜନାରେ ସମସ୍ତଙ୍କୁ ସାମିଲ କରାଯିବ ଏମିତି କେତେ କଣ ଘୋଷଣା କରାଯାଉଛି ସରକାରଙ୍କ ତରଫରୁ। ହେଲେ ଏବେବି ଜଙ୍ଗଲ ଭିତରେ ଚାଳ ଛପର ଘରେ ରହିବାକୁ ବାଧ୍ୟ ହେଉଛନ୍ତି ଫଗଣୁଙ୍କ ଭଳି ଅନେକ ପରିବାର।

Advertisment

(ରିପୋର୍ଟ: କୁନାଲ ଚରଣ ବେହେରା)

Jungle Survival Tales
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ