• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସିନ୍ଧିକେଲା ଥାନା ASI ସୁମନ ମଲ୍ଲିକ୍ ସସପେଣ୍ଡ୍

  • ASI ସୁମନ ମଲ୍ଲିକଙ୍କୁ ସସପେଣ୍ଡ୍ କଲେ ବଲାଙ୍ଗିର SP

ଛେଳି ଚୋରି କଲେ ସସପେଣ୍ଡ୍ ହେଲେ ପୋଲିସ୍ ବାବୁ । ଚୋରି ଅଭିଯୋଗରେ ସିନ୍ଧିକେଲା ଥାନା ASI ସୁମନ ମଲ୍ଲିକଙ୍କୁ ସସପେଣ୍ଡ୍ କରାଯାଇଛି । ASI ସୁମନ ମଲ୍ଲିକଙ୍କୁ ସସପେଣ୍ଡ୍ କରିଛନ୍ତି ବଲାଙ୍ଗିର SP । ଛେଳି ଚୋରି କରି ଭୋଜି କରିବା ଅଭିଯୋଗରେ ତାଙ୍କ ବିରୋଧରେ କନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ପୋଲିସ୍ ଛେଳି ଚୋରି କରି ନେଇଥିବା ନେଇ ସ୍ଥାନୀୟ ଲୋକେ ସିନ୍ଧିକେଲା ଥାନା ଘେରାଉ କରିଥିଲେ ।

ସୂଚନାଯୋଗ୍ୟ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନାର ଏଏସ୍ଆଇ ସୁମନ ମଲ୍ଲିକ ଓ ଅନ୍ୟ କର୍ମଚାରୀଙ୍କ ନାଁରେ ସିନ୍ଧେକେଲା ଗାଁର ଯୁବକ ସଂକୀର୍ତ୍ତନ ଗୁରୁ ଛେଳି ଚୋରି ଅଭିଯୋଗ ଆଣିଥିଲେ । ଛେଳି ଚୋରି କରିବା ପରେ ତାକୁ ଭୋଜି କରି ଖାଇ ଦେଇଥିବା ଅଭିଯୋଗ କରିଥିଲେ । ଦୁଇଟି ଛେଳି ନେଇ ପୋଲିସ ଭୋଜି କରିଦେଇଥିବା ଅଭିଯୋଗ କରିଥିଲେ ସଂକୀର୍ତ୍ତନ । ଏହି ଘଟଣାକୁ ନେଇ ଗତକାଲି ଲୋକେ ଥାନା ଘେରାଉ କରିଥିଲେ ଏବଂ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।

ହେଲେ ପରିସ୍ଥିତି ବିଗୁଡିଥିବା ଦେଖି ସଂପୃକ୍ତ ଏଏସଆଇ ସୁମନ ମଲ୍ଳିକକୁ ଫେରାର କରାଇଦେଲେ ଅନ୍ୟ ସହଯୋଗୀ । ବିଳମ୍ବିତ ରାତି ଯାଏ ଥାନାକୁ ଘେରାଉ କରି ରଖିଥିଲେ ସିନ୍ଧେକେଲାର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସାଧାରଣ ଲୋକେ । ଶେଷରେ ଅଟକ ଛେଳି ମାଳିକ ସଂକୀର୍ତ୍ତନ ଗୁରୁଙ୍କୁ ଥାନାରୁ ଛାଡିଦେଲା ପୋଲିସ ।