Advertisment

ସିମରନ୍‌ଙ୍କ ଶେଷ ଚିଠି : ‘ତୁମେ ମୋ ସହ ଯାହା କିଛି କରିଛ, କଣ ସେଇଟା ବି ମିଛ ଥିଲା’

ରଞ୍ଜିତଙ୍କ ଜୀବନରେ ବି ଆଉ କେବେ ଆସିବେ ନାହିଁ ସିମରନ। କାରଣ ବୈତରଣୀରେ ନିଜ ଭଲ ପାଇବାକୁ ଜଳାଞ୍ଜଳି ଦେଇ ସେ ନିଜକୁ ଶେଷ କରି ଦେଇଛନ୍ତି। ପ୍ରେମିକ ରଞ୍ଜିତଙ୍କ ଜୀବନରୁ ଦୂରେଇ ଯିବା ପୂର୍ବରୁ ନିଜ ମନର କଥାକୁ ଏମିତି ଚିଠି ଲେଖି ଦେଇଛନ୍ତି ସିମରନ ଜେନା।

author-image
Prangyan Parimita
simran

simran

ତୁମେ ମୋ ସହ ଯାହା କିଛି କରିଛ, କଣ ସେଇଟା ବି ମିଛ ଥିଲା, ସତରେ କଣ ତୁମେ ମୋତେ ଭଲ ପାଉନ, ମୁଁ ତୁମର ଖୁସି ନୁହେଁ, ନିଜ ଉପରେ ଆଜି ମୋର ଭରସା ଭାଙ୍ଗିଗଲା... ମୋ ଜୀବନକୁ ଆସି ପ୍ରେମର ମାନେ କଣ ଜଣାଇଲ, ହେଲେ ପ୍ରେମର ମୂଲ୍ୟ ରହିଲାନି... ତୁମେ ସବୁବେଳେ ମୋ ଗୁଲୁ ହୋଇକି ରହିବ... ହେଲେ ତୁମ ଜୀବନକୁ କେବେ ବି ଏହି ଫିଜା ଫେରିବନି...

Advertisment

ଇତି

ତୁମର ଅଜଣା ମଣିଷ

ଗତ ୩ ଦିନ ତଳେ ବୈତରଣୀ ନଦୀକୁ ଡେଇଁ ନିଜ ଜୀବନ ହାରି ଦେଇଥିବା ଯୁବତୀଙ୍କ ଏହି ଚିଠି ହିଁ ଅନେକ କଥା ବୟାନ କରୁଛି । +୨ ବିଜ୍ଞାନ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ମେଡିକାଲ ପଢିବା ପାଇଁ ନିଜକୁ ପ୍ରସ୍ତୁତି କରୁଥିଲେ ସିମରନ । ଆଉ ଏହି ଆତ୍ମହତ୍ୟା ପାଇଁ ତଥାକଥିତ ପ୍ରେମିକ କୁହାଯାଉଥିବା ରଞ୍ଜିତ ସାହୁ ହିଁ ଦାୟୀ ବୋଲି ସିମରନଙ୍କ ମା କହିଛନ୍ତି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ କେନ୍ଦ୍ରାପଡା ଜିଲ୍ଲା ରାଜକନିକାକୁ ସଂଯୋଗ କରୁଥିବା ବୈତରଣୀ ପୋଲରୁ ଡେଇଁ ପଡିଥିବା ଛାତ୍ରୀ ସିମରନ ଜେନାଙ୍କ ମା କଳ୍ପନା ଜେନାଙ୍କ କହିବା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବୁରୁଡ଼ିଆ ଗାଁରୁ କମ୍ପ୍ୟୁଟର କ୍ଲାସ କରିବାକୁ କହି ସିମରନ ଘରୁ ଚାନ୍ଦବାଲିକୁ ଆସିଥିଲା। ହେଲେ ବୈତରଣୀ ପୋଲ ଉପରେ ସାଇକେଲ ଓ ବ୍ୟାଗ ରଖି ଡେଇଁ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ।

Advertisment

ଖବର ପାଇଁ ଚାନ୍ଦବାଲି ଓ ରାଜକନିକା ଦମକଳ ବାହିନୀ ବହୁ ଖୋଜାଖୋଜି କରିଥିଲେ ବି ମିଳିନଥିଲା ସିମରନଙ୍କ ସନ୍ଧାନ। ୩୦ ଘଣ୍ଟା ପରେ ପୋଲଠାରୁ କିଛି ଦୂରରେ ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ସହ ସିମରନଙ୍କ ବ୍ୟାଗରେ ଥିବା ଏକ ହାତ ଲେଖା ଚିଠି ଓ ଫଟୋ ମିଳିଥିଲା। ଯେଉଁଥିରେ ପ୍ରେମିକ ଧୋକା ଦେବା ପରେ ସେ ଏହି ବାଟ ବାଛି ନେଇଥିବା ସ୍ପଷ୍ଟ ଭାବେ ଲେଖାଯାଇଛି।

ତେବେ ସିମରିନଙ୍କ ବଡ ଭଉଣୀ ସାମିଲ୍ଲୀ ଜେନା କହିଛନ୍ତି ପୂର୍ବତନ ପ୍ରେମିକ ରଞ୍ଜିତ ଏବେ ସେ ଆଉ କେଉଁ ଝିଅ ସହିତ ସମ୍ପର୍କ ରଖି ମୋ ଭଉଣୀକୁ ମାନସିକ ନିର୍ଯାତନା ଦେଉଥିଲା। ଯେଉଁଥି ପାଇଁ ତାଙ୍କ ଭଉଣୀ ଆତ୍ମହତ୍ୟା କରିଛନ୍ତି । ବର୍ତ୍ତମାନ ରଞ୍ଜିତ ଫେରାର ଥିବାବେଳେ ପୁଲିସ କହିଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ବାସୁଦେବ ଦାସଙ୍କ ରିପୋର୍ଟ

Simran's Last Letter
Advertisment
Advertisment