Advertisment

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୁପା କବାଟ

ମନ୍ଦିରରେ କଣ ସୁବିଧା ଅସୁବିଧା ଅଛି, ତାର ଅନୁଧ୍ୟାନ କରିଥିଲେ। ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାମର ଅଗ୍ରଗତି ନେଇ ଆଲୋଚନା କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି। ସେ ସୂଚନା ଦେଇଛନ୍ତି, ମନ୍ଦିର ଓ ପ୍ରଭୁ ଲିଙ୍ଗରାଜଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ, କିନ୍ତୁ ମରାମତି ପାଇଁ ଅନୁମତି ମିଳିଛି।

ଅଦ୍ୟତନ ହୋଇଛି
Lingaraj Temple

Lingaraj Temple

Advertisment

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୁପା କବାଟ। ଶ୍ରୀମନ୍ଦିର ଢାଞ୍ଚାରେ କବାଟରେ ଲଗାଯିବ ରୁପା। ଦେଢ଼ ବର୍ଷ ଭିତରେ ଏ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ଏଏସ୍ଆଇ। ଆଜି ମନ୍ଦିରର ବିଭିନ୍ନ ସ୍ଥାନ ଯାଞ୍ଚ କରିବା ପରେ ଏହି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ସଂଜୟ ସିଂହ। ଆଜି ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ମନ୍ଦିର ଚତୁଃପାର୍ଶ୍ୱ, ନାଟ୍ୟ ମଣ୍ଡପ ଓ ବେଢ଼ା ପରିସରରେ ଥିବା ଅନେକ ମନ୍ଦିର ବୁଲି ଦେଖିଥିଲେ ଏଏସଆଇ ଟିମ୍ ଓ ବିଏମ୍‌ସି କମିଶନର ସଂଜୟ ସିଂହ।

Advertisment

ମନ୍ଦିରରେ କଣ ସୁବିଧା ଅସୁବିଧା ଅଛି, ତାର ଅନୁଧ୍ୟାନ କରିଥିଲେ। ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାମର ଅଗ୍ରଗତି ନେଇ ଆଲୋଚନା କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି। ସେ ସୂଚନା ଦେଇଛନ୍ତି, ମନ୍ଦିର ଓ ପ୍ରଭୁ ଲିଙ୍ଗରାଜଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ, କିନ୍ତୁ ମରାମତି ପାଇଁ ଅନୁମତି ମିଳିଛି। କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ଏଏସ୍‌ଆଇ ଅଧୀକ୍ଷକ ଅରୁଣ ମଲ୍ଲିକ। ରୂପା କବାଟର ପ୍ରସ୍ତାବକୁ ସରକାର ଅନୁମୋଦନ କରିଥିବାରୁ ସେବାୟତମାନେ ଖୁସି ପ୍ରକାଶ କରିଛନ୍ତି। ଫନି ବାତ୍ୟାରେ ଲିଙ୍ଗରାଜ ମନ୍ଦିରର ମୁଖ୍ୟଦ୍ୱାର ଭାଙ୍ଗି ଯାଇଥିଲା।

ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି ଯେ ଵିଏମ୍‌ସି କର୍ମଚାରୀ ଓ ଏଏସ୍‌ଆଇ ମନ୍ଦିର ବୁଲିକି ଦେଖିଥିଲେ। ସିଂହଦ୍ୱାର କବାଟ ଯାହା ଭାଙ୍ଗିଯାଇଥିଲା। ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରୁପା କବାଟ ତିଆରି ପାଇଁ ଆମେ ପ୍ରସ୍ତାବ ଦେଇଛୁ। ରାଜ୍ୟ ସରକାର ଏଥିରେ ସହମତି ପ୍ରକାଶ କରିଛନ୍ତି। 

Advertisment

ଆସନ୍ତା ସେପ୍ଟେମ୍ବର ପହିଲାରୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ପ୍ରତ୍ୟେକ ଦର୍ଶନାର୍ଥୀ ଡବଲ ଡୋଜ ଟିକା ନେଇଥିବାର ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଭକ୍ତଙ୍କ ପାଇଁ ଶ୍ରୀଲିଙ୍ଗରାଜଙ୍କ ଗର୍ଭଗୃହ ଦର୍ଶନ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଛି। ମନ୍ଦିର ଭିତରକୁ ଅତିବେଶିରେ ଶହେ ଶ୍ରଦ୍ଧାଳୁଙ୍କ ଅନୁମତି ପାଇଁ ଅନୁମତି ପ୍ରଦାନ କରାଯାଇଛି।

ଅନ୍ୟପଟେ ଆର୍‌ଟିପିସିଆର ନେଗେଟିଭ୍ ରିପୋର୍ଟ ସହିତ ୨ଟି କୋଭିଡ୍ ଟିକା ନେଇଥିବା ବା ପ୍ରମାଣଧାରୀ ସେବାୟତଙ୍କୁ ହିଁ ମନ୍ଦିରର ନୀତିକାନ୍ତି ପାଇଁ ଅନୁମତି ପ୍ରଦାନ କରାଯିବ। ମନ୍ଦିରରେ ଭକ୍ତ ଓ ସେବାୟତଙ୍କ ପାଇଁ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି। ମନ୍ଦିର କର୍ତ୍ତୃପକ୍ଷ ଏହା ଉପରେ ନଜର ରଖିବେ ବୋଲି ଜାରି ମାର୍ଗଦର୍ଶିକାରେ କୁହାଯାଇଛି। ମନ୍ଦିର ମଧ୍ୟରେ କୌଣସି ସ୍ଥାନରେ ୨୫ରୁ  ଅଧିକ ବ୍ୟକ୍ତି ଏକତ୍ରିତ ହୋଇପାରିବେ ନାହିଁ। ମନ୍ଦିର ମଧ୍ୟକୁ ପ୍ରବେଶ କରୁଥିବା ଶ୍ରଦ୍ଧାଳୁ ଏବଂ ଦର୍ଶନାର୍ଥୀଙ୍କର ମନ୍ଦିର ସିଂହଦ୍ୱାରରେ ଥର୍ମାଲ ସ୍କ୍ରିନିଂ କରାଯିବ।

Advertisment
Odisha News ASI Lingaraj Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ