Advertisment

ଏଣିକି SBIରେ ଜମା ରହିବ ଶ୍ରୀମନ୍ଦିର କର୍ପସ ଫଣ୍ଡ ଓ ମନ୍ଦିର ଫଣ୍ଡ

ଟେଣ୍ଡରରେ ୪ଟି ବ୍ୟାଙ୍କ ଅଂଶଗ୍ରହଣ କରିଥିବା ବେଳେ ଏସ୍‌ବିଆଇ ସର୍ବାଧିକ ବିଡିଂ ଡାକି ଟଙ୍କା ଜମା କରିବାର ଅଧିକାର ପାଇଛି । ଏକ ବର୍ଷ ପାଇଁ ଏହି ଟେଣ୍ଡର କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।

ଅଦ୍ୟତନ ହୋଇଛି
undefined

devotees can also visit puri temple

Advertisment

ଏଣିକି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବ ଶ୍ରୀମନ୍ଦିର କର୍ପସ ଫଣ୍ଡ ଓ ଟେମ୍ପଲ ଫଣ୍ଡ । ଏନେଇ ହୋଇଥିବା ବିଡିଂରେ ଟେଣ୍ଡର ପାଇଛି ଏସବିଆଇ । ସର୍ବାଧିକ ୫ ଦଶମିକ ୧୮ ପ୍ରତିଶତ ସୁଧ ହାରରେ ଟେଣ୍ଡର ଜିଣିଛି ଏସବିଆଇ । ଶ୍ରୀମନ୍ଦିର କର୍ପସ ଫଣ୍ଡର ୩୦୬ କୋଟି ୫୦ ଲକ୍ଷ ଟଙ୍କା ଏବଂ  ଟେମ୍ପୁଲ ଫଣ୍ଡର ୨୪୨ କୋଟି ୨ଲକ୍ଷ ଟଙ୍କା ସ୍ଥାୟୀ ଜମା ପାଇଁ ଟେଣ୍ଡର ଡକାଯାଇଥିଲା ।

Advertisment

ଟେଣ୍ଡରରେ ୪ଟି ବ୍ୟାଙ୍କ ଅଂଶଗ୍ରହଣ କରିଥିବା ବେଳେ ଏସ୍‌ବିଆଇ ସର୍ବାଧିକ ବିଡିଂ ଡାକି ଟଙ୍କା ଜମା କରିବାର ଅଧିକାର ପାଇଛି । ଏକ ବର୍ଷ ପାଇଁ ଏହି ଟେଣ୍ଡର କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି । ପୂର୍ବରୁ ୫ ଦଶମିକ ୨୧ ପ୍ରତିଶତରେ ସର୍ବାଧିକ ବିଡିଂ ଡାକି ଫାଉଣ୍ଡେସନ ଫଣ୍ଡର ୧୧୫ କୋଟି ଟଙ୍କା ଜମା ଅଧିକାର ପାଇଥିଲା ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଗତ ମାର୍ଚ୍ଚ ୨୩ ତାରିଖରେ ଏହି ନିଷ୍ପତ୍ତି ହୋଇଥିଲା । 

ଶ୍ରୀମନ୍ଦିର ଫାଉଣ୍ଡେସନ୍ ଫଣ୍ଡର ୧୧୫ କୋଟି ଟଙ୍କା ସ୍ଥାୟୀ ଜମା ପାଇଁ ଡକାଯାଇଥିବା ଟେଣ୍ଡର ଜିତିଥିଲା ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୫.୨୧ ପ୍ରତିଶତରେ ସର୍ବାଧିକ ବିଡିଂ ଜମାରାଶି ବିନିଯୋଗ ପାଇଁ ଅଧିକାର ପାଇଛି ୟୁନିଅନ ବ୍ୟାଙ୍କ । 

Advertisment

ପ୍ରତିବର୍ଷ ଏସ୍‌ବିଆଇ ବ୍ୟାଙ୍କରେ ମାତ୍ର ୩ ପ୍ରତିଶତ ସୁଧହାରରେ ଏହି ଫାଉଣ୍ଡେସନ୍‌ ଫଣ୍ଡ ଡିପୋଜିଟ ରହୁଥିଲା । ଏଣୁ ଫାଉଣ୍ଡେସନ୍‌ ଫଣ୍ଡ ଜମା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଟେଣ୍ଡର କରାଯାଇଥିଲା । ଯାହାକୁ ହାତେଇଛି ୟୁନିୟନ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଠଟି ବ୍ୟାଙ୍କ୍‌ର ଜେନେରାଲ୍‌ ମ୍ୟାନେଜରଙ୍କ ସମେତ ପରିଚାଳନା କମିଟି ସଦସ୍ୟ ଏହି ଟେଣ୍ଡର୍‌ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

Advertisment
Jagannath Temple Puri Lord Jaganath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ