କଟକରେ ସପିଂ ମଲ୍‌ରେ ରେଡ୍‌, କେମିକାଲ୍‌ରେ ଲିଭାଇ ବିକ୍ରି କରୁଥିଲେ ଏକ୍ସପାଏରୀ ସାମଗ୍ରୀ

କଟକ ବାଦାମବାଡ଼ିରେ ଥିବା ଭି ବଜାରରେ ପୋଲିସ୍‌ ଚଢ଼ଉ କରିଛି। ଏକ୍ସପାଏରୀ ସାମଗ୍ରୀ ବିକ୍ରି ଅଭିଯୋଗରେ ଏହି ଚଢାଉ ହୋଇଛି। 

ସପିଂ ମଲ୍‌ରେ ରେଡ୍‌

କଟକ ବାଦାମବାଡ଼ିରେ ଥିବା ଭି ବଜାରରେ ପୋଲିସ୍‌ ଚଢ଼ଉ କରିଛି। ଏକ୍ସପାଏରୀ ସାମଗ୍ରୀ ବିକ୍ରି ଅଭିଯୋଗରେ ଏହି ଚଢାଉ ହୋଇଛି। କଟକ ଜୋନ୍-୬ ଏସିପି ଓ ବାଦାମବାଡ଼ି ଥାନା ପୋଲିସ ମିଳିତ ଭାବେ ଚଢ଼ଉ କରିଛନ୍ତି।

ଚଢ଼ଉ ବେଳେ ବିଭିନ୍ନ ପ୍ରକାର ଏକ୍ସପାଏରୀ ଖାଦ୍ୟ ପଦାର୍ଥ ଜବତ ହୋଇଛି। ବିଭିନ୍ନ ପ୍ୟାକେଟରେ ଲେଖାଥିବା ଏକ୍ସପାଏରୀ ଡେଟ୍ ଓ ପ୍ରାଇସକୁ କେମିକାଲ୍‌ ପକାଇ ଲିଭାଇ ଦେଉଥିଲେ ବୋଲି ଜଣାପଡ଼ିଛି।