Shopping Mall Fined Rs 25,000 For Charging Rs 6 As Carry Bag Price Without Informing Customer
ମାତ୍ର ୬ ଟଙ୍କା ପାଇଁ ଗଣିଲେ ୨୫ ହଜାର ଟଙ୍କା। ଗ୍ରାହକଙ୍କୁ କ୍ୟାରି ବ୍ୟାଗ୍ ବିକ୍ରି କରିବାରୁ ଏକ ସପିଂ ମଲ୍ ଉପରେ ଏହି ଫାଇନ୍ ପଡ଼ିଛି। କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଥିବା ଏକ ସପିଂ ମଲ୍, ଜିଲ୍ଲା ଖାଉଟି ଅଦାଲତ ଦ୍ଵାରା ଦଣ୍ଡିତ ହୋଇଛନ୍ତି। ଏଥିପାଇଁ ସମ୍ପୃକ୍ତ ଗ୍ରାହକଙ୍କୁ ୨୫ ହଜାର ଟଙ୍କା ଦେବାକୁ ସପିଂ ମଲ୍କୁ ନିର୍ଦ୍ଦେଶ ଦିଆଯାଇଛି ଆବେଦନକାରୀ ତଥା ଉକ୍ତ ଗ୍ରାହକଙ୍କୁ ମାନସିକ ନିର୍ଯାତନା ପାଇଁ ଏହି କ୍ଷତିପୁରଣ ଦେବାକୁ ନିର୍ଦ୍ଦେଶ ହୋଇଛି।
ସୂଚନା ଅନୁସାରେ, ଦୋଳମୁଣ୍ଡାଇ ଅଞ୍ଚଳରେ ଥିବା ଏକ ସପିଂ ମଲ୍ରେ ଗ୍ରାହକ ଜଣକ ସପିଂ କରିସାରିବା ପରେ କ୍ୟାରି ବ୍ୟାଗ୍ ପାଇଁ ତାଙ୍କ ଠାରୁ ୬ ଟଙ୍କା ନିଆଯାଇଥିଲା। ସପିଂ କରିବା ସମୟରେ କ୍ୟାରି ବ୍ୟାଗ୍ ପାଇଁ ତାଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇନଥିବା ଉକ୍ତ ଗ୍ରାହକ କହିଛନ୍ତି। ଏପରିକି ମଲ୍ରେ କେଉଁ ସ୍ଥାନରେ କ୍ୟାରି ବ୍ୟାଗ୍ ପାଇଁ ଟଙ୍କା ଦେବା ନେଇ ସୂଚନା ଲେଖାଯାଇନଥିଲା।
ଏହାପରେ ବି ତାଙ୍କ ଠାରୁ କ୍ୟାରି ବ୍ୟାଗ୍ ପାଇଁ ଟଙ୍କା ନିଆଯାଇଥିଲା। ଏହାର ବିରୋଧ କରି ଗ୍ରାହକ ଜଣକ ଲିଗାଲ୍ ନୋଟିସ ପଠାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏହାପରେ ସେ ଜିଲ୍ଲା ଖାଉଟି କମିଶନରେ ମାମଲା ରୁଜୁ କରିଥିଲେ। ଏନେଇ ଜିଲ୍ଲା ଖାଉଟି ଅଦାଲତ ସମ୍ପୃକ୍ତ ଗ୍ରାହକଙ୍କୁ ୨୫ ହଜାର ଟଙ୍କା ଦେବାକୁ ସପିଂ ମଲ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1667547783.jpg)