Advertisment

ଶାସନକଳର ଶିରାପ୍ରସିରାରେ ଚରିଗଲାଣି କି ଦୁର୍ନୀତି ? ୭ ଦିନରେ ୬ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡ୍

ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାରେ ରାମଚନ୍ଦ୍ରଙ୍କ ତିନି ମହଲା ଘର । ହେଲେ ଇଏ କୁଆଡ଼େ ବାବୁ ରାମଚନ୍ଦ୍ରଙ୍କ ସଂପତିର ଛୋଟିଆ ଝଲକ୍। ୟା ବାଦ ବି ଆହୁରି ଅନେକ ସ୍ଥାନରେ ଅସତ୍ ଧନ ଥିବା ସନ୍ଦେହରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ।

undefined

Vigilance scanner

Advertisment

ଶାସନ କଳର ଶିରାପ୍ରସିରାରେ ଚରିଗଲାଣି କି ଦୁର୍ନୀତି । କାରଣ ଗତକାଲି ନୟାଗଡ଼ରେ ଜଣେ ନିଲମ୍ବିତ ଯୋଗାଣ ଅଧିକାରୀଙ୍କ ଘରେ ରେଡ୍ ପରେ ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି ମୟୂରଭଞ୍ଜ ସବ କଲେକ୍ଟର ଅଫିସର ଜଣେ ବରିଷ୍ଠ କିରାଣି । ଏମିତିକି ଗଲା ୭ ଦିନରେ ୬ ଅଧିକାରୀଙ୍କ ଘରେ ରେଡ୍ ହୋଇ ସାରିଲାଣି । ହେଲେ ବାରମ୍ବାର ରେଡ୍ ଓ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାପ ସତ୍ତ୍ୱେ ସରକାରୀ ବାବୁମାନେ ଏତେ ଦୁର୍ନୀତିଗ୍ରସ୍ତ ହେଉଛନ୍ତି କେମିତି ତାକୁ ନେଇ ଉଠିଛି ପ୍ରଶ୍ନ ।

Advertisment

ଘର ନୁହେଁ ତ ରାଜପ୍ରାସାଦ । ନାଁ ଶ୍ରୀରାମ ଭବନ । ପାଚେରୀ କାନ୍ଥ ସାରା ଯେତେସବୁ ନୀତିବାଣୀ...ହେଲେ କାମ ? ଆଗ ଏ ଘର ପରିସର ଦେଖନ୍ତୁ । ଅଗଣାରେ ସୁଇମିଂପୁଲ୍, କାମଧେନୁ ଗାଈ ଗୁହାଳ... କାଦମ୍ବ କାନନ ନାଁରେ ବଗିଚା.. ଘର ସାମ୍ନାରେ ଭଳିକି ଭଳି ଗାଡ଼ି...କ'ଣ ନାହି ? ଭିଜିଲାନ୍ସ ଫାସରେ ଫସିଥିବାର ମୟୂରଭଞ୍ଜ ସବ କଲେକ୍ଟର ଅଫିସର ବରିଷ୍ଠ କିରାଣୀ ରାମଚନ୍ଦ୍ର ସେନ୍‌ଙ୍କ ଇଏ ପୈତୃକ ଗାଁ ପଢ଼ିଆରୀପୁରରେ ଥିବା ଘର ଓ ଥାଟବାଟ । ଆଉ ଇଏ ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାରେ ରାମଚନ୍ଦ୍ରଙ୍କ ତିନି ମହଲା ଘର । ହେଲେ ଇଏ କୁଆଡ଼େ ବାବୁ ରାମଚନ୍ଦ୍ରଙ୍କ ସଂପତିର ଛୋଟିଆ ଝଲକ୍। ୟା ବାଦ ବି ଆହୁରି ଅନେକ ସ୍ଥାନରେ ଅସତ୍ ଧନ ଥିବା ସନ୍ଦେହରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା । ଆଉ ଜଣେ କିରାଣିଙ୍କ ଏତେ ସଂପତ୍ତି ଦେଖି ଭିଜିଲାନ୍ସ ଏସପି ବି ତାଜୁବ ।

ହେଲେ କେବଳ ରାମଚନ୍ଦ୍ର ସେନଙ୍କ କଥା ନୁହେଁ, ଦୁର୍ନୀତି କେମିତି ସରକାରୀ ବାବୁଙ୍କ ଶିରା ଶିରାରେ ଚରିଗଲାଣି, ପ୍ରାୟ ପ୍ରତିଦିନ ଭିଜିଲାନ୍ସ ରେଡରୁ ତାର ପ୍ରମାଣ ମିଳୁଛି । କାହିଁକା ନା ଗଲା ୭ ଦିନରେ ଭିଜିଲାନସ ଜାଲରେ ପଡ଼ିଲେଣି ଛଅ ଛଅ ଜଣ ସରକାରୀ ବାବୁ ।ସେ କଟକ ସଦର ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିର ବିକାଶ ଚନ୍ଦ୍ର ଭୟାଁ ହୁଅନ୍ତୁ କି ନୂଆପଡ଼ାର ଭବାନୀପାଟଣା ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକାର ଅବା ନୂଆପଡା କନିଷ୍ଠ ଯନ୍ତ୍ରୀ ଦେବ ଚନ୍ଦ୍ର ରାଉତ, ନୟାଗଡ଼ର ନିଲମ୍ବିତ ଯୋଗାଣ ବିଭାଗ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ ଓ ଆସ୍କା ବ୍ଲକ ଭେଟେରିନାରୀ ଅଫିସର ରବିନାରାୟଣ ସାହୁ ।

Advertisment

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏ ସମସ୍ତଙ୍କ ପାଖରୁ ବିପୁଳ ପରିମାଣର ଅସତ ଅର୍ଜନର ପର୍ଦ୍ଦାଫାସ୍ ହୋଇଛି । ହେଲେ ଏଠି ପ୍ରଶ୍ନ ଗୋଟେ ପଟେ ସରକାର ଦୁର୍ନୀତି ହଟାଅ ନାରା ଦେଉଥିବା ବେଳେ, ଏ ସରକାରୀ ବାବୁମାନେ ଏତେ ଦୁର୍ନୀତିଗ୍ରସ୍ତ ହେଉଛନ୍ତି କେମିତି ? ଏତେ ସରକାରୀ କାର୍ଯ୍ୟନୁଷ୍ଠାନ ପ୍ରତି ଏମାନଙ୍କ ଏତେ ନିଡରଭାବ କାହିଁକି ? ଏତେ ବର୍ଷ କାଳ ଏମାନେ ଦୁର୍ନୀତି କରୁଥିଲେ ବି ଉଚ୍ଚ ଅଧିକାରୀମାନେ ଜାଣି ପାରୁ ନଥିଲେ କେମିତି ? ଉଚ୍ଚ ଅଧିକାରୀଙ୍କ ବିନା ସହଯୋଗରେ ଦୁର୍ନୀତି କେମିତି ସମ୍ଭବ ବୋଲି ପ୍ରଶ୍ନ ଉଠିଛି ।

ଏପଟେ ବାରମ୍ବାର ଭିଜିଲାନ୍ସ ରେଡ୍ ସତ୍ତ୍ୱେ ଦୁର୍ନୀତି କମିବା ପରିବର୍ତ୍ତେ ବଢ଼ିଚାଲିଥିବାରୁ ତାକୁ ନେଇ ତେଜିଛି ରାଜନୀତି । ବିରୋଧୀଙ୍କ ଅଭିଯୋଗ, ପୂରା ସରକାର ଦୁର୍ନୀତିଗ୍ରସ୍ତ । ତେଣୁ ନିର୍ବାଚନ ଆଗରୁ ତଳିଆ କର୍ମଚାରୀଙ୍କ ଉପରେ ଏଭଳି ଧରପଗଡ କେବଳ ଲୋକଦେଖାଣିଆ । ଯାହାର ଜବାବ ରଖିଛି ବିଜେଡି ।

Advertisment

Odisha Govt Vigilance Scanner Politics Heats Up DA Cases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ