Advertisment

ହାଫ୍ ପ୍ୟାଣ୍ଟ ପିନ୍ଧା ଭକ୍ତଙ୍କୁ ଶିଖେଇଲେ ଶାଳୀନତା; ଧୋତି ପିନ୍ଧେଇ ଶ୍ରୀମନ୍ଦିର ଛାଡ଼ିଲେ ଯାତ୍ରୀପଣ୍ଡା

ଆଗାମୀ ନୂଆ ବର୍ଷରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍ଜିତ ପୋଷାକ ପରିଧାନକୁ ବାଧ୍ୟତାମୂଳକ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ସେଥିପାଇଁ ପ୍ରତିଦିନ ସିଂହଦ୍ୱାର ନିକଟରେ ଥିବା ସୂଚନାକେନ୍ଦ୍ରରେ ମାଇକ ଦ୍ୱାରା ସୂଚନା ଦିଆଯିବା ସହ ସମସ୍ତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଅବଗତ କରାଯାଇଛି ।

undefined

Servitors launch campaign for decent dress code in Puri Srimandir

Advertisment

ଶାଳୀନତା ପୂର୍ଣ୍ଣ ପୋଷାକ ବିନା ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଆସନ୍ତା ନୂଆ ବର୍ଷଠୁ ଏଭଳି ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ହେଲେ ତା’ ପୂର୍ବରୁ ଆଜି କାର୍ତ୍ତିକ ଆରମ୍ଭରୁ ମାର୍ଜିତ ପୋଷାକ କଣ ତାର କିଛି ଝଲକ ଦେଖିବାକୁ ମିଳିଛି ସିଂହଦ୍ୱାର ସାମ୍ନାରେ । ଦେଖନ୍ତୁ ଏ ରିପୋର୍ଟ ।

Advertisment

ଶ୍ରୀମନ୍ଦିରକୁ ଯିବାକୁ ହେଲେ କେମିତି ପୋଷାକ ପିନ୍ଧି ଯିବାକୁ ହୁଏ ବୁଝେଇଲେ । ହ୍ୟାପ୍ ପ୍ଟାଣ୍ଟ ଉପରେ ସାଇଜି କରି ଧୋତି ପିନ୍ଧେଇଲେ, କଛା ମାରି ଦେଲେ... ଆଉ ବୋଲ, ଜୟଜଗନ୍ନାଥ କହି ମନ୍ଦିରକୁ ଯିବାକୁ ଦେଲେ...ଶ୍ରୀମନ୍ଦିର ପ୍ରବେଶ ପାଇଁ ଶାଳୀତନା ପୂର୍ଣ୍ଣ ପୋଷାକ ପରିଧାନକୁ ବାଧ୍ୟତାମୂଳକ ଲାଗୁ କରାଯିବା ପୂର୍ବରୁ ଆଜି ସକାଳୁ ସକାଳୁ ସିଂହଦ୍ୱାର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । କାର୍ତ୍ତିକ ମାସ ଆରମ୍ଭରୁ ହ୍ୟାପ୍ ପ୍ୟାଣ୍ଟ ପିନ୍ଧି ଆସିଥିବା ଦୁଇ ଯୁବ ଭକ୍ତଙ୍କୁ ଏମିତି ଢଙ୍ଗରେ ଶାଳୀନତା ଶିଖେଇ, ନିଜ ହାତରୁ ଧୋତି କିଣି ପିନ୍ଧେଇ, ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି ଯାତ୍ରୀପଣ୍ଡା ।

ନୂଆ ନିୟମ ସଂପର୍କରେ ଅଜ୍ଞ ଏ ଦୁଇ ଯୁବ ଭକ୍ତ ବି ଖୁସି ଖୁସିରେ ଧୋତି ପିନ୍ଧି ଜଗା ଦର୍ଶନ କରିଛନ୍ତି । କେବଳ ଏ ଦୁଇ ଜଣ ନୁହଁନ୍ତି ଯେଉଁମାନେ ବି ହ୍ୟାଫ୍ ପ୍ୟାଣ୍ଟ, ସ୍ଲିଭଲେସ୍ କିମ୍ବା ଚିରାଫଟା ଜିନ୍ସ ପିନ୍ଧି ଜଗାଦର୍ଶନ ପାଇଁ ଆସିଥିଲେ ସମସ୍ତଙ୍କୁ ଆଗକୁ ମାର୍ଜିତ ପୋଷାକ ପିନ୍ଧି ଆସିବାକୁ ପରାମର୍ଶ ଦିଆଯାଇଛି । ଯାହାକୁ ଭକ୍ତ ମହଲରେ ବେଶ ସ୍ୱାଗତ କରାଯାଇଛି ।

Advertisment

ଆଗାମୀ ନୂଆ ବର୍ଷରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍ଜିତ ପୋଷାକ ପରିଧାନକୁ ବାଧ୍ୟତାମୂଳକ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ସେଥିପାଇଁ ପ୍ରତିଦିନ ସିଂହଦ୍ୱାର ନିକଟରେ ଥିବା ସୂଚନାକେନ୍ଦ୍ରରେ ମାଇକ ଦ୍ୱାରା ସୂଚନା ଦିଆଯିବା ସହ ସମସ୍ତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଅବଗତ କରାଯାଇଛି । ଏପରିକି, ଭକ୍ତମାନଙ୍କୁ ଉତ୍ତମ ବ୍ୟବହାର ସହ କିପରି ମାର୍ଜିତ ପୋଷାକ ସଂପର୍କରେ ସଚେତନ କରକାଯିବା ସେନେଇ ଜେଟିପି ମାନଙ୍କୁ ପାଠ ବି ପଢ଼ାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମାର୍ଜିତ ପୋଷାକ ଭାବେ ମହିଳାମାନେ ଶାଢ଼ି ଓ ସାଲୱାର ପଞ୍ଜାବୀ ଏବଂ ପୁରୁଷମାନେ ପ୍ୟାଣ୍ଟସାର୍ଟ ଓ କୁର୍ତ୍ତା-ପଞ୍ଜାବୀ ପିନ୍ଧିପାରିବେ ।

୧୨ ବର୍ଷରୁ କମ୍ ପିଲାମାନେ ହ୍ୟାଫ୍ ପ୍ୟାଣ୍ଟ ପିନ୍ଧି ପାରିବେ । କିନ୍ତୁ ପ୍ରାପ୍ତ ବୟସ୍କଙ୍କ ପାଇଁ ଚିରା ଫଟା ପୋଷାକ, ହ୍ୟାପ୍ ପ୍ୟାଣ୍ଟ କିମ୍ବା ସ୍ଲିଭଲେସ୍ ଭଳି ଶରୀରକୁ ପୂର୍ଣ୍ଣ ଆବୃତ୍ତ କରୁ ନଥିବା ପୋଷାକକୁ ବାରଣ କରାଯାଇଛି । ତେଣୁ ଆଜିଠୁ ଦୁଇ ମାସ ଯାଏଁ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଏନେଇ ଭକ୍ତଙ୍କୁ ବ୍ୟାପକ ଭାବେ ସଚେତନ କରାଯିବାର ଉଦ୍ୟମ ଆରମ୍ଭ ହୋଇଛି ।

Advertisment
Puri Srimandir Dress Code
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ