Advertisment

OSSC ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି: ପ୍ରଶ୍ନ ପଢ଼ିବା ମୁସ୍କିଲ, ଉତ୍ତର କେମିତି ଦେବେ ପରୀକ୍ଷାର୍ଥୀ ?

ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ। ବିଜେପି ନେତା ଦିଲ୍ଲୀପ ମଲ୍ଲିକ ମଧ୍ୟ ଏ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଅଦ୍ୟତନ ହୋଇଛି
OSSC Exam Questions Paper

ossc exam question paper

Advertisment

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ବା OSSC ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି ଅଭିଯୋଗ। ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହେଉଥିବା ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ। ବିଶେଷ ଭାବେ ଓଡ଼ିଆ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ତାଳମେଳ ନଥିବା ଏବଂ ଓଡ଼ିଆ ଶଦ୍ଦ ଗୁଡ଼ିକ ସଠିକ ଭାବରେ ପଢି ହେଉନଥିବା ଅଭିଯୋଗ ହୋଇଛି।

Advertisment

ଏହାସହ ପ୍ରଶ୍ନପତ୍ର ସଠିକ ଭାବେ ଯାଞ୍ଚ ହୋଇନଥିବା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ। ତେଣୁ ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ। ବିଜେପି ନେତା ଦିଲ୍ଲୀପ ମଲ୍ଲିକ ମଧ୍ୟ ଏ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

OSSC exam question paper(OSSC exam question paper)

ପ୍ରଶ୍ନପତ୍ର ସଠିକ ଭାବେ ଯାଞ୍ଚ ନକରି ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳିବା ନିନ୍ଦନୀୟ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଏନେଇ ରାଜ୍ୟ ସରକାର କିମ୍ବା OSSC ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ