Advertisment

ନାଁ ନକହିପାରିବାରୁ ଜୁନିଅର ଛାତ୍ରଙ୍କୁ ପିଟିଲେ ସିନିଅର

ପ୍ରଡକସନ ଇଞ୍ଜିନିଅରିଂ ବିଭାଗର ଛାତ୍ର ମାନସ ସିଂଙ୍କୁ ସିନିଅର ଛାତ୍ର ପାଖକୁ ଡାକି ବିଭିନ୍ନ ପ୍ରଶ୍ନ ପଚାରିବା ଆଳରେ ମାଡ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
ଆକ୍ରମଣର ଶିକାର ହୋଇଥିବା ଛାତ୍ର

ଆକ୍ରମଣର ଶିକାର ହୋଇଥିବା ଛାତ୍ର

Advertisment

ସମ୍ବଲପୁର: ବୁର୍ଲା ଭିସୁଟରେ ଇଞ୍ଜିନିଅରିଂ ଛାତ୍ରଙ୍କୁ ମାଡ଼ ଅଭିଯୋଗ। ଜଣେ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ସିନିଅର ଛାତ୍ରମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତ ଛାତ୍ରଙ୍କ ପକ୍ଷରୁ ବୁର୍ଲା ଥାନାରେ ଏତଲା ଦିଆଯାଇଛି। ଛାତ୍ରଙ୍କ ଏତଲାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଗୋଟିଏ ମାମଲା ରୁଜୁ କରି ତଦନ୍ତ କରୁଛି। ଗତ ରାତିରେ ବୁର୍ଲା ସହରର କିରବା ଛକ ନିକଟରେ ଏହି ଘଟଣା ଘଟିଥିଲା।

Advertisment

ପ୍ରଡକସନ ଇଞ୍ଜିନିଅରିଂ ବିଭାଗର ଛାତ୍ର ମାନସ ସିଂଙ୍କୁ ସିନିଅର ଛାତ୍ର ପାଖକୁ ଡାକି ବିଭିନ୍ନ ପ୍ରଶ୍ନ ପଚାରିବା ଆଳରେ ମାଡ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପରେ ସେ, ସମ୍ବଲପୁରରେ ରହୁଥିବା ପରିବାର ଲୋକଙ୍କୁ ଜଣାଇବା ପରେ, ସମସ୍ତେ ଥାନାକୁ ଯାଇ ଅଭିଯୋଗ କରିଥିଲେ ତେବେ ଘଟଣା ନେଇ ଭିସୁଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।  

ଆକ୍ରମଣର ଶିକାର ହୋଇଥିବା ମାନସ ସିଂ କହିଛନ୍ତି, ରାତିରେ ମୋ ସାଙ୍ଗ ସହ କିରବା ଛକକୁ ଯାଇଥିଲି। ସେଠାରେ ୬ ଜଣ ସିନିଅର ଏକ ଦୋକାନରେ ବସିଥିଲେ। ସେମାନେ ମୋ ନାଁ ପଚାରିଥିଲେ। ଏହାପରେ ଆମ ନାଁ ଜାଣିଛୁ କି ବୋଲି ପଚାରିଲେ। ଜାଣି ନାହିଁ ବୋଲି କହିବାରୁ ମୋତେ ଗାଳିଗୁଲଜ କଲେ। ଆମେ ତୋ ସିନିଅର, ଆମ ନାଁ କିପରି ଜାଣିନୁ କହି ଧମକାଇବା ସହ ସାର୍ଟ ଟାଣିବାକୁ ଆରମ୍ଭ କଲେ। ଏହାପରେ ୬ ଜଣ ଯାକ ଏକ ସଙ୍ଗେ ମୋତେ ଆକ୍ରମଣ କଲେ। ସେମାନେ ନିଶାସକ୍ତ ଅବସ୍ଥାରେ ଥିଲେ।

Advertisment
Sambalpur VSSUT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ