Advertisment

ପ୍ରସବ ବେଦନା ବେଳେ ଦେବଦୂତ ସାଜିଲେ କୋବ୍ରା ଯବାନ

ଯବାନମାନଙ୍କ ଏଭଳି ସହାୟତାକୁ ଚାରିଆଡେ ପ୍ରଶଂସା କରାଯାଉଛି।

ଅଦ୍ୟତନ ହୋଇଛି
Security forces carries pregnant woman on cot in Malkangiri

Security forces carries pregnant woman on cot in Malkangiri

Advertisment

ପୁଣି ସାହା ହେଲେ ସିଆରପିଏଫ୍ କୋବ୍ରା ବାଟାଲିୟନ ଯବାନ। ନକ୍ସଲ ପ୍ରବଣ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ପଠାଇ ମାନବିକତାର ପରିଚୟ ଦେଖାଇଲେ। ଏଭଳି ଏକ ଘଟଣା ଘଟିଛି ଛତିଶଗଡ ସୁକମା ଜିଲ୍ଲାରେ। ସୁକମା ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ବୋଲି କୁହାଯାଉଥିବା ପୋଟକପଲ୍ଲୀ ଗାଁର ଭୀମରାମ ବେଟ୍ଟୀଙ୍କ ପତ୍ନୀ ମାୟା ବେଟ୍ଟି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ।

Advertisment

ତାଙ୍କୁ ମେଡିକାଲରେ କିଭଳି ପହଞ୍ଚାଇବେ କିଛି ବୁଝିପାରିନଥିଲେ ପରିବାର ଲୋକେ। ତେବେ ପୋଟକପଲ୍ଲୀ ଗାଁରେ ଅବସ୍ଥାପିତ ୨୦୮ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟ ଏ.କେ.ରାୟ ଜାଣିବା ପରେ ତୁରନ୍ତ ଗର୍ଭବତୀ ମହିଳାଙ୍କୁ ପ୍ରଥମେ କୋବ୍ରା ବାଟାଲିୟନର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ଏକ ଆମ୍ବୁଲାନସରେ ଆନ୍ଧ୍ରପ୍ରଦେଶର ଭଦ୍ରାଞ୍ଚଲମ ମେଡିକାଲକୁ ପଠାଇଥିଲେ। ସେଠାରେ ମାୟା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଉଭୟ ମା ଓ ଶିଶୁକନ୍ୟା ସୁସ୍ଥ ଥିବା ଜଣାପଡିଛି। ଯବାନମାନଙ୍କ ଏଭଳି ସହାୟତାକୁ ଚାରିଆଡେ ପ୍ରଶଂସା କରାଯାଉଛି।  

Advertisment
Pregnant Woman Security Forces
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ