Advertisment

ଆସନ୍ତାକାଲିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଆସୁଛନ୍ତି ରାଷ୍ଟ୍ରପତି । ଚଳଚଞ୍ଚଳ ଜନ୍ମମାଟି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ ପୂର୍ବରୁ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଷ୍ଟ୍ରପତି ଆସନ୍ତାକାଲି ଭୁବନେଶ୍ୱର ଆସିବା ପରେ ୨୬ ତାରିଖ ଦିନ ତମାମ ସମୟ କଟକରେ କାଟିବେ ।

undefined

President Droupadi Murmu

Advertisment

ଆସନ୍ତାକାଲିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ଆଇନ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଏସସିବି ମେଡିକାଲ କଲେଜ୍ ହସ୍ପିଟାଲର ବାର୍ଷିକ ଉତ୍ସବ ସମେତ ଓଡ଼ିଶା ହାଇକୋର୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଏପଟେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଟୁଇନ୍ ସିଟି ଚଳଚଞ୍ଚଳ ହେବା ସହ ମାଟିର ଝିଅକୁ ପାଖରେ ଦେଖିବାକୁ ଜନସାଧାରଣଙ୍କ ଭିତରେ ବଢ଼ିଛି ଉତ୍ସୁକତା ।

Advertisment

ଆସୁଛନ୍ତି ରାଷ୍ଟ୍ରପତି । ଚଳଚଞ୍ଚଳ ଜନ୍ମମାଟି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ ପୂର୍ବରୁ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଷ୍ଟ୍ରପତି ଆସନ୍ତାକାଲି ଭୁବନେଶ୍ୱର ଆସିବା ପରେ ୨୬ ତାରିଖ ଦିନ ତମାମ ସମୟ କଟକରେ କାଟିବେ । ତେଣୁ କଟକରେ ରାଷ୍ଟ୍ରପତି ଯୋଗଦେବାକୁ ଥିବା ବିଭିନ୍ନ ସ୍ଥାନରେ ଫୁଲ ରେସରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟକ୍ରମ । ଗସ୍ତ ସମୟରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ହେବେ ମହାମହିମ ।

ସେଥିପାଇଁ ମେଡିକାଲ ପରିସରକୁ ଚକାଚକ କରୁଛି ଜିଲ୍ଲା ପ୍ରଶାସନ । ସେହିଦିନ ଅପରାହ୍ଣରେ କଟକସ୍ଥିତ ଆଇନ୍ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ମଧ୍ୟ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି । ତା ପୂର୍ବରୁ ଦିନ ୧୦ଟା ୪୫ରେ ଇଣ୍ଡୋର ଷ୍ଟାଡିୟମ ଯାଇ ଏଠାରେ ଓଡ଼ିଶା ହାଇକୋର୍ଟର ୭୫ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ହେବେ । ଏଥିପାଇଁ କଟକ ଇଣ୍ଡୋର ଷ୍ଟାଡିୟମର ସାଜସଜା ବି ଶେଷ ପର୍ଯ୍ୟାୟରେ । ତେବେ ୨୬ ତାରିଖ ସକାଳେ ଭୁବନେଶ୍ୱରରୁ-କଟକ ଯିବାକୁ ପ୍ରଥମେ ନରାଜ ହେଲିପ୍ୟାଡରେ ଅବତରଣ କରିବ ରାଷ୍ଟ୍ରପତିଙ୍କ ହେଲିକପଟର ।

Advertisment

ସେଠାରୁ ରାଷ୍ଟ୍ରପତିଙ୍କ କାରକେଡ୍ ସିଧା ପହଞ୍ଚିବ ଚଣ୍ଡୀ ମନ୍ଦିରରେ । ଏଠାରେ କଟକଚଣ୍ଡୀଙ୍କ ଦର୍ଶନ ପରେ ମଧୁବାବୁଙ୍କ ଘର, ନେତାଜୀଙ୍କ ବାସଭବନ, ନେତାଜୀ ସଂଗ୍ରହାଳୟ ପ୍ରଭୃତି ପରିଦର୍ଶନ କରିବାକୁ ଗସ୍ତ ସୂଚୀ ସ୍ଥିର ହୋଇଛି ।

୨୭ରେ ରାଷ୍ଟ୍ରପତି ଭୁବନେଶ୍ୱରରେ ବିଭିନ୍ନ ଉତ୍ସବ ଓ କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ତମାଣ୍ଡୋ ଦାସବାଟିଆସ୍ଥିତ ବ୍ରହ୍ମକୁମାରୀ ସେଣ୍ଟରର ଲାଇଟ ହାଉସ କଂପ୍ଳେକ୍ସର ଶିଳାନ୍ୟାସ ଉତ୍ସବ । ଏଥିପାଇଁ ଦାସବାଟିଆ ବ୍ରହ୍ମକୁମାରୀ କେନ୍ଦ୍ରରେ ବ୍ୟାପକ ଆୟୋଜନ ଚାଲିଛି । ଏପଟେ ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୋଲିସ ।

Advertisment

ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ଆଜି କାରକେଡର ମକ୍ ଡ୍ରିଲ୍ କରିଛି ପୋଲିସ । ସେପଟେ ୟା ପୂର୍ବରୁ ରାଷ୍ଟ୍ରପତିଙ୍କ ବାରିପଦା ଗସ୍ତ ବେଳେ ବିଜୁଳି ବିଭ୍ରାଟ ଦେଖାଦେଇଥିବାରୁ ଏଥର ଯେପରି କୌଣସି ପରିସ୍ଥିତିରେ ସେଭଳି ସମସ୍ୟା ନହୁଏ, ସେ ଦିଗକୁ ଗୁରୁତ୍ୱ ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।ତିନି ଦିନର ଗସ୍ତ ସାରି ୨୭ ତାରିଖ ଅପରାହ୍ଣରେ ରାଜଭବନ ଛାଡ଼ି ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ରାଷ୍ଟ୍ରପତି ।

Security Arrangements Odisha Visit President Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ