• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁରୀ ଶ୍ରୀମନ୍ଦିର ନିକଟସ୍ଥ ବାଲିସାହିରେ ଥିବା ଗଙ୍ଗାମାତା ମଠର ଗୁପ୍ତ ସୁଡ଼ଙ୍ଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଗଙ୍ଗାମାତା ମଠ ଶ୍ୱେତଗଙ୍ଗା କୂଳରେ ଅବସ୍ଥିତ । କାହିଁ କେଉଁ କାଳରୁ ପୂରାଣରେ ବର୍ଣ୍ଣନା ଅଛି ଯେ, ଶ୍ୱେତଗଙ୍ଗା ସହ ଗଙ୍ଗାର ସଂପର୍କ ରହିଛି। ଏହା ପଛରେ ଥିବା ପୌରାଣିକ ଆଖ୍ୟାନକୁ ଲକ୍ଷ୍ୟ କଲେ ଏହି ମଠ ଅନେକ ଗୁରୁତ୍ୱ ବହନ କରେ ।

ଏହି ମଠରେ ବର୍ଷସାରା ବହିରାଗତ ଭକ୍ତଙ୍କ ଭିଡ଼ ଲାଗିଥାଏ । ଏବେ ଏହି ମଠ ଭିତରେ ଥିବା ଏକ ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ବର୍ଷ ଏହାର ସନ୍ଧାନ ମିଳିଥିଲେ ମଧ୍ୟ ଏହା ଲୁକ୍କାୟିତ ଅବସ୍ଥାରେ ରହିଯାଇଥିଲା । ଏବେ ଏହି ସୁଡ଼ଙ୍ଗକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛିଯେ,ଏହି ସୁଡ଼ଙ୍ଗ ଶ୍ରୀମନ୍ଦିର ଯାଏଁ ଲମ୍ବିଛି । ତେବେ ଅନୁସନ୍ଧାନ ହେଲେ ପ୍ରକୃତ ତଥ୍ୟ ପଦାକୁ ।