Advertisment

ଶାନ୍ତିଶୃଙ୍ଖଳା ନିର୍ବାଚନ ପାଇଁ ମୁତୟନ ହେବେ ୧୯୫ ପ୍ଲାଟୁନ ଫୋର୍ସ

କାଲି ସଂଧ୍ୟା ୫ଟା ସୁଦ୍ଧା ପ୍ରଚାର ଶେଷ ହେବ।

ଅଦ୍ୟତନ ହୋଇଛି
SEC Aditya Padhi

SEC Aditya Padhi

Advertisment

ମାର୍ଚ୍ଚ ୨୪ରେ ହେବାକୁ ଥିବା ପୌର ନିର୍ବାଚନ ମତଦାନ ଲାଗି ପ୍ରସ୍ତୁତି ଜୋର ଧରିଛି। ୧୦୬ ପୌରପାଳିକା, ଏନଏସି ଓ ତିନି ମହାନଗର ନିଗମରେ ମୋଟ୍ ୪୦ ଲକ୍ଷ ୫୫ ହଜାର ଭୋଟର ମତଦାନ କରିବେ। ଭୋଟ୍ ଗ୍ରହଣ ଲାଗି ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ରହିବେ। ତେବେ ୨୩ ତାରିଖ ଅପରାହ୍ଣ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ବୁଥରେ ପହଞ୍ଚିଯିବେ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି।

Advertisment

କାଲି ସଂଧ୍ୟା ୫ଟା ସୁଦ୍ଧା ପ୍ରଚାର ଶେଷ ହେବ। ୨୪ ତାରିଖ ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ମତଦାନ ଜାରି ରହିବ। ୨୬ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ବୋଲି ସେ କହିଛନ୍ତି। ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ଲାଗି ୧୯୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି।  

Odisha Municipal Election Municipal Elections 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ