Advertisment

ଗଛମୂଳେ ଚାଲିଛି ସରକାରୀ ସ୍କୁଲ୍ : ଖୋଲା ଆକାଶ ତଳେ ପାଠ ପଢୁଛନ୍ତି ପିଲା

ସ୍କୁଲ ଘରଟିଏ ନଥିବାରୁ ଗଛ ପାଲଟିଛି ପିଲାଙ୍କ ସାହା ଭରସା। ଖରା, ବର୍ଷା ହେଉ କି ଶୀତ ସବୁବେଳେ ଗଛ ମୂଳେ ଚାଲିଥାଏ ପାଠପଢା

author-image
Prangyan Parimita
school

school

ବର୍ଷେ ନୁହେଁ ୫ ବର୍ଷ ହେବ ଗଛମୂଳେ ଚାଲିଛି ପାଠପଢା । ଖୋଲା ମଇଦାନରେ ବସି ପିଲାମାନେ ପାଠ ପଢୁଛନ୍ତି ଓ ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ସ୍କୁଲ ଘର କରିବା ପାଇଁ ଯେତେ ଦାବି କଲେ ମଧ୍ୟ କିଛି ବି ଲାଭ ହେଉନି । ସ୍କୁଲ ଡ୍ରେସ ପିନ୍ଧି ପିଲାଏ ଗଛ ମୂଳେ ବସିଛନ୍ତି । କିଏ ଖାତାରେ ଲେଖାଲେଖି କରୁଛି ତ ଆଉ କିଏ ହାତରେ ବହି ଧରି ପଡୁଛି । କାରଣ ଏମାନେ କେବେ ଦେଖି ନାହାଁନ୍ତି ସ୍କୁଲର ଚାରି କାନ୍ଥ । ସ୍କୁଲ କହିଲେ ଏମାନଙ୍କ ମନକୁ ଆସେ ଏହି ଗଛ ତଳ । ବଲାଙ୍ଗିର ଜିଲ୍ଲା ବେଲପଡା ସିଲିଙ୍ଗପଡା ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

Advertisment

ସ୍କୁଲ ଘରଟିଏ ନଥିବାରୁ ଗଛ ପାଲଟିଛି ପିଲାଙ୍କ ସାହା ଭରସା। ଖରା, ବର୍ଷା ହେଉ କି ଶୀତ ସବୁବେଳେ ଗଛ ମୂଳେ ଚାଲିଥାଏ ପାଠପଢା। ଖାଲି ପାଠପଢା ନୁହେଁ ଏମିତି ଖୋଲା ଆକାଶ ତଳେ ବସି ପିଲାମାନେ ଖାଇଥାନ୍ତି ମଧ୍ୟାହ୍ନ ଭୋଜନ। ସିଲିଙ୍ଗପଡା ସ୍କୁଲ ପାଇଁ ନିଯୁକ୍ତି ପାଇଛନ୍ତି ଦୁଇ ଜଣ ଶିକ୍ଷୟିତ୍ରୀ। ହେଲେ ସେମାନେ ନିୟମିତ ପାଠ ପଢାଇବାକୁ ଆସୁ ନଥିବା ଅଭିଯୋଗ ହେଉଛି। ଏମିତିକି ଗଛ ତଳେ ପଢିବାକୁ ହେଉ ଥିବାରୁ ବହୁ ପିଲା ପଢିବାକୁ ଆସୁ ନାହାନ୍ତି ବୋଲି କହନ୍ତି ଅଭିଭାବକ।

୫ଟି ଅଧିନରେ ସ୍କୁଲଗୁଡିକୁ ସରକାର ନୂଆ ରୂପ ଦେଉଛନ୍ତି। ଚାକଚକ୍ୟ ପରିବେଶରେ ରହି ପିଲାମାନେ କିଭଳି ଗୁଣାତ୍ମକ ଶିକ୍ଷା ଲାଭ କରିବେ ସେନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ସିଲିଙ୍ଗପଡା ଗାଁର ଛାତ୍ରଛାତ୍ରୀଙ୍କୁ ଦେଖିଲେ, ସହଜରେ କୁହାଯାଇ ପାରିବ ଯୋଜନାର ଗତି କୁଆଡେ । ଗଛ ତଳ ସ୍କୁଲ ବିଷୟରେ ବେଲପଡା ବିଡିଓ ମୁହଁ ଖୋଲୁନଥିବା ବେଳେ ସରପଞ୍ଚ କହିଛନ୍ତି, ଶିକ୍ଷା ବିଭାଗ ଅଧିକାରୀଙ୍କୁ ଜଣା ଯାଇଛି। ଖୁବ ଶିଘ୍ର ସ୍କୁଲ ତିଆରି ହେବ ।

Advertisment

ପାଟଣାଗଡରୁ କରୁଣାକର ବୁଡେକଙ୍କ ରିପୋର୍ଟ

Special Story
Advertisment
Advertisment