Advertisment

ରାଜ୍ୟ ସରକାରଙ୍କୁ ଏସସିବିର ରିପୋର୍ଟ- ‘ଦୁଷ୍ମନ୍ତଙ୍କୁ ସବୁ ପ୍ରକାର ଚିକିତ୍ସା ଦିଆଯାଉଥିଲା’

ଚିକିତ୍ସା ଅବହେଳାରୁ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଏସସିବି ମେଡିକାଲ କଲେଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି।  ଅଧୀକ୍ଷକ ପ୍ରଫେସର ଲୁସି ଦାସଙ୍କ ନେତୃତ୍ୱରେ ଗଠିତ ୭ ଜଣିଆ ଟିମ୍ ଏହାର ରିପୋର୍ଟ ସରକାରଙ୍କୁ ଦେଇଛନ୍ତି ।

ଅଦ୍ୟତନ ହୋଇଛି
 dusmanta death case

dusmanta death case

Advertisment

ଭୁବନେଶ୍ୱର: ଚିକିତ୍ସା ଅବହେଳାରୁ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଏସସିବି ମେଡିକାଲ କଲେଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି।  ଅଧୀକ୍ଷକ ପ୍ରଫେସର ଲୁସି ଦାସଙ୍କ ନେତୃତ୍ୱରେ ଗଠିତ ୭ ଜଣିଆ ଟିମ୍ ଏହାର ରିପୋର୍ଟ ସରକାରଙ୍କୁ ଦେଇଛନ୍ତି ।

Advertisment

୨୦୨୦ ମସିହାରେ ଦୁଷ୍ମନ୍ତ ଦୁର୍ଘଟଣାର ଶିକାର ହୋଇ କଟକ ବଡ଼ ମେଡ଼ିକାଲ ଆସିଥିଲେ । ତାଙ୍କୁ ପ୍ରଥମେ ଅର୍ଥୋପେଡିକ ବିଭାଗ ଓ ପରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଅପରେସନ କରାଯାଇଥିଲା । ତାଙ୍କର ଗୋଟିଏ ଗୋଡ କଟାଯିବା ଅବସ୍ଥାରେ ଥିବା ବେଳେ ଡାକ୍ତରମାନଙ୍କ ଉଦ୍ୟମରେ ଏହାକୁ ରଖାଯାଇ ପାରିଥିଲା । ତେବେ ତାଙ୍କ ଗୋଡର ନର୍ଭ ନଷ୍ଟହୋଇ ଯାଇଥିବାରୁ ତାଙ୍କୁ ଫିଜିଓଥୋରାପି କରିବା ଓ ସ୍ୱତନ୍ତ୍ର ଅର୍ଥୋପେଡିକ ଜୋତା ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ସେ ଏହା ନକରି ଅପରେସନ ହୋଇଥିବା ଗୋଡ଼ଟି ଅନ୍ୟ ଗୋଡ଼ ଭଳି ସ୍ୱାଭାବିକ ହେଇଯାଉ ବୋଲି ଆଶା କରିଥିଲେ, ଯାହା ଅସମ୍ଭବ ଥିଲା ।

ତେଣୁ ତାଙ୍କୁ ମାନସିକ ବିଭାଗକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା । ହେଲେ ଦୁଷ୍ମନ୍ତ ଏହା କରିନଥିଲେ ।ତେବେ ତାଙ୍କୁ ମେଡିକାଲ ତରଫରୁ ସମସ୍ତ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯାଇଥିଲା। ଦୁଷ୍ମନ୍ତ ଉନ୍ନତ ମାନର ଚିକିତ୍ସା ପାଇଁ ନିଜେ ଇଛା ପ୍ରକାଶ କରିବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ଗତ ୬ ତାରିଖରେ ରେଫର କରାଯାଇଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଛି । ହେଲେ ଚିକିତ୍ସାରେ ଅବହେଳା ଅଭିଯୋଗକୁ ରିପୋର୍ଟରେ ସମ୍ପୂର୍ଣ ଖଣ୍ଡନ କରାଯାଇଛି ।

Advertisment

ସୂଚନାଥାଉ କି, ବୁଧବାର ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେହିଦିନ ରାତି ୧୨ଟାରେ ସ୍ୱତନ୍ତ୍ର ଭାବେ ଜଣେ ମାଜିଷ୍ଟ୍ରେଟ, ଡାକ୍ତରଙ୍କୁ ଡକାଯାଇ ଶବ ବ୍ୟବଚ୍ଛେଦ କରାଗଲା । ଶବ ବ୍ୟବଚ୍ଛେଦ ପରେ ବାଲିକୁଦା ଓ କୁଜଙ୍ଗ ଥାନା ପୋଲିସର ସଶସ୍ତ୍ର ବାହିନୀ ଏସକର୍ଟ କରି ତାଙ୍କ ଶବକୁ ସିଂହଦ୍ୱାର ନିଆଯାଇ ସତ୍କାର କରାଯାଇଥିଲା। 

Advertisment

ଅନ୍ୟପକ୍ଷେ ଅନ୍ୟପକ୍ଷେ  ମୃତ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ କୁଜଙ୍ଗ ବଡ଼ପାଳରେ ଭେଟିଛନ୍ତି ସ୍ଥାନୀୟ ବିଡିଓ। ତାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ଦେବା ସହ ଆଉ ୧୦ ଲକ୍ଷ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ସେତିକି ନୁହେଁ, ସ୍ତ୍ରୀଙ୍କୁ ଯୋଗ୍ୟତା ଅନୁସାରେ ଚାକିରି ନେଇ ମୌଖିକ ପ୍ରତିଶ୍ରୁତି ମିଳିଥିବା ମଧ୍ୟ ସୂଚନା ମିଳିଛି। 

ତେବେ ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠଛି। ଯଦି ଚିକିତ୍ସା ଠିକ ଚାଲିଥିଲା ତେବେ ସେ କାହିଁକି ଆତ୍ମହତ୍ୟା କଲେ ? ଯଦି ପ୍ରଶାସନର କିଛି ଭୂମିକା ଏଥିରେ ନାହିଁ ତେବେ ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ କାହିଁକି ଏତେ ତତ୍ପରତା ଦେଖାଉଛି ?

Odisha Assembly SCB Medical College And Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ