Advertisment

ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଜଷ୍ଟିସ ସିଂହ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଥିବାବେଳେ ଏବେ ହାଇକୋର୍ଟ ମୁଖ୍ୟ ବିଚାରପତି ପଦରେ ଆସୀନ ହେବେ।

ଅଦ୍ୟତନ ହୋଇଛି
Justice Jaswant Singh

Justice Jaswant Singh Chief Justice of Orissa High Court

Advertisment

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଜଷ୍ଟିସ ସିଂହ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଥିବାବେଳେ ଏବେ ହାଇକୋର୍ଟ ମୁଖ୍ୟ ବିଚାରପତି ପଦରେ ଆସୀନ ହେବେ।

Advertisment

ଜଷ୍ଟିସ ଯଶୱନ୍ତ ସିଂହ ୧୯୬୧ ମସିହା ଫେବ୍ରୁଆରୀ ୨୩ରେ ରୋହତକରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୦ରେ ସ୍ନାତକ ପଢ଼ା ସାରି ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନ ଏବଂ ଏମ୍‌ବିଏରେ ଡିଗ୍ରୀ ହାସଲ୍ କରିଥିଲେ । ୧୯୮୬ରେ ସିର୍ସା ଜିଲ୍ଲା ଅଦାଲତରେ ଓକିଲାତି ଆରମ୍ଭ କରିଥିଲେ । ୧୯୮୮ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଓକିଲାତି କରିଥିଲେ ଜଷ୍ଟିସ ସିଂହ ।

୧୯୯୧ରେ ସେ ସହକାରୀ ଆଡଭୋକେଟ୍ ଜେନେରାଲ୍ ହୋଇଥିଲେ । ୨୦୦୭ ଡିସେମ୍ବର ୫ ତାରିଖରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୨୧ ଅକ୍ଚୋବର ୮ ତାରିଖରେ ଜଷ୍ଟିସ୍ ସିଂହ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୯ରେ ସେ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଅଛନ୍ତି। ଲନ୍‌ ଟେନିସ, କ୍ରିକେଟ ଏବଂ ଗଲଫରେ ରୁଚି ରଖିଥିବା ଜଷ୍ଟିସ ସିଂହ ଚଣ୍ଡିଗଡ ଲୟାର ସ୍ପୋର୍ଟସ୍‌ ଆସୋସିଏସନର ପ୍ରେସିଡେଣ୍ଟ ଥିଲେ। ତା ପରେ ତାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଥିଲା।

Advertisment
Orissa High Court Orissa HC Chief Justice High Court Justice Jaswant Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ