Advertisment

ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଦେଶର ଭବିଷ୍ୟତମାନେ

ରାତି ପାହିଲେ ଏହି ପୋଲ ଉପର ଦେଇ ଏମିତି କୁନି କୁନି ପାଦ ସବୁ ଦଉଡ଼େ ସ୍କୁଲ ଅଭିମୁଖେ। ସ୍କୁଲ ଛୁଟି ହେବା ପରେ ପୁଣି ଭରସାର ଭଙ୍ଗାଦଦରା ପୋଲ ଦେଇ ବିପଦପୂର୍ଣ୍ଣ ଭାବେ ଫେରିବାକୁ ପଡ଼େ ଘରକୁ।

Sans bridge, students risk lives to reach school by crossing swelling river in Gajapati

Sans bridge, students risk lives to reach school by crossing swelling river in Gajapati

Advertisment

ବିକାଶ ନାଁରେ ମାଳ ମାଳ ଯୋଜନା କରି ବାହାବା ନେଉଛନ୍ତି ରାଜ୍ୟ ସରକାର। ହେଲେ ଯୋଜନା କିନ୍ତୁ ପହଞ୍ଚିପାରୁନି ଉପାନ୍ତ ଯାଏଁ। ନାନା ଦାବି ଆଉ ଗୁହାରି ପରେ ବି ପୋଲଟିଏ ହୋଇପାରୁନି ବୋଲି କେଉଁଠି ଜୀବନକୁ ପାଣି ଛଡ଼ାଇ ଭରା ନଈରେ ଲୋକେ ଯା’ଆସ କରୁଛନ୍ତି ତ ଆଉ କେଉଁଠି ଭଙ୍ଗା ଦଦରା କାଠ ପୋଲରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଦେଶର ଭବିଷ୍ୟତମାନେ। ମାତ୍ର କେଇ ଖଣ୍ଡ କାଠ...ଲମ୍ବିଯାଇଛି ଏ ମୁଣ୍ଡରୁ ସେ ମୁଣ୍ଡକୁ। ହେଲେ ଏହି ଭଙ୍ଗାଦଦରା କାଠ ସାଜିଛି ଦେଶର ଭବିଷ୍ୟତମାନଙ୍କ ବିଶ୍ବାସ ଆଉ ଭରସାର ପୋଲ।

Advertisment

ରାତି ପାହିଲେ ଏହି ପୋଲ ଉପର ଦେଇ ଏମିତି କୁନି କୁନି ପାଦ ସବୁ ଦଉଡ଼େ ସ୍କୁଲ ଅଭିମୁଖେ। ସ୍କୁଲ ଛୁଟି ହେବା ପରେ ପୁଣି ଭରସାର ଭଙ୍ଗାଦଦରା ପୋଲ ଦେଇ ବିପଦପୂର୍ଣ୍ଣ ଭାବେ ଫେରିବାକୁ ପଡ଼େ ଘରକୁ। ଏହା ହେଉଛି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ତିନି କୁଦି ବଳିକେରା କାଠ ସେତୁର। ଗତ ୨୦ ବର୍ଷ ହେଲା ଭାର୍ଗବୀ ନଦୀ ଉପରେ ଏମିତି ପିଠି ଦେଖାଇ ବାଲିଚରା ରାହାଡ଼ମଲ୍ଲ, କଡ଼ାଜିତି, କପିଳେଶ୍ବର ଆଦି ପଞ୍ଚାୟତବାସୀଙ୍କ ପାଇଁ ଗମନାଗମନର ସାହାରା ସାଜିଛି ଏହି କାଠ ପୋଲ। କାରଣ ଏହି କାଠ ପୋଲ ଦେଇ ଗଲେ ଅଳ୍ପ ସମୟ ମଧ୍ୟରେ ପୁରୀ-ସାତପଡ଼ା ରାସ୍ତାରେ ପହଞ୍ଚି ହୁଏ।

୨୦୧୩ରେ ଏହି ସ୍ଥାନରେ ଏକ ବ୍ରିଜ୍ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ବି ଦେଇଥିଲେ। କିନ୍ତୁ ୧୦ ବର୍ଷ ବିତିଗଲା, ମାତ୍ର ଦୁଇଟି ପିଲାରରେ ଅଟକି ରହିଛି ରାଜ୍ୟ ସରକାରଙ୍କ ବିକାଶର ପୋଲ। ଫଳରେ ଏହି ଭଙ୍ଗାଦଦରା କାଠ ପୋଲରେ ଲୋକେ ବିପଦପୂର୍ଣ୍ଣ ଯାତ୍ରା କରୁଥିବାବେଳେ ଗତକାଲି ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଥିବା ପିଲାମାନେ କହିଛନ୍ତି।

Advertisment

ଏଠି ତ ଭରା ନଈ ଉପରେ ଜୀବନ ଭାସୁଛି। ଜୀବନକୁ ପାଣି ଛଡ଼ାଇ ଯିବା ଆସିବା କରୁଛନ୍ତି ଶିକ୍ଷକ ଏବଂ ଛାତ୍ରଛାତ୍ରୀ। ପ୍ରଥମେ ଶିକ୍ଷକଙ୍କ ବାଇକକୁ ବୋହିନେଲେ ଲୋକେ। ଆଉ ଭରାନଈ ଭିତରେ ଅଣ୍ଟାଏ ଉଚ୍ଚର ପାଣିରେ ପଶି ପାରି ହୋଇଗଲେ ଶିକ୍ଷକ। ହେଲେ ପିଲାଙ୍କ କିନ୍ତୁ ଉବୁଟୁବୁ ଅବସ୍ଥା। କିଏ ଜାମାପଟାକୁ ହାତରେ ଧରି ତ ଆଉ କିଏ ଜାମାପଟା ସହ ପାରି ହୋଇ ଓଦା ସର ସର ଅବସ୍ଥାରେ ଫେରନ୍ତି ଘରକୁ।  

ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ପୁରୁଣାପାଣି ପଞ୍ଚାୟତ ବାଦପୁର ଅଞ୍ଚଳର ଘୋଡ଼ାହାଡ଼ ନଦୀରେ ବର୍ଷାଦିନେ ପାଣି ବଢ଼ିଲେ ଦେଖିବାକୁ ମିଳେ ଏଭଳି ଦୃଶ୍ୟ। କେବଳ ଏହି ବର୍ଷ ନୁହଁ, ପୂର୍ବବର୍ଷ ଗୁଡ଼ିକରେ ବି ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି ବାଦପୁର, କୋଦାଳବାଡ ସମେତ ଗଞ୍ଜାମ ଜିଲ୍ଲାର କିଛି ଗାଁ ଲୋକଙ୍କୁ। ନଦୀ ଉପରେ ପୋଲ ନିର୍ମାଣ ପାଇଁ ଲୋକେ ବାରମ୍ବାର ଦାବି କରିଛନ୍ତି। କିନ୍ତୁ ଶୁଣୁଛି କିଏ ? ବରଂ ହାତ ଟେକିଦେଇଛନ୍ତି ଆର.ଉଦୟଗିରି ବିଡ଼ିଓ। ଦୁଇ ଦୁଇଟି ଦୁର୍ଭାଗ୍ୟଜନକ ଚିତ୍ର ଦେଖିଲା ପରେ ପ୍ରଶ୍ନ ଉଠୁଛି, କୁଆଡ଼େ ଯାଉଛି ସରକାରୀ ଯୋଜନା ଏବଂ କୁଆଡ଼େ ଯାଉଛି ବିକାଶର ଗତି।

Advertisment

ରିପୋର୍ଟ: ରବି ନାରାୟଣ ପୂଜାରୀ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ