Advertisment

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସମ୍ବଲପୁରୀ ମାସ୍କ ପିନ୍ଧିଲେ ସେଲିବ୍ରିଟି

ବୁଣାକାର କେହି ବି ଭାବିପାରିନଥିଲେ ସେମାନଙ୍କ ହାତବୁଣା କୃତି କାନ୍ସକୁ ଯିବ।

Cannes 2022

Cannes 2022

Advertisment

ଜର୍ମାନ ଫିଲ୍ମର ପ୍ରତିଷ୍ଠିତ ସିନେ ବିତରକ ମାଇକେଲ୍ ହାରବେୟୁରଙ୍କ ମୁହଁରେ ସମ୍ବଲପୁରୀ ମାସ୍କ। ଖାଲି ମାଇକେଲ୍ ନୁହନ୍ତି, ପୋଲାଣ୍ଡର ଫିଲ୍ମ କମିଶନର ମାର୍ତ୍ତା କ୍ରାଉଜ ହୁଅନ୍ତୁ କି ବିଭିନ୍ନ ଦେଶର ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବଡ଼ ବଡ଼ ତାରକା। ବିଶ୍ୱର ସବୁଠୁ ବଡ଼ ଚଳଚ୍ଚିତ୍ର ମହୋତ୍ସବ କାନ୍ସ ଫିଲ୍ମ ଫେଷ୍ଟିଭାଲ୍କୁ ଯାଇଥିବା ଏ ସବୁ ନାମୀଦାମୀ ତାରକାଙ୍କ ପାଖରେ ସମ୍ବଲପୁରୀ ମାସ୍କ ପହଞ୍ଚାଇଛନ୍ତି, ସେମାନଙ୍କ ମନ ଆଉ ହୃଦୟ ଜିତିଛନ୍ତି ଓଡ଼ିଆ ପୁଅ ତଥା ବଲିଉଡ୍‌ର ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ଜିତେନ୍ଦ୍ର ମିଶ୍ର।

Advertisment

ଦ ଲାଷ୍ଟ କଲର, ଭ୍ୟାଲି ଅଫ୍ ଫାୟାର୍ ଫାଇଲ୍ସ ଭଳି ବହୁ ଚଳଚ୍ଚିତ୍ରରେ ସହ ପ୍ରଯୋଜକ ଭାବେ କାମ କରିଛନ୍ତି ଜିତେନ୍ଦ୍ର। ଆଉ ଏବେ ସେ ଜଡ଼ିତ ଥିବା କିଛି ଚଳଚ୍ଚିତ୍ର ଯେତେବେଳେ କାନ୍ସ ମହୋତ୍ସବକୁ ଯାଇଛି, ସେତେବେଳେ ସମ୍ବଲପୁରୀ ବସ୍ତ୍ରକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ମୌକାକୁ ସେ ହାତଛଡ଼ା କରିନାହାନ୍ତି।

ଦୁଇ ମାସ ପୂର୍ବରୁ ଟିଟିଲାଗଡ଼ର ଏସପିୟୁ କ୍ରିଏସନଠୁ ଜିତେନ୍ଦ୍ର ଯେତେବେଳେ ୫ ଶହ ମାସ୍କ ଅର୍ଡର କରିଥିଲେ, ସେତେବେଳେ ଏଇ ସଂସ୍ଥା କି ବୁଣାକାର କେହି ବି ଭାବିପାରିନଥିଲେ ସେମାନଙ୍କ ହାତବୁଣା କୃତି କାନ୍ସକୁ ଯିବ। ଏବେ ବିଶ୍ୱର ଏବଡ଼ ଫିଲ୍ମ ଫେଷ୍ଟିଭାଲରେ ଚଳିଚ୍ଚିତ୍ର ଜଗତର ନାମୀଦାମୀ ହସ୍ତୀଙ୍କ ମୁହଁରେ ସ୍ଥାନୀୟ ବୁଣାକାରଙ୍କ ହାତ ତିଆରି ମାସ୍କ ଦେଖି ଭାରି ଖୁସି ଏସପିୟୁ କ୍ରିଏସନ୍‌ର ମାଲିକ।

Advertisment

ରିପୋର୍ଟ: ମାନସ ମହାନ୍ତି

Sambalpuri Mask Cannes Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ