Sambalpur violence: Internet services suspended for another 24 hrs
ଗୋଟିଏପଟେ ସମ୍ବଲପୁର ସହରରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ଅନ୍ୟପଟେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ରହିବ। ତେବେ କିଛି ଅଞ୍ଚଳରେ ଇଣ୍ଟରନେଟ୍ ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଲିଜ୍ ଲାଇନ୍ ନେଇଥିବା ବ୍ୟବସାୟିକ ଅନୁଷ୍ଠାନରେ ଇଣ୍ଟରନେଟ୍ ଚାଲୁ ରହିବ। କୁଚିଣ୍ଡା, ରେଢ଼ାଖୋଲ, ନାକଟିଦେଉଳ, ଯୁଯୁମରାରେ ଇଣ୍ଟରନେଟ୍ ଉପଲବ୍ଧ ରହିବ। ସେହିପରି ବାମରା ଓ ଯମନକିରା ଅଞ୍ଚଳରେ ବି ଇଣ୍ଟରନେଟ୍ ଚାଲୁ ରହିବ।
ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର ସହର। ଆଜି ସନ୍ଧ୍ୟା ୬ ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ କୋହଳ କରିଛି ଜିଲ୍ଲା ପ୍ରଶାସନ। ଜନସାଧାରଣଙ୍କ ଚଳପ୍ରଚଳ ସାଙ୍ଗକୁ ଜୀବନଜୀବିକା ସ୍ୱାଭାବିକ କରିବା ପାଇଁ ଧୀରେ ଧୀରେ କଟକଣା କୋହଳ କରାଯାଉଛି। ଏହା ସତ୍ତ୍ୱେ ବି ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିନାହିଁ। ସୂଚନା ଅନୁସାରେ, ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ଗତକାଲି ଜିଲ୍ଲାପାଳ ଓ ଏସ୍ପିଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ବସିଥିଲା। ତେଣୁ ସହରରେ ଏବେ ବି ଇଣ୍ଟରନେଟ୍ ସେବା ବନ୍ଦ ରଖିଛି ଜିଲ୍ଲା ପ୍ରଶାସନ।
ଅନ୍ୟପକ୍ଷେ, ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ। ଭିଏଚ୍ପି ପଶ୍ଚିମ ପ୍ରାନ୍ତ ଶାଖା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଚକ-ଅଖ ବନ୍ଦ ରଖିବାକୁ ବି ଆହ୍ୱାନ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1681877839.jpg)