Advertisment

ମା’ ସହ ଗାଧୋଉଥିଲା କୁନି ପୁଅ, ହେଲେ ହଠାତ୍ ଭାସିଗଲା; ‌ଏମିତି କ’ଣ ଘଟିଗଲା !

ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା ।

ଅଦ୍ୟତନ ହୋଇଛି
Sambalpur Drown

Sambalpur Drown

Advertisment

କୁହାଯାଏ କାହା ସହ କେତେବେଳେ କ’ଣ ଘଟିବ ତାହା କେହି କହିପାରିବେ ନାହିଁ । କିଏ ଜାଣିଥିଲା, ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ ମାଆର ପଣତକାନୀ ତଳେ ଥାଇ ମଧ୍ୟ ପୁଅ ସହ ଏଭଳି କିଛି ଘଟିବ । ସତେ ଯେମିତି ମାଆର ଆଖି ପଲକ ପଡ଼ିବାକୁ ଚାହିଁ ବସିଥିଲା ବିପଦ । ଆଉ ମୁହର୍ତ୍ତକ ମଧ୍ୟ କୁନି ପୁଅକୁ ଭସାଇନେଇଥିଳା ସୁଅ ।

Advertisment
Sambalpur Power ChannelSambalpur Power Channel

ସମ୍ବଲପୁର ବୁର୍ଲାସ୍ଥିତ ପାୱାର ଚାନେଲରେ ମାଆ ସହ ଗାଧୋଇବା ବେଳେ ଭାସିଗଲା ୮ବର୍ଷ ବୟସର ନାବାଳକ । ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା । ନାବାଳକର ଘର ବୁର୍ଲା ୱାନ-ଆର କଲୋନୀରେ ବୋଲି ଜଣାପଡ଼ିଛି । ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ପିଲାଟିର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ ।

Drown
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ