Advertisment

ମୃତ ଶିଶୁକୁ ବଞ୍ଚାଇବାକୁ ଲୁଣ ଉପଚାର, ଶବକୁ ଲୁଣରେ ପୋତି ଝଡ଼ାଫୁଙ୍କା କଲେ...

ମୃତ ଶିଶୁକୁ ବଞ୍ଚାଇବାକୁ ଲୁଣ ଉପଚାର। ମେଡିକାଲ ପରିସରରେ ମୃତ ଶିଶୁର ଶରୀରକୁ ଲୁଣରେ ଘୋଡ଼ାଇ ବଞ୍ଚାଇବାକୁ ଉଦ୍ୟମ ଚାଲୁଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Salt Treatment To Minor Boy Bhadrak Superstitions

Salt Treatment To Minor Boy Bhadrak Superstitions

Advertisment

ବିଜ୍ଞାନ ଯୁଗରେ ଏବେବି ଅନ୍ଧବିଶ୍ୱାସର ଚିତ୍ର ଦେଖିବାକୁ ମିଳୁଛି। ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ହଜି ଯାଉଛନ୍ତି ଲୋକେ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲ୍ଲା ସାମୁଦ୍ରିକ ଥାନା ଅନ୍ତର୍ଗତ ବିଦେଇପୁର ଗଦେଇବିନ୍ଧା ଗାଁରେ ଦେଖିବାକୁ ମିଳିଛି। ମୃତ ଶିଶୁକୁ ବଞ୍ଚାଇବାକୁ ଲୁଣ ଉପଚାର ଚାଲିଥିବା ଦେଖିବାକୁ ମିଳିଛି। ମେଡିକାଲ ପରିସରରେ ମୃତ ଶିଶୁର ଶରୀରକୁ ଲୁଣରେ ପୋତି ବଞ୍ଚାଇବାକୁ ଉଦ୍ୟମ ଚାଲୁଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

Advertisment

ସୂଚନା ଅନୁସାରେ, ଗାଁର ରୋହିତାସ ଜେନାଙ୍କ ଦେଢ ବର୍ଷର ଶିଶୁ ପୁତ୍ର ଘର ଅଗଣାରେ ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଯାଇଥିଲେ। ଶିଶୁକୁ ଉଦ୍ଧାର କରାଯାଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଚିକିତ୍ସାଳୟରେ ଉପସ୍ଥିତ ଥିବା ଅନ୍ୟ ଜଣେ ବ୍ୟକ୍ତି ଶିଶୁକୁ ବଞ୍ଚାଇବାକୁ ଲୁଣ ଉପଚାର କରିଥିବା ଦେଖିବାକୁ ମିଲିଥିଲା। ମେଡିକାଲ ପରିସରରେ ମୃତ ଶିଶୁର ଶରୀରକୁ ଲୁଣରେ ପୋତି ବଞ୍ଚାଇବାକୁ ଉଦ୍ୟମ ଚାଲିଥିଲା। 

Advertisment

Superstitions In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ